ରାଜ୍ୟ

ବ୍ରିଜରୁ ଖସିଲା ସ୍କୁଟି, ୩ ମୃତ – Kalinga News

[ad_1]

ଭାରସାମ୍ୟ ହରାଇ ବ୍ରିଜ ଉପରୁ୨୦ ଫୁଟ ତଳକୁ ଖସିଲା ସ୍କୁଟି। କନ୍ଧମାଳ ଜିଲ୍ଲା ରାଇକିଆରୁ ଟିକାବାଲି ଫେରୁଥିବାବେଳେ ବୁଡାମାହା ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ରାଇକିଆ : ବ୍ରିଜରୁ ଖସିଲା ସ୍କୁଟି, ୩ ମୃତ। ଭାରସାମ୍ୟ ହରାଇ ବ୍ରିଜ ଉପରୁ୨୦ ଫୁଟ ତଳକୁ ଖସିଲା ସ୍କୁଟି। କନ୍ଧମାଳ ଜିଲ୍ଲା ରାଇକିଆରୁ ଟିକାବାଲି ଫେରୁଥିବାବେଳେ ବୁଡାମାହା ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଗୋଟିଏ ସ୍କୁଟିରେ ୩ଜଣ ସାଙ୍ଗ ଟିକାବାଲିରୁ ରାଇକିଆ ଫେରୁଥିଲେ ।

ବୁଡ଼ାମାହା ନିକଟରେ ଭାରସାମ୍ୟ ହରାଇ ସ୍କୁଟିଟି ୨୦ଫୁଟ ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ ୩ ଜଣ ରାଇକିଆ ଅଞ୍ଚଳର ହୋଇଥିବା ଜଣାପଡିଛି । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ବ୍ୟବଛେଦ ପାଇଁ ମେଡିକାଲକୁ ମୃତଦେହ ପଠାଇବା ସହ ତଦନ୍ତ କରୁଛି ପୋଲିସ। .

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button