ଅପରାଧ

ବିଭାଗରେ ଆଧିପତ୍ୟ ପାଇଁ ଦୁଇ ଅଧ୍ୟାପକଙ୍କ ଲଢ଼େଇ: କଲେଜ ଭିତରେ ମାରପିଟ – Kalinga News

[ad_1]

ଜଟଣୀ: ଜଟଣୀ ମହାବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଓ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ମହାବିଦ୍ୟାଳୟର ପଦାର୍ଥବିଜ୍ଞାନ ବିଭାଗରେ ନିଜର ଆଧିପତ୍ୟ ଜାହିର କରିବାକୁ ନେଇ ଦୁଇଜଣ ଅଧ୍ୟାପକଙ୍କ ଭିତରେ ପ୍ରଥମେ ବଚସା ହୋଇଥିଲା। ତା’ପରେ ଦୁହେଁ ଧସ୍ତାଧସ୍ତି ହୋଇଥିଲେ। ଏପରିକି ପରସ୍ପରଙ୍କୁ ବାଡ଼େଇ ଉଭୟ ଆହତ ହୋଇଛନ୍ତି। ଉଭୟ ପକ୍ଷରୁ ଅଭିଯୋଗ ପରେ ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାନୁଯାୟୀ, ପଦାର୍ଥବିଜ୍ଞାନ ବିଭାଗର ମୁଖ୍ୟ ଆଶ୍ଚର୍ଯ୍ୟ କୁମାର କର ଦେଢ଼ମାସ ପୂର୍ବରୁ ନୟାଗଡ଼ରୁ ଜଟଣୀ କଲେଜକୁ ବଦଳି ହୋଇ ଆସିଛନ୍ତି। ପୂର୍ବରୁ କଲେଜର ବିଭାଗୀୟ ମୁଖ୍ୟ ଅବସର ନେବାପରେ ଉକ୍ତ ବିଭାଗର ଅଧ୍ୟାପକ ସୁଭାଶିଷ ନନ୍ଦ ସେହି ଦାୟିତ୍ୱ ତୁଲାଇ ଆସୁଥିଲେ। କିନ୍ତୁ ବିଭାଗୀୟ ମୁଖ୍ୟ ଆସିବା ପରେ ତାଙ୍କର ପୂର୍ବ ପତିଆରା ରହି ନଥିଲା। ଶ୍ରୀ କର ଆସିବାର କିଛିଦିନ ଭିତରେ ଶ୍ରୀ ନନ୍ଦଙ୍କ ସହିତ ବିଭିନ୍ନ କଥାକୁ ନେଇ ମତାନ୍ତର ଓ ଅସନ୍ତୋଷ ଆରମ୍ଭ ହୋଇଯାଇଥିଲା। ଆଜି କଲେଜ ସମୟରେ ପୂର୍ବ ବିବାଦକୁ କେନ୍ଦ୍ର କରି ଉଭୟଙ୍କ ଭିତରେ ଯୁକ୍ତିତର୍କ ଓ ମାରପିଟ ହୋଇଥିଲା। ପୁଲିସ ଉଭୟଙ୍କ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି। ଶିକ୍ଷାନୁଷ୍ଠାନ ଭିତରେ, ପୁଣି ଅଧ୍ୟାପନା ଭଳି ଏକ ସମ୍ମାନଜନକ ବୃତ୍ତିରେ ଥାଇ ଦୁଇ ଅଧ୍ୟାପକଙ୍କ ମାରପିଟ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button