ସାଂଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି: ଅନ୍ତର୍ଘାତୀ କାର୍ଯ୍ୟ ୟୁପିରେ ବିଜେପିକୁ ବୁଡ଼ାଇଲା – Kalinga News

[ad_1]
ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ ହେବ
ଲକ୍ଷ୍ନୌ: ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଉତ୍ତରପ୍ରଦେଶରେ ବିଜେପିକୁ ସବୁଠାରୁ ବଡ଼ ଝଟକା ଦେଇଛି। ଦେଶରେ ସର୍ବାଧିକ ୮୦ଟି ଲୋକସଭା ଆସନ ଥିବା ଏହି ରାଜ୍ୟରେ ବିଜେପି ୨୦୧୯ ତୁଳନାରେ ପ୍ରାୟ ଅଧା ଆସନକୁ ହ୍ରାସ ପାଇଛି। ୨୦୧୯ରେ ଦଳ ରାଜ୍ୟରେ ୬୨ଟି ଆସନରେ ବିଜୟୀ ହୋଇଥିଲା। ଏଥର ଅଯୋଧ୍ୟା ରାମ ମନ୍ଦିର, ତିନି ତଲାକ ଆଇନ, ଆଇନ ଶୃଙ୍ଖଳା ଭଳି ପ୍ରସଙ୍ଗରେ ବିଜେପି ପୂର୍ବ ଅପେକ୍ଷା ଅଧିକ ଆସନ ଜିତିବ ବୋଲି ଆକଳନ କରିଥିଲେ ମଧ୍ୟ ଦଳ ମାତ୍ର ୩୩ଟି ଆସନ ପାଇବାରେ ସକ୍ଷମ ହୋଇଛି। ଏହାପରେ ଦଳ ଭିତରେ ହଇଚଇ ସୃଷ୍ଟି ହୋଇଛି। ବିଜେପି ନେତୃତ୍ୱ ଦଳରେ ବ୍ୟାପକ ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିବା ସୁରାକ ପାଇବା ପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛନ୍ତି। ରାଜ୍ୟରେ ଅନେକ ଦଳୀୟ ନେତାଙ୍କ ବିଶ୍ୱାସଘାତକତା ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀଙ୍କ ସମେତ ସମସ୍ତ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ପଦରେ ପରିବର୍ତ୍ତନ ହୋଇପାରେ।

Sambad is now on WhatsApp
Join and get latest news updates delivered to you via WhatsApp
ଏଥର ବିଜେପି ଟିକେଟ ପାଇନଥିବା ଅନେକ ସାଂସଦ ମଧ୍ୟ ଦଳ ପ୍ରତି ବିଶ୍ୱାସଘାତକତା କରିଥିବା ପ୍ରମାଣ ମିଳିବା ପରେ କେନ୍ଦ୍ରୀୟ ନେତୃବୃନ୍ଦ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ୟୁପିରେ ବିଜେପିର ସହଯୋଗୀ ଦଳମାନେ ମଧ୍ୟ ଏହି ପରାଜୟ ପାଇଁ ବିଜେପିର ଆଭ୍ୟନ୍ତରୀଣ ମତଭେଦକୁ ଦାୟୀ କରିଛନ୍ତି। ନିଶାଦ ପାର୍ଟି ନେତା ତଥା ରାଜ୍ୟ ମନ୍ତ୍ରୀ ସଞ୍ଜୟ ନିଶାଦ ଅଭିଯୋଗ କରିଛନ୍ତି ଯେ ଯେଉଁ ସାଂସଦଙ୍କୁ ବିଜେପି ଟିକେଟରୁ ବଞ୍ଚିତ କରିଥିଲା ସେମାନେ ଲଗାତାର ଦଳ ବିରୋଧୀ ଷଡ଼୍ଯନ୍ତ୍ରରେ ଲିପ୍ତ ଥିଲେ। ଲୋକସଭା ନିର୍ବାଚନରେ ବର୍ତ୍ତମାନର ଯୋଗୀ ଆଦିତ୍ୟନାଥ ସରକାରର ୧୬ ମନ୍ତ୍ରୀଙ୍କୁ ସାଂସଦ ପ୍ରାର୍ଥୀ କରାଯାଇଥିଲା। ରାଜ୍ୟ ସରକାରଙ୍କ ଏହି ମନ୍ତ୍ରୀମାନେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦଳକୁ ବିରୋଧୀଙ୍କଠାରୁ ପଛରେ ପଡ଼ିବାରୁ ରକ୍ଷା କରିବାରେ ସକ୍ଷମ ହୋଇନାହାନ୍ତି। ଏହି ମନ୍ତ୍ରୀମାନଙ୍କୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ। ରାଜ୍ୟ କ୍ୟାବିନେଟରେ ମଧ୍ୟ ବହୁତ ବଡ଼ ଅଦଳବଦଳ ହୋଇପାରେ ବୋଲି ଅନୁମାନ କରାଯାଉଛି। ଭୁପେନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ସୁନୀଲ ବଂଶଲ ରାଜ୍ୟ ସଭାପତି ହୋଇପାରନ୍ତି।
ବିଜେପି ନେତୃତ୍ୱ ଉତ୍ତରପ୍ରଦେଶର ପରାଜୟ ପଛରେ ଦଳୀୟ ବିଶ୍ବାସଘାତ ତଥା ଅନ୍ତର୍ଘାତୀ କାର୍ଯ୍ୟକୁ ମୁଖ୍ୟ କାରଣ ଭାବେ ଗ୍ରହଣ କରିଛନ୍ତି। ଏ ନେଇ ରାଜ୍ୟ ୟୁନିଟ୍ ଠାରୁ ରିପୋର୍ଟ ମଗାଯାଇଛି। ଏହି ରିପୋର୍ଟ ଆଧାରରେ ଦଳୀୟ ସଂଗଠନରେ ପରିବର୍ତ୍ତନ କରାଯିବ। କେବଳ ରାଜ୍ୟସ୍ତରରେ ନୁହେଁ, ଆଞ୍ଚଳିକ, ଜିଲ୍ଲା ଓ ମହାନଗରସ୍ତରରେ ମଧ୍ୟ ସଂଗଠନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ। ବିଶେଷ କରି ଟିକେଟ ବଣ୍ଟନରେ ଯେଉଁମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ସେମାନଙ୍କ କାର୍ଯ୍ୟକୁ ସମୀକ୍ଷା କରାଯିବ ଏବଂ ପରାଜୟ ପାଇଁ ସେମାନଙ୍କୁ ମଧ୍ୟ ଦାୟୀ କରାଯିବ। ବିଜେପିର ପରାଜୟରେ ପ୍ରଶାସନିକ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହି କାରଣରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସମସ୍ତ ବିଭାଗର ବୈଠକ ଡାକି ପ୍ରାୟ ୩ ଘଣ୍ଟା ସମୀକ୍ଷା କରିଛନ୍ତି।
[ad_2]