ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା-୨ର ଟିଜର, ଲୋମଟାଙ୍କୁରି ଦେଲା ଅଲ୍ଲୁଙ୍କ ଆକ୍ସନ – Kalinga News

[ad_1]
ନୂଆଦିଲ୍ଲୀ: ତେଲୁଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଅଭିନେତାଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା-୨ର ଟିଜର ରିଲିଜ୍ କରିଛନ୍ତି ନିର୍ମାତା, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ମୈତ୍ରି ମୁଭି ମେକର୍ସର ୟୁଟ୍ୟୁବ ଚ୍ୟାନେଲରେ ଟିଜର ରିଲିଜ୍ କରାଯାଇଛି। କିଛି ମାସ ତଳେ ଫିଲ୍ମର ପୋଷ୍ଟର ରିଲିଜ୍ କରିଥିଲେ ନିର୍ମାତା। ଏଥିରେ ଅଲ୍ଲୁଙ୍କ ଲୁକ୍ ସାମ୍ନାକୁ ଆସିଥିଲା। ଏବେ ଭିଡିଓରେ ତାଙ୍କୁ ସେହି ଲୁକରେ ଆକ୍ସନ କରୁଥିବାରୁ ଦେଖି ଦର୍ଶକଙ୍କ ଉତ୍ସାହ ବଢ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
‘ପୁଷ୍ପା ୨’ ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହାର ପ୍ରଥମ ଟିଜର ଦର୍ଶକଙ୍କ ମନରେ ଚଳଚ୍ଚିତ୍ରକୁ ନେଇ ଉତ୍ସାହ ବଢ଼ାଇ ଦେଇଛି। ସୁକୁମାରଙ୍କ ନିର୍ଦ୍ଦେଶିତ ‘ପୁଷ୍ପା-୨: ଦିରୁଲ’ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫହାଦ ଫସିଲ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ମୈତ୍ରି ମୁଭି ମେକର୍ସ।
[ad_2]