ରାଜନୀତି

ବିଜେଡିର ତୃତୀୟ ତାଲିକା: ୭ ବିଧାୟକ, ୨ ସାଂସଦଙ୍କ ଟିକେଟ କଟିଲା – Kalinga News

[ad_1]

୨୭ ବିଧାନସଭା, ୫ ଲୋକସଭା ପ୍ରାର୍ଥୀ ଘୋଷଣା, ମନ୍ତ୍ରୀ ଅଶୋକ ପ୍ରାର୍ଥୀ ହେଲେ, ୩ ଅପେକ୍ଷାରେ

ଭୁବନେଶ୍ବର: ଆଜି ବିଜେଡି ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବର୍ତ୍ତମାନ ୭ ବିଧାୟକ ଓ ୨ ସାଂସଦଙ୍କ ଟିକେଟ କଟିଛି। ତେବେ ଦୁଇ ଜଣ ବିଧାୟକଙ୍କ ପରିବାର ଲୋକଙ୍କୁ ଟିକେଟ ମିଳିଛି। ଏ ଯାଏ ବିଜେଡି ୯୯ ବିଧାନସଭା ଓ ୨୦ ଲୋକସଭା ଆସନର ପ୍ରାର୍ଥୀ ଘୋଷଣା କରିଛି। କେବଳ ବାଲେଶ୍ବର ଲୋକସଭା ବାକି ରହିଛି। ଆଜି ସନ୍ଧ୍ୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ଯେଉଁ ଯେଉଁ ଆସନଗୁଡ଼ିକରେ ଟିକେଟକୁ ନେଇ ଅଧିକ ବିବାଦ ରହିଛି, ସେଗୁଡ଼ିକରେ ଦଳ ପ୍ରାର୍ଥୀ ଘୋଷଣା କରିନି। ଏବେ ବି ସେହି ଆସନଗୁଡ଼ିକରେ ଟିକେଟ ବଣ୍ଟନ ପାଇଁ କସରତ ଚାଲିଛି। ବହୁ ଆଶାୟୀ ଥିବାରୁ ସେମାନଙ୍କୁ ବୁଝାସୁଝା କରି ଜଣଙ୍କ ପ୍ରାର୍ଥିତ୍ବ ଉପରେ ସହମତି ଆଣିବାକୁ ଶୀର୍ଷ ନେତୃତ୍ବ ଉଦ୍ୟମ ଚଳାଇଛନ୍ତି। ଏଇ ସପ୍ତାହରେ ଆଉ କିଛି ଆସନରେ ପ୍ରାର୍ଥୀ ଘୋଷଣା ହେବାର ସମ୍ଭାବନା ରହିଛି।

ପ୍ରତାପ ଜେନାଙ୍କ ପୁଅ, ରାଜକିଶୋରଙ୍କ ପତ୍ନୀ ପ୍ରାର୍ଥୀ
ବାଲେଶ୍ବର ଲୋକସଭା ପ୍ରାର୍ଥୀ ଘୋଷଣା ଅଟକିଲା

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ତାଙ୍କ ଟିକେଟ ବଜାୟ ରଖିଛନ୍ତି। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁଙ୍କ ଟିକେଟ କଟିଛି। ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ କରାଯାଇଛି। କେନ୍ଦୁଝରରେ ଧନୁର୍ଜୟ ସିଦ୍ଧୁଙ୍କୁ ଦଳ ଟିକେଟ ଦେଇଛନ୍ତି। ବଲାଙ୍ଗୀର ଓ ବରଗଡ଼ରେ ପ୍ରାର୍ଥୀ ବଦଳିଛନ୍ତି। ବଲାଙ୍ଗୀରରେ ସୁରେନ୍ଦ୍ର ସିଂହ ଭୋଇ ଓ ବରଗଡ଼ରେ ପରିଣୀତା ମିଶ୍ର ପ୍ରାର୍ଥୀ ହୋଇଛନ୍ତି। ବରଗଡ଼ର ବିଜେପି ନେତା ସୁଶାନ୍ତ ମିଶ୍ରଙ୍କ ପତ୍ନୀ ହେଉଛନ୍ତି ପରିଣୀତା। ଆଜି ଉଭୟ ସ୍ବାମୀ, ସ୍ତ୍ରୀ ବିଜେଡିରେ ଯୋଗ ଦେଇଥିଲେ। ଆଜି ଘୋଷଣା ହୋଇଥିବା ୨୭ ବିଧାନସଭା ଆସନ ମଧ୍ୟରୁ ୧୫ଟିରେ ବିଜେଡି ବିଧାୟକ ଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଟିକେଟ୍‌ କରିଛି। କିନ୍ତୁ ଦୁଇ ଜଣଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ କରାଯାଇଛି। ମାହାଙ୍ଗାରେ ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ବିଜେଡି ଟିକେଟ ଦେଇଛି। ସେହିପରି ମୟୂରଭଞ୍ଜର ମୋରଡ଼ାରେ ରାଜକିଶୋର ଦାସଙ୍କ ବଦଳରେ ତାଙ୍କ ପତ୍ନୀ ପ୍ରୀତିନନ୍ଦା କାନୁନ୍‌ଗୋ ଟିକେଟ ପାଇଛନ୍ତି। ଟିକେଟ କଟିଥିବା ଅନ୍ୟ ୫ ବିଧାୟକ ହେଲେ ସୋରୋର ପର୍ଶୁରାମ ଧଡ଼ା, ଆଠମଲ୍ଲିକର ରମେଶ ସାଏ, ଫୁଲବାଣୀର ଅଙ୍ଗଦ କଅଁର, ତିର୍ତୋଲର ବିଜୟ ଶଙ୍କର ଦାସ ଓ ପଟାଙ୍ଗୀର ପିତମ ପାଢ଼ୀ। ଖଡ଼ିଆଳର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ନିକଟରେ ବିଜେଡିରେ ମିଶିଥିଲେ। ଏଥର ବିଜେଡି ତାଙ୍କୁ ସେହିଠାରେ ପ୍ରାର୍ଥୀ କରିଛି।

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିଜ ଆସନ ଏକାମ୍ରରୁ ପୁଣି ଟିକେଟ ପାଇଛନ୍ତି। ସେ ଚତୁର୍ଥ ଥର ପାଇଁ ସେଠାରେ ଲଢ଼ିବେ। ଆଉ ତିନି ମନ୍ତ୍ରୀଙ୍କ ଟିକେଟ ଝୁଲିଛି। ସେମାନେ ହେଲେ ଶାରଦା ନାୟକ, ତୁଷାରକାନ୍ତି ବେହେରା ଓ ବାସନ୍ତୀ ହେମ୍ବ୍ରମ୍। ସେମାନଙ୍କ ଆସନରେ ବିଜେଡିର ଟିକେଟ ଘୋଷଣା ହୋଇନି।
ଟିକେଟ୍‌ ବଜାୟ ରଖିଥିବା ବିଧାୟକମାନେ ହେଲେ ଝାରସୁଗୁଡ଼ାର ଦୀପାଳି ଦାସ, ବ୍ରଜରାଜନଗରର ଅଳକା ମହାନ୍ତି, ବୀରମହାରାଜପୁରର ପଦ୍ମନାଭ ବେହେରା, ଜଗତସିଂହପୁରର ପ୍ରଶାନ୍ତ କୁମାର ମୁଦୁଲି, ଭୁବନେଶ୍ବର ଉତ୍ତରର ସୁଶାନ୍ତ ରାଉତ, ଖଲ୍ଲିକୋଟର ସୂର୍ଯ୍ୟମଣି ବୈଦ ଓ ଆସିକାର ମଞ୍ଜୁଳା ସ୍ବାଇଁ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୂର୍ବରୁ ଗୋପାଳପୁର‌ରେ ପ୍ରାର୍ଥୀ କରାଯାଇଥିବାରୁ ବ୍ରହ୍ମପୁରରେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button