ରାଜନୀତି

ନବରଙ୍ଗପୁର ଦେଖିବ ଖୁଡ଼ୀ-ପୁତୁରା ଲଢ଼େଇ: ବିଜେଡିରୁ କୌଶଲ୍ୟା, କଂଗ୍ରେସରୁ ଦିଲ୍ଲୀପ – Kalinga News

[ad_1]

ନବରଙ୍ଗପୁର: ଗୋଟିଏ ପରିବାରର ଦୁଇ ସଦସ୍ୟ। କିନ୍ତୁ ପରସ୍ପର ବିରୋଧରେ ଲଢ଼ିବେ ନିର୍ବାଚନ। ଜଣେ ବିଜେଡିରୁ ଓ ଅନ୍ୟ ଜଣେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ତେଣୁ ପ୍ରଥମଥର ନବରଙ୍ଗପୁର ନିର୍ବାଚନମଣ୍ଡଳୀର ଭୋଟର୍‌ ଦେଖିବେ ଖୁଡ଼ୀ ଓ ପୁତୁରାଙ୍କ ମଧ୍ୟରେ ଲଢ଼େଇ। କ୍ରମାଗତ ୯ଥର କଂଗ୍ରେସରୁ ସାଂସଦ ହୋଇ ଇତିହାସ ରଚିଥିଲେ ଖଗପତି ପ୍ରଧାନୀ। ତାଙ୍କ ପରେ ନାତି ଦିଲ୍ଲୀପ ପ୍ରଧାନୀ ପରିବାର ରାଜନୀତିକୁ ଆଗକୁ ବଢ଼ାଇଛନ୍ତି। କଂଗ୍ରେସ ତାଙ୍କୁ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଛି। ଅନ୍ୟପଟେ ଖଗପତିଙ୍କ ପୁତୁରା ସଦାଶିବ ପ୍ରଧାନୀ ୨୦୧୯ ମସିହାରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିକୁ ଓହ୍ଲାଇଥିଲେ।

ତେବେ କଂଗ୍ରେସ ପରିବାରରୁ ହୋଇଥିଲେ ସୁଦ୍ଧା ବିଜେଡିରୁ ନିଜ ରାଜନୈତିକ ପାଳି ଆରମ୍ଭ କରିଥିଲେ ଏବଂ ପ୍ରଥମଥର ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ହେଲେ ଏଥର ବିଜେଡି ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ପ୍ରାର୍ଥୀ କରିଛି। ଗୋଟିଏ ପରିବାରରୁ ହିଁ ଦୁଇଜଣ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଥିବାରୁ ଫଳାଫଳ ରୋଚକ ହେବ ବୋଲି ଅନୁମାନ କରାଯାଉଛି। ବିଜେଡି ପ୍ରାର୍ଥୀ କୌଶଲ୍ୟା କହିଛନ୍ତି, ବିଜେଡିର ନୀତି ଓ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଛି। ନିର୍ବାଚନ ତାଙ୍କ ପାରିବାରିକ ସଂପର୍କକୁ ଆଦୌ ପ୍ରଭାବିତ କରିବ ନାହିଁ। ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପଙ୍କ କହିବା ହେଲା, ପରିବାର ମଧ୍ୟରେ ନୁହେଁ, କେବଳ ଦୁଇ ଦଳ ମଧ୍ୟରେ ହିଁ ଲଢ଼େଇ ହେବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button