ଦେଶ- ବିଦେଶ
୨୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଥିବା ଘୋଷଣା କଲେ ରାହୁଲ ଗାନ୍ଧି – Kalinga News
[ad_1]
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ୱାୟନାଡ଼ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କର ୨୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଥିବା ଦର୍ଶାଇଛନ୍ତି। ବୁଧବାର ରାହୁଲ ଗାନ୍ଧି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସତ୍ୟପାଠରେ ରାହୁଲ ତାଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୯,୨୪,୫୯,୨୬୪ ଏବଂ ସ୍ଥାବର ସମ୍ପତ୍ତିର ମୂଲ୍ୟ ୭,୯୩,୦୩,୯୭୭ ବୋଲି ଘୋଷଣା କରିଛନ୍ତି। ରାହୁଲଙ୍କ ସ୍ଥାବର ସମ୍ପତ୍ତିର ବର୍ତ୍ତମାନର ବଜାର ମୂଲ୍ୟ ୯,୦୪,୮୯,୦୦୦ ଏବଂ ପୈତୃକ ସୂତ୍ରରୁ ସେ ପାଇଥିବା ସମ୍ପତ୍ତିର ମୂଲ୍ୟ ୨,୧୦,୧୩,୯୫୮। ରାହୁଲ ତାଙ୍କ ପାଖରେ ୫୫ ହଜାର ନଗଦ ଟଙ୍କା ଥିବା ଘୋଷଣା କରିଛନ୍ତି। ଗତ ନିର୍ବାଚନରେ ରାହୁଲ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୫ ,୮୮,୭୭,୦୮୩ ଘୋଷଣା କରିଥିଲେ ଏବଂ ୨୦୧୪ରେ ସେ ତାଙ୍କ ସମ୍ପତ୍ତିର ମୂଲ୍ୟ ୯.୪ କୋଟି ବୋଲି ଘୋଷଣା କରିଥିଲେ।
[ad_2]