ମନୋରଞ୍ଜନ

ବିବାହ ବାର୍ଷିକୀରେ ନିଷ୍ପତ୍ତି, ଅଙ୍ଗଦାନ କରିବେ ଜଣାଶୁଣା ଅଭିନେତ୍ରୀ ଓ ବିଜେପି ନେତ୍ରୀ ପିଙ୍କି ପ୍ରଧାନ – Kalinga News

[ad_1]

ଭୁବନେଶ୍ବର: ନିଜ ବିବାହବାର୍ଷିକୀକୁ ଭିନ୍ନ ଏବଂ ମହତ ଢଙ୍ଗରେ ପାଳନ କରିଛନ୍ତି ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ଓ ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କର ସ୍ୱାମୀ କର୍ଣ୍ଣେଲ୍ ସବ୍ୟସାଚୀ ଦାଶ। ଉଭୟେ ବିବାହ ବାର୍ଷିକୀରେ ଅଙ୍ଗଦାନ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଏ ନେଇ ଆଜି ଅଙ୍ଗଦାନର ଫର୍ମ ନମ୍ବର ୭ ପୂରଣ କରି ନିଜର ସ୍ୱୀକୃତି ଦେଇଛନ୍ତି। ଏହା ଛଡ଼ା ସେଦୁହେଁ ରକ୍ତଦାନ ମଧ୍ୟ କରିଛନ୍ତି।

ଦେଶରେ ୧୦ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଅଙ୍ଗରୋପଣ ପାଇଁ ଅପେକ୍ଷା କରିଥିବା ବେଳେ ଡୋନରଙ୍କ ସଂଖ୍ୟା ବହୁତ କମ ରହିଛି। ମାତ୍ର ୫୦ ହଜାର ଲୋକେ ଅଙ୍ଗଦାନ କରିବା ପାଇଁ ପ୍ରତିବଦ୍ଧ ଥିବା ବେଳେ ଓଡ଼ିଶାରେ ମାତ୍ର  ୧୫ଜଣ ଲୋକ ନିଜର ଅଙ୍ଗ ଦାନ କରିପାରିଛନ୍ତି। ତେବେ ଜନ୍ମଦିନ , ବିବାହ ବାର୍ଷିକୀ  ବା କୌଣସି ଶୁଭକାର୍ଯ୍ୟରେ ଲୋକେ ଅଙ୍ଗଦାନ ଓ ରକ୍ତଦାନ କରିବାକୁ ଅନୁରୋଧ କରିଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ୍ ସବ୍ୟସାଚୀ ଦାଶ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button