ଅପରାଧ

ମୁଖତାର ଅନସାରୀ ମୃତ୍ୟୁ ମାମଲା : ତଦନ୍ତ ପାଇଁ ବାନ୍ଦା ଜେଲ ପହଞ୍ଚିଲେ ବିଚାର ବିଭାଗୀୟ ତଦନ୍ତ ଅଧିକାରୀ – Kalinga News

[ad_1]

ବନ୍ଦା: ଉତ୍ତରପ୍ରଦେଶର ବାନ୍ଦା ଜେଲରେ ବନ୍ଦୀ ଥିବା କୁଖ୍ୟାତ ମାଫିଆ ଡନ୍ ମୁଖତାର ଅନସାରୀର ହୃଦଘାତ ମୃତ୍ୟୁ ଘଟଣାର ତଦନ୍ତ ଏବେ ଜୋରଦାର ହୋଇଛି। ଏସିଜେଏମ୍ ବିଚାର ବିଭାଗୀୟ ତଦନ୍ତ ଅଧିକାରୀ ଗରିମା ସିଂହ ଓ ଏଡିଏମ୍ ରାଜେଶ କୁମାର ଆଜି ବାନ୍ଦା ମଣ୍ଡଳ ଜେଲରେ ପହଞ୍ଚି ମୁଖତାର ଅନସାରୀ ମୃତ୍ୟୁ ମାମଲାର ତଦନ୍ତ କରିଥିଲେ। ମାର୍ଚ୍ଚ ୨୮ ତାରିଖରେ ବାନ୍ଦା ଜେଲରେ ବନ୍ଦୀ ଥିବା ମୁଖତାର ଅନସାରୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଜେଲ ପ୍ରଶାସନ ଧୀରେ ଧୀରେ ବିଷ ଦେଉଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାର ମାଜିଷ୍ଟ୍ରେଟ୍ ଓ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଉଭୟ ଟିମ୍ ତଦନ୍ତରେ ଲାଗିଛନ୍ତି। ତଦନ୍ତକାରୀ ଅଧିକାରୀ ରାଜେଶ କୁମାର କହିଛନ୍ତି ଯେ ମୁଖତାର ଅନସାରୀଙ୍କ ମୃତ୍ୟୁ ମାମଲାରେ ଯିଏ ଲିଖିତ କିମ୍ବା ମୌଖିକ ବୟାନ ଦେବାକୁ ଚାହୁଁଛି ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ମୁକ୍ତାର ଅନସାରୀର ଭାଇ ଅଫଜଲ ଅନସାରୀ ଅଭିଯୋଗ କରିଥିଲେ ଯେ ମାର୍ଚ୍ଚ ୧୯ ତାରିଖରେ ମୁଖତାରଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିଲା। ଅଫଜଲ କହିଛନ୍ତି ଯେ ‘ମୁଖତାର ମେଡିକାଲ କଲେଜରେ କହିଥିଲେ ଯେ ଏହି ଲୋକମାନେ ଚିକିତ୍ସା ନାଁରେ ନାଟକ କରିବେ। ଆମେ ନ୍ୟାୟ ପାଇବା ପାଇଁ ଚେଷ୍ଟା କରିବୁ ଏବଂ ଦୋଷୀଙ୍କୁ ଦଣ୍ଡିତ କରିବୁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button