ଖେଳ ଖବର

ନିଜ ଶେଷ ମ୍ୟାଚ୍ କେଉଁଠି ଖେଳିବେ ଧୋନି ? – Kalinga News

[ad_1]

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୪‌ ରେ ରବିବାର ୫ ଥର ଆଇପିଏଲ୍ ବିଜେତା ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) କୁ ଭେଟିବ। ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ।

ୱାଙ୍ଖଡେରେ ୨୦୧୧ରେ ଏମଏସ ଧୋନି କ୍ରିକେଟ ବିଶ୍ବ କପ୍‌ରେ ୱିନିଙ୍ଗ୍ ଛକା ମାରି ୨୮ ବର୍ଷ ପରେ ଭାରତ ପାଇଁ ବିଶ୍ବ କପ୍ ଆଣିଥିଲେ। ରବିବାର ୱାଙ୍ଖଡେର ମ୍ୟାଚ୍ ଧୋନିଙ୍କ ପାଇଁ ଶେଷ ମ୍ୟାଚ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଏହି ମ୍ୟାଚ୍‌ରେ ଚଳିତ ଆଇପିଏଲ୍‌ର ୧୭ ତମ ସିଜିନରେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ୱାଙ୍ଖଡେରେ ଶେଷ ମ୍ୟାଚ୍ ହେବ। ଏହି ମ୍ୟାଚ୍ ଧୋନିଙ୍କର ମଧ୍ୟ ଶେଷ ମ୍ୟାଚ୍ ହେବ ବୋଲତ କୁହାଯାଉଛି। ଧୋନି ଏବେ ୪୨ ବର୍ଷର ହୋଇ ସାରିଛନ୍ତି।

ସେ ଆଉ ଅଧିକ ସମୟ ଧରି କ୍ରିକେଟ ଖେଳି ପାରିବେ ନାହିଁ। ଗତ ସିଜିନ୍‌ରେ ସେ ପଡ଼ିଆ ଧଇଁସଇଁ ହେଉଥିବା ନଜର ଆସିଥିଲେ।। ଚଳିତ ସିଜିନ୍‌ରେ ସେ ବ୍ୟାଟିଂ କରିବାକୁ ଶେଷ ଆଡ଼କୁ ମଧ୍ୟ ଆସୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button