ରାଜନୀତି

ଅଶ୍ୱିନୀ ବୈଷ୍ଣବ ପୁଣି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ, ସମର୍ଥନ ଦେଲା ବିଜେଡି – Kalinga News

[ad_1]

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ତୃତୀୟ ଚେହେରା ହୋଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। କେନ୍ଦ୍ର ରେଳମନ୍ତ୍ରୀଙ୍କୁ ବିଜେଡି ପୁଣି ଥରେ ସମର୍ଥନ ଦେଇଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ସମର୍ଥନ ଘୋଷଣା କରିଛନ୍ତି। ପ୍ରେସ୍ ବିଜ୍ଞପ୍ତି ଜରିଆରେ ନବୀନ ଏହି ସମର୍ଥନ ଘୋଷଣା କରିଛନ୍ତି। ଓଡ଼ିଶାର ବୃହତ୍ତର ସ୍ବାର୍ଥ ଦୃଷ୍ଟରୁ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଘୋଷଣା କରାଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ୨୦୧୯ ଜୁନ ୨୪ରେ ନାମାଙ୍କନ ଭରିଥିଲେ ଅଶ୍ୱିନୀ ବୈଷ୍ଣବ। ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ରାଜ୍ୟସଭା ପଠାଇଥିଲା ବିଜେଡି।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି (ବୁଧବାର) ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୁରୁବାର ଦିନ ହିଁ ରାଜ୍ୟସଭା ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସିବା ସହିତ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ।

ସୂଚନାଯୋଗ୍ୟ ବିଜୁ ଜନତା ଦଳ (ବିଜେଡି) ରାଜ୍ୟସଭା ନିର୍ବାଚନ ପାଇଁ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାମ ଘୋଷଣା କରିଥିଲା। ଗତକାଲି ଏହି ଦୁଇ ପ୍ରାର୍ଥୀ ବିଧାନସଭାର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଦୁଇ ଜଣଙ୍କର ନାମ ଘୋଷଣା କରାଯିବା ପରେ ୩ୟ ବ୍ୟକ୍ତି ଭାବେ ଓଡିଶାରୁ କିଏ ଯିବେ ରାଜ୍ୟସଭା ସେନେଇ ଚର୍ଚ୍ଚା ହେଉଥିଲା? ବିଜେଡି ନିଜର ତୃତୀୟ ପ୍ରାର୍ଥୀ ଘୋଷଣା କରିବ, ନା ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ? ଏଭଳି ଅନେକ ପ୍ରଶ୍ନକୁ ନେଇ ଆଶା ଆଶଙ୍କା ଲାଗି ରହିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button