ଖେଳ ଖବର

ସନ୍‌ରାଇଜର୍ସ ୨ ରନ୍‌ରେ ଜିତିଲା – Kalinga News

[ad_1]

ପ୍ରଥମ ଆଇପିଏଲ୍‌ ଅର୍ଦ୍ଧଶତକ ସହ ନୀତୀଶ ଶ୍ରେଷ୍ଠ ଖେଳାଳି

ମୁଲାନପୁର: ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ରୋମାଞ୍ଚକ ଭାବେ ୨ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ହାଇଦ୍ରାବାଦ ୧୮୨ ରନ୍ କରିଥିବା ବେଳେ ପଞ୍ଜାବ ଶେଷ ଓଭରରୁ ୩ ଛକା ସହ ୨୬ ରନ୍ ଆଦାୟ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତିପାରି ନଥିଲା। ପ୍ରଶଂସକମାନେ କିନ୍ତୁ ତାଙ୍କ ପଇସା ଅସୁଲ କରିନେଇଥିଲେ। ଶେଷ ଦୁଇ ଅପରାଜିତ ବ୍ୟାଟର୍ ଶଶାଙ୍କ ସିଂହ (୨୫ ବଲ୍‌ରୁ ୪୬* ରନ୍) ଏବଂ ଅଭିଷେକ ଶର୍ମା (୧୫ ବଲ୍‌ରୁ ୩୩* ରନ୍) ପାରୁପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଦଳ ୨ ରନ୍ ଦୂରରେ ରହିଯାଇଥିଲା। ଏମାନଙ୍କ ପୂର୍ବରୁ ସାମ କରନ୍, ସିକନ୍ଦର ରାଜା ସମାନ ୨୨ ‌ଲେଖାଏଁ ବଲ୍ ଖେଳି ଯଥାକ୍ରମେ ୨୯ ଓ ୨୮ ରନ୍ କରିଥିଲେ। କିନ୍ତୁ ଜୟଦେବ ଉନାଡ଼କଟଙ୍କୁ ଛାଡ଼ି ହାଇଦ୍ରାବାଦର ସମସ୍ତ ବୋଲର୍‌ ନିୟନ୍ତ୍ରିତ ବୋଲିଂ କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଶେଷ ଓଭରରୁ ୨୯ ରନ୍ ଆବଶ୍ୟକ ଥିବାବେଳେ ଜୟଦେବଙ୍କ ୩ ୱାଇଡ୍ ସହ ୨୬ ରନ୍ ଦେଇଥିଲେ।

ବାଉଣ୍ଡରିରେ ହାତରେ ବାଜି ଦୁଇଟି ଛକା ହେବା ଏବଂ ଆଉ ଏକ କ୍ୟାଚ୍‌ ହାତଛଡ଼ା ହେବା ଏହି ମ୍ୟାଚ୍‌କୁ ଶେଷ ବଲ୍ ପର୍ଯ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ କରି ରଖିଥିଲା।
ମଙ୍ଗଳବାର ମୁଲାନପୁରରେ ଯୁବ ତାରକା ନୀତୀଶ କୁମାର ରେଡ୍ଡୀ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ୨୦ ବର୍ଷୀୟ ଏହି ଆନ୍ଧ୍ରପ୍ରଦେଶ ବ୍ୟାଟର୍ ମାତ୍ର ୩୭ ବଲ୍‌ରୁ ୬୪ ରନ୍‌ର ପାଳି ଖେଳିବାରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ୧୮୨ ରନ୍‌ କରିପାରିଥିଲା। ଅନ୍ୟତମ ଭାରତୀୟ ଯୁବ ତାରକା ଅବଦୁଲ ସମଦ ୧୨ ବଲ୍‌ରୁ ୨୫ ରନ୍ (୫ ଚୌକା) କରିଥିଲେ। ପାଳି ଆରମ୍ଭରୁ ଟ୍ରାଭିସ୍ ହେଡ୍‌ (୧୫ ବଲ୍‌ରୁ ୨୧ ରନ୍) ଭଲ ଖେଳିଥିଲେ ମଧ୍ୟ ଲମ୍ବା ଖେଳିପାରିନଥିଲେ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ କିନ୍ତୁ ବାମହାତୀ ଦ୍ରୁତ ବୋଲର୍ ଅର୍ଶଦୀପ ସିଂହ ପ୍ରଭାବୀ ବୋଲିଂ କରିଥିଲେ। ଲଗାତାର ବଲ୍‌ରେ ଟ୍ରାଭିସ୍ ହେଡ୍‌ ଓ ଐଦୖନ ମାରକ୍ରମଙ୍କୁ ଆଉଟ୍ କରିଥିଲେ। ପରବର୍ତ୍ତୀ ଓଭରରେ ସାମ କରନ୍‌ଙ୍କ ଶିକାର ହୋଇଥିଲେ ଗତ ମ୍ୟାଚ୍‌ ହିରୋ ଅଭିଷେକ ଶର୍ମା। ୧୭ତମ ଓଭରରେ ଅର୍ଶଦୀପ ଆଉ ୨ ୱିକେଟ୍ ଅକ୍ତିଆର କରି ଚମତ୍କାର ବୋଲିଂ (୪-୦-୨୯-୪) ଚିତ୍ର ପାଇଥିଲେ। ତାଙ୍କୁ ଦୁଇ ସାଥୀ ଦ୍ରୁତ ବୋଲର ହର୍ଷଲ୍ ପଟେଲ୍ (୪-୦-୩୦-୨) ଓ ସାମ୍ କରନ୍ (୪-୦-୪୧-୨) ମଧ୍ୟ ଠିକଣା ତାଳ ଦେଇଥିଲେ। କେବଳ ସ୍ପିନର୍ ହରପ୍ରୀତ୍ ବ୍ରାର୍ (୪-୦-୪୮-୦) ମହଙ୍ଗା ସାବ୍ୟସ୍ତ‌ ହେବା ପଞ୍ଜାବକୁ ପଛୁଆ କରି ଦେଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୮୨/୯ (ନୀତୀଶ ରେଡ୍ଡୀ-୬୪, ଅବଦୁଲ ସମଦ-୨୫, ଅର୍ଶଦୀପ ସିଂହ-୪/୨୯, ହର୍ଷଲ ପଟେଲ୍‌-୨/୩୦, ସାମ କରନ୍‌-୨/୪୧, କାଗି‌ସୋ ରବାଡ଼ା-୧/୩୧)।

ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୧୮୦/୬ (ଶଶାଙ୍କ ସିଂହ-୪୬*, ଅଭିଷେକ ଶର୍ମା-୩୩*, ସାମ କରନ୍‌-୨୯, ସିକନ୍ଦର ରାଜା-୨୮, ଭୁବନେଶ୍ବର କୁମାର-୨/୩୨, ପ୍ୟାଟ କମିନ୍ସ-୧/୨୨, ଏନ୍ ନଟରାଜନ-୧/୩୩, ନୀତୀଶ ରେଡ୍ଡୀ-୧/୩୩, ଜୟଦେବ ଉନାଡ଼କଟ-୧/୪୯)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button