ଖେଳ ଖବର

ଆଇପିଏଲ୍‌: ଟାଇଟନ୍ସକୁ ହରାଇଲା କିଙ୍ଗ୍ସ – Kalinga News

[ad_1]

ଅହମଦାବାଦ: ଆଇପିଏଲ୍‌ରେ ଗୁରୁବାର ପଞ୍ଜାବ କିଙ୍ଗ୍ସ ୩ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଏଥିସହ ଚଳିତ ଋତୁରେ ପ୍ରଥମ ଥର ଏକ ଦଳ ପଶ୍ଚାତ୍‌ଧାବନରେ ୨୦୦ ରନ୍ କରି ଜିତିଛି। ଶୁବମନ ଗିଲ୍‌ଙ୍କ ଚୌକା, ଛକା ଭରା ୮୯* ରନ୍ ପରେ ଗୁଜରାଟ ବୋଲର ଭଲ ପ୍ରଭାବ ପକାଇଥିଲେ। କିନ୍ତୁ ଡେଥ୍ ଓଭର ବେଳକୁ ପଞ୍ଜାବ ବ୍ୟାଟର୍‌ଙ୍କୁ ରୋକିବାରେ ଏମାନେ ବିଫଳ ହୋଇଥିଲେ। ନୂର ଅହମଦ ପ୍ରାରମ୍ଭରୁ ଦେଇଥିବା ସଫଳତା ବିଫଳ ଯାଇଛି। ଶୀର୍ଷକ୍ରମରେ ପ୍ରଭସିମ୍‌ରନ୍‌ ସିଂହ (୨୪ ବଲ୍‌ରୁ ୩୫ ରନ୍) ଏବଂ ଜନି ବେୟାରଷ୍ଟୋ (୧୩ ବଲ୍‌ରୁ ୨୨ ରନ୍) ଭଲ ବ୍ୟାଟିଂ କରିଥିବାବେଳେ ଶେଷ ଭାଗରେ ଶଶାଙ୍କ ସିଂହ (୨୯ ବଲ୍‌ରୁ ୬୧* ରନ୍) ନିର୍ଣ୍ଣାୟକ ପାଳି ଖେଳିଥିଲେ। ଅନ୍ୟତମ ଯୁବ ତାରକା ଆଶୁତୋଷ ଶର୍ମା (୧୭ ବଲ୍‌ରୁ ୩୧ ରନ୍) ମଧ୍ୟ ଉପଯୋଗୀ ପାଳି ‌‌ଖେଳିଥିଲେ। ଶୁବମନଙ୍କ ଭୁଲ୍‌ ଗଣନା କାରଣରୁ ଶେଷ ଓଭରରେ ଅନଭିଜ୍ଞ ଦର୍ଶନ ନିଲକଣ୍ଡେ ନିଜ ପ୍ରଥମ ଓଭର ବୋଲିଂ କରିବା ମଧ୍ୟ ଟାଇଟନ୍ସକୁ ପଛରେ ପକାଇ ଦେଇଥିଲା। ଅବଶ୍ୟ ଶେଷ ଓଭରରୁ ମାତ୍ର ୭ ରନ୍ ଆବଶ୍ୟକ ଥିବାରୁ ଟାଇଟନ୍ସ ହାତରୁ ମ୍ୟାଚ୍‌ ଏକ ପ୍ରକାର ଖସିସାରିଥିଲା। ଶଶାଙ୍କ ଚତୁର୍ଥ ବଲ୍‌କୁ ଚୌକା ଓ ପଞ୍ଚମ ବଲ୍‌ରୁ ବାଇ ରୂପରେ ଏକ ରନ୍ ଆଣି ଦଳକୁ ବିଜୟ ଦେଇଥିଲେ। ଏଥିସହିତ ଘରୋଇ ମାଟିରେ ଗୁଜରାଟର ୩ରୁ ୩ ବିଜୟ ଆଶା ବିଫଳ ହୋଇଛି। ଉଭୟ ଗୁଜରାଟ ଓ ପଞ୍ଜାବ ଏବେ ସମାନ ୪ ମ୍ୟାଚ୍‌ରୁ ୨ ଜିତି ବରାବର ସ୍ଥିତିରେ ରହିଛନ୍ତି। ଶଶାଙ୍କ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଛନ୍ତି।

ଆଇପିଏଲ୍‌ର ୧୭ତମ ମ୍ୟାଚ୍‌ରେ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିବା ଶିଖର ଧାୱନଙ୍କ ଦଳ ସେତେଟା ପ୍ରଭାବ ପକାଇପାରିନଥିଲା। କାଗିସୋ ରବାଡ଼ା ତୃ୍ତୀୟ ଓଭରରେ ଋଦ୍ଧିମାନ ସାହା (୧୧)ଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ତଥାପି ଘରୋଇ ଗୁଜରାଟ ଟାଇଟନ୍ସ ପାୱାର ପ୍ଲେ ୬ ଓଭରରେ ୧ ୱିକେଟ୍ ହରାଇ ୫୨ ରନ୍ ସଂଗ୍ରହ କରିନେଇଥିଲା। ଅଧିନାୟକ ଶୁବମନ ଗିଲ୍ ଆକ୍ରମଣାତ୍ମକ ଖେଳିବା ସହ ଶେଷ ପର୍ଯ୍ୟନ୍ତ ରହିବା ଦଳକୁ ଲଢ଼ୁଆ ୧୯୯ ରନ୍ ସ୍କୋର୍‌ ପ୍ରଦାନ କରିଥିଲା। ୩୧ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିବା ଗିଲ୍‌ ୮୯ ରନ୍‌ରେ ଅପରାଜିତ ରହିଥିଲେ। ମୋଟ ୪୮ ବଲ୍‌ ଖେଳିଥିବା ଏହି ଭାରତୀୟ ଯୁବ ତାରକା ୬ ଚୌକା ଓ ୪ ଛକା ମାରି ମୋଟେରା ଦର୍ଶକଙ୍କୁ ବିମୋହିତ କରିଥିଲେ। ସେପଟେ କେନ୍ ୱିଲିୟମସନ୍ (୨୨ ବଲ୍‌ରୁ ୨୬ ରନ୍), ସାଇ ସୁଦର୍ଶନ (୧୯ ବଲ୍‌ରୁ ୩୩ ରନ୍) ଏବଂ ରାହୁଲ ତିୱାତିଆ (୮ ବଲ୍‌ରୁ ୨୩* ରନ୍) ରନ୍ ଗତିକୁ ବଳବତ୍ତର ରଖିଥିଲେ। ଗିଲ୍‌, ତିୱାତିଆ, ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂରୁ ପଞ୍ଜାବ କିଙ୍ଗ୍ସର ଜଣେ ବି ବୋଲର ବର୍ତ୍ତିପାରି ନଥିଲେ। ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ରବାଡ଼ା ଏବଂ ଭାରତୀୟ ଦ୍ରୁତ ବୋଲର ହର୍ଷଲ ପଟେଲ ସମାନ ୪୪ ରନ୍ ଲେଖାଏଁ ବ୍ୟୟ କରିଥିଲେ।

ସଂକ୍ଷିପ୍ତ ସ୍କୋର୍: ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୯୯/୪ (ଶୁବମନ ଗିଲ୍ ୮୯, ସାଇ ସୁଦର୍ଶନ ୩୩, କେନ୍ ୱିଲିୟମସନ୍ ୨୬, ରାହୁଲ ତିୱାତିଆ ୨୩*, କାଗିସୋ ରବାଡ଼ା ୨/୪୪, ହରପ୍ରୀତ୍ ବ୍ରାର୍ ୧/୩୩, ହର୍ଷଲ ପଟେଲ ୧/୪୪)। ପଞ୍ଜାବ କିଙ୍ଗ୍ସ ୧୯.୫ ଓଭରରେ ୨୦୦ (ଶଶାଙ୍କ ସିଂହ ୬୧*, ପ୍ରଭସିମରନ୍ ସିଂହ ୩୫, ଆଶୁତୋଷ ଶର୍ମା ୩୧, ଜନି ବେୟାରଷ୍ଟୋ ୨୨, ନୁର୍ ଅହମ୍ମଦ ୨/୩୨, ରସିଦ ଖାନ୍ ୧/୪୦)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button