ରାଜନୀତି

ହରିଆଣାରେ ଫ୍ଲୋର ଟେଷ୍ଟ୍‌ ଆରମ୍ଭ: ୫ ବିଧାୟକ ଦୁଷ୍ୟନ୍ତଙ୍କ ହାତ ଛାଡି ବିଜେପି କ୍ୟାମ୍ପରେ ସାମିଲ୍‌ – Kalinga News

[ad_1]

ଚଣ୍ଡିଗଡ଼: ହରିଆଣା ରାଜନୀତିରେ ଦୁଷ୍ୟନ୍ତ ଚୌଟାଲାଙ୍କୁ ବଡ଼ ଝଟକା। ନିର୍ବାଚନୀ ବର୍ଷରେ ଦୁଷ୍ୟନ୍ତଙ୍କ ନେତୃତ୍ୱାଧୀନ ପାର୍ଟି ଜେଜେପି ପାଇଁ ଅଡୁଆ ବଢିଛି । ଏହାପୂର୍ବରୁ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା ଜେଜେପି। ଏବେ ଦୁଷ୍ୟନ୍ତଙ୍କ ହାତ ଛାଡିଛନ୍ତି ଦଳୀୟ ବିଧାୟକ। ଆଜି ହରିଆଣାରେ ବିଜେପି ସରକାର ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବାକୁ ଯାଉଛି । ଏହି ଫ୍ଲୋର ଟେଷ୍ଟକୁ ପାର କରିବାରେ ଯଦି ବିଜେପି ବିଫଳ ହୁଏ ତେବେ ମୁଖ୍ୟମନ୍ତ୍ରୀ ନୟାବ ସିଂହ ସାଇନିଙ୍କ ପାଇଁ ଅଡୁଆ ବଢିପାରେ । କିନ୍ତୁ ଏହାପୂର୍ବରୁ ଜେଜେପିର ୫ ବିଧାୟକ ଦୁଷ୍ୟନ୍ତଙ୍କ ହାତ ଛାଡି ବିଜେପି କ୍ୟାମ୍ପରେ ସାମିଲ ହୋଇଛନ୍ତି ।

୯୦ ସଦସ୍ୟ ବିଶିଷ୍ଟ ହରିଆଣା ବିଧାନସଭାରେ ବିଜେପି ୪୧ଟି ଆସନ ହାତେଇଛି । କିନ୍ତୁ ସରକାର ଗଠନ ପାଇଁ ଏହା ମ୍ୟାଜିକ ନମ୍ବରଠାରୁ ଯଥେଷ୍ଟ କମ । ଯେଉଁଥିପାଇଁ ୬ ସ୍ୱାଧୀନ ଓ ଏଚଏଲପିର ଜଣେ ବିଧାୟକଙ୍କ ସମର୍ଥନରେ ସରକାର ଗଢିଛି ବିଜେପି । ପୂର୍ବରୁ ଜେଜେପିର ୧୦ ବିଧାୟକ ମଧ୍ୟ ସମର୍ଥନ ଦେଇ ମେଣ୍ଟ ସରକାରରେ ସାମିଲ ହୋଇଥିଲେ । କିନ୍ତୁ ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିବା ସହ ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇଥିଲେ। ମନୋହରଙ୍କ ସ୍ଥାନରେ ନୟାବ ସିଂହ ସାଇନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେଣୁ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ଫ୍ଲୋର ଟେଷ୍ଟର ସାମ୍ନା କରୁଛନ୍ତି ମୁଖ୍ୟମନ୍ତ୍ରୀ ସାଇନି ।

ଫ୍ଲୋର ଟେଷ୍ଟରେ ବିଜେପିକୁ ଝଟକା ଦେବାକୁ ପ୍ରସ୍ତୁତି କରିଥିଲା ଜେଜେପି । ଏପରିକି ଫ୍ଲୋର ଟେଷ୍ଟରୁ ଦୂରେଇ ରହିବାକୁ ନିଜ ବିଧାୟକଙ୍କୁ ହ୍ୱିପ୍ ଜାରି କରିଥିଲା ଜେଜେପି । ଏହାସହ ହିସାରରେ ଦ୍ୟୁଷନ୍ତ କରୁଥିବା ନବ ସଂକଳ୍ପ ରାଲିରେ ସାମିଲ ହେବାକୁ ସବୁ ବିଧାୟକଙ୍କୁ କୁହାଯାଇଥିଲା । କିନ୍ତୁ ଏହି ରାଲିରେ ଜେଜେପିର ୫ ବିଧାୟକ ଅନୁପସ୍ଥିତ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୪ ବିଧାୟକ ବିଧାନସଭାରେ ପହଞ୍ଚିଥିଲେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button