ଖେଳ ଖବର

ଡୁବୁରିରେ ଇଏସ୍‌ଆଇସି ହସ୍ପିଟାଲ୍: ଦେଶରେ ଆଉ ୭ ନୂଆ ହସ୍ପିଟାଲ୍‌ – Kalinga News

[ad_1]

୧୧୨୮ କୋଟି ନିବେଶ, ୮୦୦ ଶଯ୍ୟା ବଢ଼ିବ

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପକ୍ଷରୁ ଦେଶରେ ସାତଟି ନୂଆ ହସ୍ପିଟାଲ୍ ନିର୍ମାଣ କରାଯିବ। ସେଥିରୁ ଗୋଟିଏ ଓଡ଼ିଶାର ଯାଜପୁର ଜିଲ୍ଲାର ଡୁବୁରିରେ ସ୍ଥାପନ କରାଯିବ। ଶ୍ରମ ସଚିବ ସୁମିତ୍ରା ଦାୱରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇଏସ୍‌ଆଇସିର ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇଏସ୍‌ଆଇସି ପକ୍ଷରୁ ଓଡ଼ିଶା ସମେତ କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଏହି ହସ୍ପିଟାଲ୍‌ଗୁଡ଼ିକୁ ନିର୍ମାଣ କରାଯିବ। କର୍ଣ୍ଣାଟକର ହାରୋହାଲି, ନର୍ସାପୁରା ଓ ବୋମାସାଣ୍ଡରା, ଉତ୍ତରପ୍ରଦେଶର ବରେଲି ଓ ମିରଟ ଏବଂ ମଧ୍ୟପ୍ରଦେଶର ପିତମ୍‌ପୁରରେ ହସ୍ପିଟାଲ୍‌ଗୁଡ଼ିକୁ ସ୍ଥାପନ କରାଯିବ। ଏଥିପାଇଁ ୧୧୨୮.୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ଖୁବ୍‌ଶୀଘ୍ର ହସ୍ପିଟାଲ୍‌ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ଇଏସ୍‌ଆଇସିର ପୂର୍ବରୁ ଥିବା ଭିତ୍ତିଭୂମିରେ ୮୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ ଯୋଡ଼ାଯିବ। ଏହି ବୈଠକରେ ବୀମାଭୁକ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମେଡିକାଲ୍‌ ସେବା ଓ ନଗଦ ରାଶି ସୁବିଧ‌ାରେ ଉନ୍ନତି ଆଣିବା ଲାଗି ମଧ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜସ୍ଥାନର ଅଲ୍‌ୱର୍‌ରେ ଏକ ଉପ ଆଞ୍ଚଳିକ କାର୍ଯ୍ୟାଳୟ‌ ଖୋଲାଯିବ। ଗତ ୧୦ ବର୍ଷ ଭିତରେ ଇଏସ୍‌ଆଇସି ସ୍କିମ୍ ଅଧୀନରେ ଥିବା ଜିଲ୍ଲା ସଂଖ୍ୟା ୬୬୬ ଏବଂ ବୀମାଭୁକ୍ତ ଶ୍ରମିକଙ୍କ ସଂଖ୍ୟା ୩.୪୩ କୋଟିକୁ ବୃଦ୍ଧି ପାଇଛି। ଓଡ଼ିଶାରେ ୬ଟି ଇଏସ୍‌ଆଇସି ହସ୍ପିଟାଲ୍‌ ରହିଛି। ଏହା ଅନୁଗୁଳରେ ଏକ ୧୦୦ ଶଯ୍ୟା ଏବଂ ରାଉରକେଲାରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ପରିଚାଳନା କରୁଥିବା ବେଳେ ଓଡ଼ିଶା ସରକାର ଭୁବନେଶ୍ବରରେ ଏକ ୧୦୦ ଶଯ୍ୟା, ଚୌଦ୍ବାରରେ ୧୦୦ ଶଯ୍ୟା, କାଂସବାହାଲରେ ୨୫ ଶର୍ଯ୍ୟା, ରାୟଗଡ଼ାରେ ଏକ ୨୫ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପରିଚାଳନା କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button