ମନୋରଞ୍ଜନ

କୌଣସି କାରଣ ନଥାଇ ଆଲିଆଙ୍କୁ ଆ‌କ୍ଷେପ କରି କଙ୍ଗନା ଠିକ କରି ନାହାନ୍ତି: ରଣଦୀପ ହୁଡ୍ଡା – Kalinga News

[ad_1]

ନୂଆଦିଲ୍ଲୀ:ବଲିଉଡ ଅଭି‌ନେତା ରଣଦୀପ ହୁଡ୍ଡା ଯେକୌଣସି ପ୍ରସଙ୍ଗ ହେଉ ଖୋଲାଖୋଲି ଭାବେ ନିଜର ମତାମତ ରଖିଥାଆନ୍ତି। ଏହି ସ୍ବଭାବ ପାଇଁ ଅନେକ ଲୋକ ତାଙ୍କୁ ପସନ୍ଦ କରନ୍ତି ନାହିଁ। ଏନେଇ ଅଭିନେତାଙ୍କୁ କିଛି ଫରକ ବି ପଡ଼େ ନାହିଁ।

ନିକଟରେ ସିନେମା ‘ସ୍ବତନ୍ତ୍ର ବୀର ସାବରକର’ରେ ନଜର ଆସିଥିବା ରଣଦୀପ ହୁଡ୍ଡା ଆଲିଆ ଭଟ୍ଟଙ୍କ ସହିତ ତାଙ୍କର କିଭଳି ସମ୍ପର୍କ ରହିଛି ତାହାକୁ ନେଇ ଆଲୋଚନା କରିଛନ୍ତି।

ନିକଟରେ ସିଦ୍ଧାର୍ଥ କନ୍ନନଙ୍କ ଏକ ସାକ୍ଷାତକାରେ ଆଲିଆଙ୍କ ବିଷୟ‌ରେ ଆଲୋଚନା କରି ରଣଦୀପ କହିଥିଲେ, ‘ଆଲିଆଙ୍କ ସହିତ ମୋର ଏକ ସ୍ପିରିଚ୍ୟୁଆଲ ବଣ୍ଡିଂ ରହିଛି। ମୁଁ ଜାଣିନି ସେ ମୋତେ ନେଇ କ’ଣ ଭାବନ୍ତି। କିନ୍ତୁ ମୁଁ ମୋ ପକ୍ଷ ରଖି ପାରିବି।

ପ୍ରାୟତଃ ମୁଁ ଅନୁଭବ କରିଛି ଆଲିଆ ନୂଆକିଛି କରିବାକୁ ଚେଷ୍ଟା କରିଥାଆନ୍ତି। ମୁଁ ଏବିଷୟରେ ଏଥିପାଇଁ କହୁଛି ଏକଦା ତାଙ୍କୁ  ଆ‌‌‌କ୍ଷେପ କରାଯାଇଥିଲା। ଯାହାକି କରିବା ଉଚିତ ନଥିଲା। ଏହି ଆକ୍ଷେପ କଙ୍ଗନା କରିଥିଲେ।

୨୦୨୯ରେ କଙ୍ଗନା ରାଣାୱତ ସିନେମା ‘ଗଲି ବଏ’କୁ ଏକ ସାଧାରଣ ସିନେମା ବୋଲି କହିଥିଲେ। କିନ୍ତୁ ଯେଉଁ ଇଣ୍ଡଷ୍ଟ୍ରିରେ ଆମେ କାମ କରୁଛନ୍ତି ସେଠି କାମ କରୁଥିବା ଅନ୍ୟ କଳାକାରଙ୍କ କାମକୁ ନେଇ ଆ‌‌କ୍ଷେପ କରିବା ଉଚିତ ନୁହେଁ। କାରଣ ଆମେ ଗୋଟିଏ ପରିବାର ଭଳି।’

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button