ବିଜେପିରେ ମିଶିଲେ କଂଗ୍ରେସ ନେତା ରଜତ ଓ ବିଶ୍ବଭୂଷଣ – Kalinga News

[ad_1]
ଭୁବନେଶ୍ୱର: ଯୁବ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ରଜତ ଚୈାଧୁରୀ ଓ କଂଗ୍ରେସର ରାଜ୍ୟ ଉପସଭାପତି ବିଶ୍ୱଭୂଷଣ ଦାସ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ସେମାନଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଶ୍ରୀ ସାମଲ କହିଥିଲେ, ବିକଶିତ ଭାରତ ଗଠନରେ ଯୁବକମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
Sambad is now on WhatsApp
Join and get latest news updates delivered to you via WhatsApp
ନିଯୁକ୍ତି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କୁ ସମସ୍ତ ପ୍ରକାରର ସହଯୋଗ, ସହାୟତା ଓ ପ୍ରୋତ୍ସାହନ ଦେଇଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦଳମତ ନିର୍ବିଶେଷରେ ଦେଶର ଯୁବବର୍ଗଙ୍କ ଆଦର୍ଶ ସାଜିଛନ୍ତି ମୋଦୀଜୀ। ଅନ୍ୟ ପଟେ ବିଜେଡିର ୨୪ ବର୍ଷ ଶାସନରେ ଓଡ଼ିଆ ଯୁବକଯୁବତୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଛି। ଏହି ଅବସରରେ କାକଟପୁର ବ୍ଲକ କଂଗ୍ରେସ ସଭାପତି ଅବଧୂତ ସ୍ୱାଇଁ, ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି, ରାଜ୍ୟ କଂଗ୍ରେସ ସାଧାରଣ ସଂପାଦକ ତପନ କୁମାର କାଣ୍ଡି, ଯୁବ କଂଗ୍ରେସ ନେତା ଇରାକ ମହାପାତ୍ର, ପାର୍ଥସାରଥୀ ଖୁଣ୍ଟିଆ, ପ୍ରତାପ ଖୁଣ୍ଟିଆ, ବିଚିତ୍ରାନନ୍ଦ ଦାଶ, ଜିତେନ୍ଦ୍ର ନାୟକ, ପ୍ରଶାନ୍ତ ଭୋଳ, ଅରକ୍ଷିତ କାଣ୍ଡି, ନିକେଶ ରଂଜନ ନାୟକ ଓ ମାନସ କାଣ୍ଡି ପ୍ରମୁଖ ବିଜେପିରେ ମିଶିଥିଲେ। ସୂଚନାଯୋଗ୍ୟ ଯେ ବିଶ୍ବଭୂଷଣ ୨୦୦୯ ଓ ୨୦୧୯ରେ କାକଟପୁରରେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ।
[ad_2]




