ମୂର୍ତ୍ତି ପଥର, ମୋରମ ଲୁଟ୍: ପରିବେଶ ନଷ୍ଟ – Kalinga News

[ad_1]
ବାଲିକୁଦା: ବଡ଼ଚଣା ବ୍ଲକ୍ ତଥା ଦର୍ପଣ ତହସିଲ ଗୋପାଳପୁର ରାଜସ୍ବ ସର୍କଲ ମଝିପଡ଼ା ପଞ୍ଚାୟତର ଚଣ୍ଡିଆ, ମଝିପଡ଼ା ଓ ଅଚ୍ୟୁତବସନ୍ତ ଆଦି ପାହାଡ଼ ପାଦଦେଶ ଚୋରା ପଥର ମାଫିଆଙ୍କ କବ୍ଜାରେ ରହିଛି। ଚଣ୍ଡିଆ ପାହାଡ଼ରୁ ମୂଲ୍ୟବାନ ମୂର୍ତ୍ତି ପଥର ମିଳୁଥିବା ବେଳେ ମଝିପଡ଼ା ଠାରୁ ଅଚ୍ୟୁତବସନ୍ତ ପର୍ଯ୍ୟନ୍ତ ମୋରମ, ସ୍ପର ଓ ମେଟାଲ ମିଳିଥାଏ। ଉକ୍ତ ପାହାଡ଼ ନିକଟରେ ଆଦିବାସୀମାନେ ବାସ କରନ୍ତି। କିଛି ମାଫିଆ ସେମାନଙ୍କୁ ହାତବାରିଶି କରି ଦିନରେ ମୋରମ ଓ ପଥର ତାଡ଼ୁଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ବିଳମ୍ବିତ ରାତିରେ ଏହାକୁ ଗାଡ଼ିରେ ବୋଝେଇ କରି ଚୋରାଚାଲାଣ କରାଯାଉଛି। ଚଣ୍ଡିଆର ମୂଲ୍ୟବାନ ମୂର୍ତ୍ତି ପଥର ବିଭିନ୍ନ ପଥର କାରିଗରଙ୍କ ନିକଟକୁ ଯାଉଥିବା ବେଳେ ଅନ୍ୟ ପଥର ରାସ୍ତା ନିର୍ମାଣ ଓ ଘରୋଇ ବ୍ୟବହାର ପାଇଁ ପଠାଯାଇଥାଏ। ଗୋଟିଏ ଟ୍ରାକ୍ଟର ମୂର୍ତ୍ତି ପଥରର ଦାମ ୨୫ରୁ ୩୦ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ସରଳ ଆଦିବାସୀଙ୍କୁ ୧ହଜାରରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ଦେଇ ମାଫିଆମାନେ ବେଶ୍ ମୁନାଫା କମାଇଥାନ୍ତି।
ପଥର ତାଡ଼ିବା ଯୋଗୁଁ ପାହାଡ଼ ପାଦଦେଶରେ ୨୦ରୁ ୩୦ ଫୁଟ୍ ପର୍ଯ୍ୟନ୍ତ ଗର୍ତ୍ତ ସୃଷ୍ଟି ହେଲାଣି। ଜଙ୍ଗଲ ନଷ୍ଟ କରି ମାଫିଆମାନେ ପଥର ତାଡ଼ୁଥିବାରୁ ପରିବେଶ ମଧ୍ୟ ନଷ୍ଟ ହେଉଛି। ବନ୍ୟପ୍ରାଣୀ କେତେବେଳେ ଜନବସତି ମୁହାଁ ହେଉଛନ୍ତି ତ ଅନ୍ୟତ୍ର ମଧ୍ୟ ଚାଲିଯାଉଛନ୍ତି। ଏଭଳି ସ୍ଥିତିରେ ସରକାର ଲଘୁ ଖଣିଜ ସମ୍ପଦର ଦାୟିତ୍ବ ଓଡ଼ିଶା ଖଣି ନିଗମକୁ ହସ୍ତାନ୍ତର କରିଥିବାରୁ ତହସିଲ ଓ ପୁଲିସ ଆମର ଆଉ ଦାୟିତ୍ୱ ନାହିଁ କହି ଖସିଯାଉଛନ୍ତି। ଅନ୍ୟପକ୍ଷରେ ଖଣି ନିଗମ ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକ କର୍ମଚାରୀ ଅଭାବ ଦର୍ଶାଇ ଅସହାୟତା ପ୍ରକାଶ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ପାଇଁ ଚେଷ୍ଟା କରିବେ ବୋଲି ଆଶ୍ଵାସନା ଦେଉଛନ୍ତି। ଜିଲ୍ଲାପାଳ ଦୃଷ୍ଟି ନ ଦେଲେ ଆଗକୁ ଲଘୁ ଖଣିଜ ସମ୍ପଦ ଶେଷ ହେବା ସହ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି।
[ad_2]