ଖେଳ ଖବର

ସିଲି ପଏଣ୍ଟ୍‌: ଈଶାନ୍-ଗିଲ୍‌ ଭାରତୀୟ ଦଳ‌ରେ ସୀତା-ଗୀତା – Kalinga News

[ad_1]

ଯୁବ କ୍ରିକେଟର୍‌ ଈଶାନ କିଶନ ଓ ଶୁବମନ ଗିଲ୍‌ ପଡ଼ିଆ ବାହାରେ ସେମାନଙ୍କ ବନ୍ଧୁତ୍ବ ପାଇଁ ବେଶ୍‌ ପରିଚିତ। ଯେତେବେଳେ ବି ଭାରତୀୟ ଦଳ ସହ ଉଭୟ ବିଭିନ୍ନ ସ୍ଥାନକୁ ଗସ୍ତ କରିଥାନ୍ତି, ପରସ୍ପରଠୁ କେବେ ଅଲଗା ହୋଇ ନଥାନ୍ତି। ତେବେ ଉଭୟଙ୍କୁ ଭାରତୀୟ ଦଳର ସୀତା-ଗୀତା ବୋଲି କହିଛନ୍ତି ତାରକା ବ୍ୟାଟର‌ ବିରାଟ କୋହଲି। ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ସାକ୍ଷାତକାର ଦେଉଥିଲା ବେଳେ କୋହଲି କହିଥିଲେ, ଉଭୟ ବହୁତ ମଜାଳିଆ। ତାଙ୍କ ଭିତରେ କ’ଣ ଚାଲିଥାଏ ତାହା କାହାରିକୁ ଜଣା ନାହିଁ।

ସେମାନଙ୍କ ବିଷୟରେ ଅଧିକ କିଛି କହି ହେବନି, କିନ୍ତୁ ସେମାନ କେହି କାହାକୁ ଛାଡ଼ି ରହିପାରିବେନି। ଯଦି ଆମେ ଏକାଠି ଖାଇବାକୁ ଯାଇଥାଉ, ସେମାନେ ମଧ୍ୟ ଏକାସାଙ୍ଗରେ ଆସିବେ। ଦଳୀୟ ଆଲୋଚନା ବେଳେ ମଧ୍ୟ ସେମାନେ ଏକାଠି ଥିବେ। ସେମାନଙ୍କୁ କେବେ ବି ମୁଁ ଏକୁଟିଆ ଦେଖିନି। ଉଭୟ ବହୁତ ଭଲ ବନ୍ଧୁ ବୋଲି କୋହଲି କହିଥିଲେ। ଚଳିତ ଆଇପିଏଲ୍‌ରେ ଈଶାନ ମୁମ୍ବାଇ ଇଣ୍ଡିଆନ୍ସ ୱିକେଟ୍‌କିପର ଥିବା ବେଳେ ଗିଲ୍‌ ଗୁଜରାଟ ଟାଇଟନ୍ସର ନେତୃତ୍ବ ନେଉଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button