ଖେଳ ଖବର

ଆଇପିଏଲ୍ : ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୭୦ ରନର ଲକ୍ଷ୍ୟ ରଖିଲା କୋଲକାତା ନାଇଟରାଇଡର୍ସ – Kalinga News

[ad_1]

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୫୧ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସ ୧୬୯ ରନରେ ଅଲଆଉଟ ହୋଇଯାଇଛି । ଫଳରେ ମୁମ୍ବାଇ ଆଗରେ ୧୭୦ ରନର ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକାତା ଦଳ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ୍ ହରାଇ ଚାଲିଥିଲା ଓ ୪୩ ରନ ହେଉ ହେଉ ଦଳ ୪ଟି ଓ୍ବିକେଟ ହରାଇ ସାରିଥିଲା । ସେହପରି ୫୭ ରନ ବେଳକୁ ଦଳ ୫ଟି ଓ୍ବିକେଟ ହରାଇଥିଲା । କିନ୍ତୁ ଭେଙ୍କଟେଶ ଆୟର ଓ ମନିଶ ପାଣ୍ଡେଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦଳକୁ ବିପଦରୁ ଉଦ୍ଧାର କରିବା ସହ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଥିଲା । ଆୟର ୭୦ ରନ କରିଥିବାବେଳେ ପାଣ୍ଡେ ୪୨ ରନ କରିଥିଲେ । ତେବେ ଦଳ ସଂପୂର୍ଣ୍ଣ ୨୦ ଓଭର ଖେଳିପାରିନଥିଲା ଓ ଗୋଟିଏ ବଲ ବାକିଥାଇ ଦଳ ୧୬୯ ରନରେ  ଅଲଆଉଟ ହୋଇଯାଇଥିଲା ।

ମୁମ୍ବାଇ ପକ୍ଷରୁ ନୁଆନ୍ ତୁଷାରା ଓ ଯଶପ୍ରୀତ ବୁମରା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ ପିୟୁଷ ଚାଓ୍ବଲା ଗୋଟିଏ ଓ୍ବିକେଟ ନେଇଥିଲେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button