ଖେଳ ଖବର

ସିଲି ପଏଣ୍ଟ୍‌: ଧୋନିଙ୍କୁ ପିତା ରୂପରେ ଦେଖୁଛନ୍ତି ପଥିରଣା – Kalinga News

[ad_1]

ଶ୍ରୀଲଙ୍କା ତଥା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଦ୍ରୁତ ବୋଲର ମଥିସା ପଥିରଣା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କଠାରେ ତାଙ୍କ ପିତାଙ୍କ ଛବି ଦେଖିବାକୁ ପାଉଥିବା କହିଛନ୍ତି। ପଥିରଣା ୨୦୨୨ ଆଇପିଏଲ୍‌ରେ ଧୋନିଙ୍କ ଅଧୀନରେ ପଦାର୍ପଣ କରିଥିଲେ। ଏହାପରଠୁ ସେ ‌ସିଏସ୍‌କେର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଯାଇଛନ୍ତି। ପଥିରଣାଙ୍କୁ ମଧ୍ୟ ଧୋନି ପ୍ରତ୍ୟେକ ମ୍ୟାଚ୍‌ରେ ମାର୍ଗଦର୍ଶନ ଦେଇଥାନ୍ତି। ତାଙ୍କ କ୍ରିକେଟ୍‌ ଜୀବନ ଉପରେ ଧୋନିଙ୍କ ପ୍ରଭାବ ଉପରେ ପଥିରଣା କହିଛନ୍ତି, କୌଣସି ବଡ଼ କାମ କରିବା ପାଇଁ ଧୋନି କେବେ କହି ନଥାନ୍ତି, ବରଂ ଛୋଟଛୋଟ କାମରେ ମନୋନିବେଶ କରି ଆତ୍ମବିଶ୍ବାସ ବୃଦ୍ଧି କରିବାକୁ ସବୁବେଳେ ପରାମର୍ଶ ଦେଇଥାନ୍ତି। ତେଣୁ କ୍ରିକେଟ୍‌ ଜୀବନରେ ଧୋନି ମୋ ବାପାଙ୍କ ଭୂମିକାରେ ରହିଆସିଛନ୍ତି। କାରଣ ସେ ସବୁବେଳେ ମୋର ଧ୍ୟାନ ରଖିଥାନ୍ତି ଓ ଯାହାବି କରିବାକୁ ଯାଏ,‌ ସେ‌ ସବୁବେଳେ ଉପଦେଶ ଦେଇଥାନ୍ତି। ମୁଁ ଘରେ ଥିବା ବେଳେ ବାପା ମୋ’ ସହ ଯେମିତି କରିଥାନ୍ତି, ‌ଏଠାରେ ଧୋନି ତାହା କରୁଛନ୍ତି। ତେଣୁ ଆଇପିଏଲ୍‌ରେ ଆଉ ଗୋଟିଏ ଋତୁ ଖେଳିବା ପାଇଁ ସେ ଧୋନିଙ୍କୁ ଅନୁରୋଧ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button