ରାଜନୀତି

ନିର୍ବାଚନ ଫଳାଫଳର ପୂର୍ବାନୁମାନ କରିବା ପାଇଁ ଭାଗ୍ୟ ଓ ଭବିଷ୍ୟତ ବକ୍ତା ଶୁଆ ରଖିବା ଅଭିଯୋଗରେ ଗିରଫ – Kalinga News

[ad_1]

କୁଡ୍ଡାଲୋର: ତାମିଲନାଡୁର କୁଡ୍ଡାଲୋରରେ ଜଣେ ଭାଗ୍ୟ ଓ ଭବିଷ୍ୟତ ବକ୍ତାଙ୍କୁ ଶୁଆକୁ ବନ୍ଦୀ କରି ରଖିବା ଅଭିଯୋଗରେ ଗିରଫ କରାଯାଇଛି।

ଇଣ୍ଟରନେଟରେ ବହୁଳ ଭାବରେ ସେୟାର ହୋଇଥିବା ଏକ ଭିଡିଓରେ ସେଲଭାରାଜ ନାମକ ଏହି ଭାଗ୍ୟ ଓ ଭବିଷ୍ୟତ ବକ୍ତା ପଟ୍ଟାଲି ମକ୍କାଲ କାଚି (ପିଏମକେ) କୁଡ୍ଡାଲୋର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଥାଙ୍ଗର ବଚନଙ୍କ ନିର୍ବାଚନୀ ବିଜୟ ନେଇ ପୂର୍ବାନୁମାନ କରୁଥିବା ଦେଖିବାକୁ ମିଳିବା ପରେ ଜିଲ୍ଲା ବନ ବିଭାଗ ପୁଲିସ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଭବିଷ୍ୟତ ବକ୍ତାଙ୍କ ସହ ତାଙ୍କ ଭାଇଙ୍କୁ ମଧ୍ୟ ଗିରଫ କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବଚନ ସେଲଭରାଜଙ୍କୁ ତାଙ୍କ ବିଜୟର ପୂର୍ବାନୁମାନ କରିବାକୁ ଅନୁରୋଧ କରୁଛନ୍ତି। ପରେ ଭାଗ୍ୟ ଓ ଭବିଷ୍ୟତ ବକ୍ତାଙ୍କ ନିର୍ଦ୍ଦେଶକ୍ରମେ, ଶୁଆଟି ଏକ ପିଞ୍ଜରା ମଧ୍ୟରୁ ବାହାରକୁ ଆସି ରାଜନେତା ପ୍ରତଦିନ ପୂଜା କରିଥିବା ଦେବତାଙ୍କ ପ୍ରତିମୂର୍ତ୍ତି ଥିବା କାର୍ଡ ଉଠାଉଥିବା ଦେଖିବାକୁ ମିଳିଥିଲା।

ଏହାପରେ ଭାଗ୍ୟ ଓ ଭବିଷ୍ୟତ ବକ୍ତା ଆଗାମୀ ନିର୍ବାଚନରେ ବଚନଙ୍କ ବିଜୟ ଘୋଷଣା କରିଥିଲେ। ଏହି ଭବିଷ୍ୟବାଣୀରେ ଖୁସି ହୋଇ ପିଏମକେ ପ୍ରାର୍ଥୀ କଦଳୀ ନେଇ ଶୁଆଙ୍କୁ ଖାଇବାକୁ ଦେଇଥିଲେ।

ଏହି ଭିଡ଼ିଓ ଭାଇରାଲ ହେବା ପରେ ବନ ବିଭାଗ ପକ୍ଷରୁ ଶୁଆକୁ କାବୁ କରିବା ଅଭିଯୋଗରେ ଭାଗ୍ୟ ଓ ଭବିଷ୍ୟତ ବକ୍ତା ଓ ତାଙ୍କ ଭାଇଙ୍କୁ ଗିରଫ କରିିଥିଲା। ପରେ ଉଭୟଙ୍କୁ ଚେତାବନୀ ଦେଇ ଛାଡ଼ି ଦିଆଯାଇଥିଲା।

ବନ୍ୟପ୍ରାଣୀ ସୁରକ୍ଷା ଆଇନ (୧୯୭୨)ର ଅନୁସୂଚୀ-୪ ଅନୁଯାୟୀ ପକ୍ଷୀମାନଙ୍କୁ ବନ୍ଦୀ କରିବା ବେଆଇନ, କାରଣ ସେମାନଙ୍କୁ ବନ୍ୟପ୍ରାଣୀ ଅଧୀନରେ ଶ୍ରେଣୀଭୁକ୍ତ କରାଯାଇଛି ଏବଂ ତେଣୁ ଏହି ଆଇନ ଅଧୀନରେ ସେମାନେ ସୁରକ୍ଷିତ ରହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button