ରାଜନୀତି

ମୟୂରଭଞ୍ଜ ଲୋକସଭା ଆସନ: ବିଜେପିରୁ ଏଥର କିଏ ବିଶ୍ବେଶ୍ବର ନା ନୂଆମୁହଁ? – Kalinga News

[ad_1]

ବାରିପଦା: ମୟୂରଭଞ୍ଜର କୌଣସି ବିଧାନସଭା ଅପେକ୍ଷା ଲୋକସଭା ଆସନ ଜିତିବା ଅପେକ୍ଷାକୃତ ସହଜ ହେବ ବୋଲି ଏଥର ବିଜେପି ଶିବିରରେ ଚର୍ଚ୍ଚା ହେଉଛି। ତେଣୁ ଏଠାରୁ ସାଂସଦ ପ୍ରାର୍ଥୀ ହେବା ଲାଗି ଆଶାୟୀଙ୍କର ତାଲିକା ଲମ୍ବିବ‌ାରେ ଲାଗିଛି। ଗତ ନିର୍ବାଚନରେ ଜିତିଥିବା କିଛି ବିଜେପି ବିଧାୟକ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଛନ୍ତି। ଫଳରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁଙ୍କ ଟିକେଟ୍‌ ଦ୍ବନ୍ଦ୍ବ ଲାଗିରହିଛି। ବିଶ୍ବେଶ୍ବର ଗତ ନିର୍ବାଚନରେ ଖାଲି ବାଜି ମାରିନଥିଲେ, ପ୍ରତିପକ୍ଷ ରାଜନୈତିକ ଦଳମାନଙ୍କୁ ମଧ୍ୟ ଚମ୍‌କାଇ ଦେଇଥିଲେ। ସଂଘ ପରିବାରରୁ ଆସିଥିବାରୁ ତାଙ୍କୁ ଆରଏସ୍‌ଏସ୍‌ରୁ ପୂର୍ଣ୍ଣ ସମର୍ଥନ ମିଳିଥିଲା ଓ ଏଥିପାଇଁ ତାଙ୍କ ବିଜୟ ସହଜସାଧ୍ୟ ହେଲା ବୋଲି କୁହାଯାଏ। ତେବେ ଏଥର ଚିତ୍ର ବଦଳି ଯାଇଛି।

ଗତ ପାଞ୍ଚବର୍ଷ ମଧ୍ୟରେ ବିଶ୍ବେଶ୍ବରଙ୍କ କାର୍ଯ୍ୟଶୈଳୀକୁ ନେଇ ସଂଘ ପରିବାର କୁଆଡ଼େ ଅସନ୍ତୁଷ୍ଟ ଅଛି। କୁଡ଼ୁମୀ ବିରୋଧୀ ମନ୍ତବ୍ୟ, ଦଳୀୟ ନେତା ଓ କର୍ମୀଙ୍କୁ ଅଣଦେଖା ଏବଂ ଅଧିକାଂଶ ସମୟରେ ବିବାଦୀୟ ବୟାନ ମଧ୍ୟ ବିଶ୍ବେଶ୍ବରଙ୍କ ବାଜି ବିଗାଡ଼ି ଦେଇପାରେ। ତେବେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଭଲ ସମ୍ପର୍କ ଥିବାରୁ ସବୁ ବିରୋଧ ସତ୍ତ୍ବେ ସେ ପୁଣି ଦଳୀୟ ପ୍ରାର୍ଥୀ ହୋଇ ବିଜୟୀ ହେବେ ବୋଲି ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି। ଅନ୍ୟପକ୍ଷରେ ସାଂସଦ ଟିକେଟ୍‌ ପାଇଁ କିଛି ଦଳୀୟ ନେତା ଉଦ୍ୟମ ଚଳାଇଛନ୍ତି। ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ବରିଷ୍ଠ ନେତା ନରେନ୍ଦ୍ର ସିଂ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ୍‌ଙ୍କ ଟିକେଟ୍‌ ଲବିରେ ଥିବା ଚର୍ଚ୍ଚା ହେଉଛି। ଏହାଛଡ଼ା ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଚାକିରି କରିଥିବା ଇଞ୍ଜିନିୟର ରାମଚନ୍ଦ୍ର ହାଁସଦାଙ୍କ ନାଁ ମଧ୍ୟ ଶୁଣାଯାଉଛି। ନିର୍ବାଚନ ତାରିଖ ଘୋଷଣାକୁ ଆଉ ଅଳ୍ପଦିନ ଥିବାରୁ ଶେଷ ସମୟରେ ଶୀର୍ଷ ନେତୃତ୍ବଙ୍କୁ ଯିଏ ପ୍ରଭାବିତ କରିବ, ସେ ହିଁ ଟିକେଟ୍‌ ହାତେଇବ ବୋଲି କୁହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button