ମନୋରଞ୍ଜନ

ସ୍ଵାମୀ କୋଟିପତି କ୍ରିକେଟର – କିନ୍ତୁ ଆଜି ବି ତାଙ୍କ ସ୍ତ୍ରୀ ତାଙ୍କ ପାଇଁ କରନ୍ତି କାଠଚୂଲିରେ ରୋଷେଇ

ହରଭଜନ ସିଂହଙ୍କୁ କିଏ ବା ନ ଜାଣେ, ସେ ହେଉଛନ୍ତି ଭାରତୀୟ ଟିମର ଷ୍ଟାର ସ୍ପିନର ବୋଲର । ତାଙ୍କର ଲୋକ ପ୍ରିୟତା ଅନ୍ୟ ଖେଳାଳିଙ୍କ ଠାରୁ କିଛି କମ ନୁହେଁ । ଆଜି ଆମେ ତାଙ୍କ ପାରିବାରିକ ଜୀବନ ଶୈଳୀ ବିଷୟରେ କିଛି କହିବାକୁ ଯାଉଛୁ । ଯାହା ଜାଣି ଅପାନ ବହୁତ ଆଶ୍ଚର୍ଯ୍ୟ ହେବେ । ଆପଣ ତ ଜାଣି ଥିବେ ଆମ ଭାରତୀୟ କ୍ରିକେଟର ମାନେ ସମସ୍ତେ ହେଉଛନ୍ତି କୋଟି କୋଟି ଟଙ୍କାର ମାଲିକ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି କୋଟି କୋଟି ଟଙ୍କାର ମାଲିକ କ୍ରିକେଟରଙ୍କ ପତ୍ନୀ ଆଜିବି ଚୂଲିରେ ରୋଷେଇ କରନ୍ତି ।

କଣ ଝଟକା ଲାଗିଲା ନା, କିନ୍ତୁ ଏହା ସତ ଅଟେ ହରଭଜନଙ୍କ ସ୍ତ୍ରୀ ତାଙ୍କ ପାଇଁ  ପ୍ରାୟ ସମୟ ଚୂଲିରେ ରୋଷେଇ କରନ୍ତି । ୨୦୧୫ରେ ହରଭଜନ ସିଂହ ବଲିଉଡ ଅଭିନେତ୍ରୀ ଗୀତା ବସରାଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟେ ସନ୍ତାନ ମଧ୍ୟ ଅଛି । ସେମାନେ ଉଭୟ ପଞ୍ଜାବର ଜଲନ୍ଧରରେ ବେଶ ଖୁସିରେ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି ।

ତେବେ ଏହି ପଞ୍ଜାବୀ ଯୋଡି କିଛି ଦିନ ତଳେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ଗୀତା ବସରା ଚୂଲିରେ ରୋଷେଇ କରିବାର ନଜର ଆସିଥିଲେ । ସାଧାରଣତଃ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ, ସ୍ବାମୀ କୋଟି କୋଟି ଟଙ୍କା ମାଲିକ ହେଲେ ପତ୍ନୀ ଚୂଲିରେ କାହିଁକି ରୋଷେଇ କରୁଛନ୍ତି?

ତେବେ ଏହାର ଉତ୍ତର ହେଉଛି ସେମାନେ ପଞ୍ଜାବର ଗୋଟିଏ ଛୋଟିଆ ଗାଁରେ ରୁହନ୍ତି, ଯେଉଁଠି ଚୂଲିରେ ତିଆରି ଖାଦ୍ୟକୁ ବହୁତ ପସନ୍ଦ କରାଯାଏ । ହରଭଜନ ମଧ୍ୟ ଚୂଲିରେ ତିଆରି ଖାଦ୍ଯ ବହୁତ ଭଲ ପାଆନ୍ତି, ସେଥିପାଇଁ ଗୀତା ବସରା ତାଙ୍କ ପସନ୍ଦର ଚୂଲିରେ ରୋଷେଇ କରି ତାଙ୍କୁ ଖାଇବାକୁ ଦିଅନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button