ରାଜନୀତି

କଂଗ୍ରେସରେ ମିଶିଲେ ବିଜେଡି ନେତା ଅସିତ ପଟ୍ଟନାୟକ – Kalinga News

[ad_1]

ଭୁବନେଶ୍ବର: ବିଜେଡିର ଭଦ୍ରକ ଜିଲ୍ଲା ଉପସଭାପତି ତଥା ମଧୁବାବୁ ପେନସନ ଯୋଜନାର ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଅସିତ ପଟ୍ଟନାୟକ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ନିଜର ଶହ ଶହ ସମର୍ଥକଙ୍କ ସହ ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦର ସଦସ୍ୟ କଂଗ୍ରେସରେ ମିଶିଛନ୍ତି। ମିଶ୍ରଣ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ବିଶ୍ବଜିତ ଦାସ, ମାନସ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସରେ ସାମିଲ ହେବା ପରେ ଅସିତ ପଟ୍ଟନାୟକ କହିଛନ୍ତି ଯେ ବିଜେଡି ଓ ବିଜେପି ଏକ। ଉଭୟ ଦଳ ବୁଝାମଣା ଭିତ୍ତିରେ ରାଜ୍ୟରେ ଲୋକସଭାଠାରୁ ଆରମ୍ଭ କରି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଦେଇଛନ୍ତି। ଉଭୟ ଦଳ ଭଦ୍ରକକୁ ଲୁଣ୍ଠନ କରୁଛନ୍ତି। ଆସନ୍ତା ନିର୍ବାଚନରେ ଭଦ୍ରକ ଜିଲ୍ଲାରେ କଂଗ୍ରେସ ବେଶ୍‌ ସଫଳତା ପାଇବ। ପ୍ରକୃତରେ କଂଗ୍ରେସ ଏକମାତ୍ର ଦଳ ଯିଏ ଓଡ଼ିଶାରେ ବିକାଶକୁ ଆଗକୁ ନେବ। ମୋ ଘରକୁ ଫେରିଥିବାରୁ ଖୁସି ବୋଲି ସେ କହିଛନ୍ତି। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ଅସିତ ବାବୁଙ୍କ କଂଗ୍ରେସରେ ଯୋଗଦାନ ଫଳରେ କେବଳ ଭଦ୍ରକ ଜିଲ୍ଲା ନୁହେଁ ରାଜ୍ୟରେ କଂଗ୍ରେସ ଅଧିକ ଶକ୍ତିଶାଳୀ ହୋଇଛି। ଏଥର ଓଡ଼ିଶାରେ କଂଗ୍ରେସ ସରକାର କରିବ। ଏହା ଏକମାତ୍ର ଝଲକ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ବିଜେଡି ଓ ବିଜେପିର ମିଛ ପ୍ରତାରଣା ଓ ପ୍ରଚାର ବିରୋଧରେ ରାଜ୍ୟର ଜନସାଧାରଣଙ୍କୁ ଆଗକୁ ଆସିବାକୁ ପଡ଼ିବ। ରାଜ୍ୟର ସ୍ବାର୍ଥ ପାଇଁ କଂଗ୍ରେସକୁ ଭୋଟ୍ ଦେଇ ରାଜ୍ୟକୁ ରକ୍ଷା କରିବାକୁ ପଡ଼ିବ। ଓଡ଼ିଶାକୁ ଲୁଟ୍‌ କରିବା ହେଉଛି ବିଜେପି ଓ ବିଜେଡିର ଏକମାତ୍ର ଏଜେଣ୍ଡା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ଲେଙ୍କା, ସ‌ରୋଜ ନାୟକ, ରମେଶ ଚନ୍ଦ୍ର ସ୍ବାଇଁ, ଆଶୁତୋଷ ପ୍ରଧାନ, ସୁଦାମ ଚରଣ ପ୍ରଧାନ, ଦାମୋଦର ମହଲା, ଶୋଭାରାଣୀ ଚୌଧୁରୀ, ଶ୍ରୀମତ ମଙ୍ଗରାଜ, ଲକ୍ଷ୍ମୀକାନ୍ତ ନାୟକ, ବୀରେନ ସେନା, ଅବ୍‌ଦୁଲ୍ଲା, ବିଶ୍ବନାଥ ମଲ୍ଲିକ, ସୁରେଶ ଦାସ, ଅନୀଲ ତ୍ରିପାଠୀ, ସାଇ ସୁଶାନ୍ତ ରାଉତ, ଦେବବ୍ରତ ମହାପାତ୍ର, ନାରଣ ଚନ୍ଦ୍ର ସେନା ଓ ଅନ୍ୟମାନେ କଂଗ୍ରେସରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ କଂଗ୍ରେସ ପକ୍ଷରୁ ଜାନକୀ ବଲ୍ଲଭ ପଟ୍ଟନାୟକ, ତରୁଣ ମିଶ୍ର, ଚିନ୍ମୟ ଦାସ, ଶ୍ରୀନିବାସ ରାଉତରାୟ, ରଜନୀ ମହାନ୍ତି, ପଦ୍ମାକର ଗୁରୁ, ମନୋରଞ୍ଜନ ଦାସ ଓ ଝୁନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button