ସ୍ୱାସ୍ଥ୍ୟ

ଯଦି ଆଣ୍ଠୁରୁ ବାରମ୍ବାର ଫୁଟିବା ଶବ୍ଦ ଆସୁଛି ତେବେ ହୋଇଛି ଏହି ଗମ୍ଭୀର ସମସ୍ୟା, କରନ୍ତୁ ନାହିଁ ଅଣଦେଖା

କଣ ଆପଣଙ୍କ ହାଡ଼ରୁ ଚଡକିବାର ଶବ୍ଦ ଆସୁଛି କି ? ତେବେ ଜାଣି ନିଅନ୍ତୁ ଏହା ଏକ ନିର୍ଦ୍ଧିଷ୍ଟ ଭିଟାମିନ ଅଭାବରୁ ହୋଇଥାଏ । ଯାହାର ଅଭାବରେ ଶରୀରରେ ହାଡ କମଜୋର ହେବା ସହିତ ଆଣ୍ଠୁ ଗଣ୍ଠି ଜନିତ ବିଭିନ୍ନ ସମସ୍ୟା ବି ଦେଖା ଦେଇଥାଏ । ବର୍ତ୍ତମାନ ସମୟରେ ଜଏଣ୍ଟ ହାଡ ର ସମସ୍ୟା ବିଶେଷ ଭାବେ ଦେଖା ଦେଉଛି । ଯେଉଁଥିପାଇଁ ଅନେକ ଖର୍ଚ୍ଚାନ୍ତ ବି ହେଉଛନ୍ତି ଲୋକେ । ଅନେକ ସମୟରେ ଔଷଧ ମଧ୍ୟ କାମ ଦେଉ ନାହିଁ । ଏହି ସମସ୍ୟା ଘରେ ଘରେ ଦେଖା ଦେଉଛି ଏବେ ।

ଆପଣ ଲକ୍ଷ୍ୟ କରିଥିବେ ବେଳେବେଳେ ଜଏଣ୍ଟ ହାଡ ପାଖରୁ ଚଡକିବାର ଶବ୍ଦ ଶୁଣାଯାଏ । ଯାହାକୁ ସାଧାରଣତଃ ଆମେ ଅଣଦେଖା କରିଥାଉ । ମାତ୍ର ଏହି ପରି ଲକ୍ଷଣ କିଛି ଗୁରୁତ୍ଵ ସମସ୍ୟାର ପୂର୍ବ ଲକ୍ଷଣ ହୋଇଥାଏ । ଯାହା ଆମକୁ ଅଷ୍ଟିଓ ପୋରୋସିସ କିମ୍ବା ଆର୍ଥାଇଟିସ ରୋଗରେ ପକାଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଭିଟାମିନ ର ଅଭାବରେ ଏପରି ସମସ୍ୟା ଦେଖା ଦେଇଥାଏ ।

ଭିଟାମିନ D ଅଭାବରୁ ଏପରି ହୋଇଥାଇ ପାରେ । ଆପଣ ଯଦି କେବଳ କ୍ୟାଲସିୟମ ଖାଉଥାନ୍ତି ତେବେ ଏହା ବିଶେଷ ଉପଯୋଗୀ ହୋଇ ନ ପାରେ । ମାତ୍ର ଭିଟାମିନ D ସହିତ କ୍ୟାଲସିୟମ ଅଧିକ ଉପଯୋଗୀ ହୋଇଥାଏ ।

ଯାହା ସହଜରେ ହାଡକୁ ଦୁର୍ବଳ ହେବାକୁ ଦିଏ ନାହିଁ ।ତେଣୁ କରି ଯଦି ଆପଣଙ୍କ ହାଡ଼ରେ କୌଣସି ସମସ୍ୟା ଅଛି ତେବେ ଆପଣ ବିଳମ୍ବ ନ କରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ କ୍ୟାଲସିୟମ ସହିତ ଭିଟାମିନ D ର ମଧ୍ୟ ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button