ରାଜନୀତି

ରାଏବରେଲି ସେଲୁନରେ ଦାଢ଼ି କାଟିଲେ ରାହୁଲ ଗାନ୍ଧୀ – Kalinga News

[ad_1]

ରାଏବରେଲି: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଉତ୍ତରପ୍ରଦେଶର ରାଏବରେଲିରେ ଥିବା ଏକ ସ୍ଥାନୀୟ ସେଲୁନକୁ ଯାଇ ଦାଢ଼ି କାଟିଛନ୍ତି। କଂଗ୍ରେସ ନେତା ୨୦୨୪ ଲୋକସଭା ନିର୍ବାଚନରେ କେରଳର ୱାୟନାଡ଼ ସହ ଉତ୍ତରପ୍ରଦେଶର ରାଏବରେଲି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି। କଂଗ୍ରେସ ଦଳ ଏକ୍ସରେ ଏକ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛି, ନିର୍ବାଚନ ପ୍ରସ୍ତୁତି ଶେଷ ହୋଇଛି, କିନ୍ତୁ କେଶଦାଢ଼ି କାଟିବା ମଧ୍ୟ ଜରୁରୀ। ରାଏବରେଲି ଗସ୍ତ ସମୟରେ ରାହୁଲ ଗାନ୍ଧୀ ମେ ୧୩ ତାରିଖରେ ଏକ ରାଲିକୁ ସମ୍ବୋଧିତ କରିଥିଲେ, ଯାହା କି ନାମାଙ୍କନପତ୍ର ଦାଖଲ ପରେ ଏହି ନିର୍ବାଚନମଣ୍ଡଳୀରେ ତାଙ୍କର ପ୍ରଥମ ସାର୍ବଜନୀନ ଭାଷଣ ଥିଲା। ରାଲିରେ ତାଙ୍କ ବିବାହ ଯୋଜନା ବିଷୟରେ ପଚରାଯିବାରୁ ସେ ଖୁବ୍‌ଶୀଘ୍ର ଏହା ହେବ ବୋଲି ପ୍ରଶ୍ନକର୍ତ୍ତାଙ୍କୁ ଆଶ୍ୱାସନା ଦେଇ ହିନ୍ଦୀରେ କହିଥିଲେ, ‘ଅବ୍ ଜଲଦି କରନୀ ପଡେଗି’ (ଏବେ ଶୀଘ୍ର ବାହା ହେବାକୁ ପଡିବ)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button