ରାଜନୀତି

କେଜ୍ରିୱାଲଙ୍କୁ ‌େନଇ ଅଡ଼ୁଆ ବଢ଼ିଲା – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି। ଦାୟିତ୍ୱରେ ଥାଇ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ। ଗିରଫ ସତ୍ତ୍ୱେ କେଜ୍ରିୱାଲ ଜେଲ୍‌ରୁ ଶାସନ ଜାରି ରଖିବେ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ପଦ ବଜାୟ ରଖିବେ ବୋଲି ତାଙ୍କର ଆମ୍ ଆଦମୀ ପାର୍ଟି (ଆପ୍) ଘୋଷଣା କରିଛି। କାରଣ କୌଣସି ମାମଲାର ‌ସେ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି ବୋଲି ଆପ୍ ଯୁକ୍ତି ଦର୍ଶାଇଛି। କିନ୍ତୁ ଗିରଫ ହେବା ପରେ ଜଣେ ନେତା ମୁଖ୍ୟମନ୍ତ୍ରୀ ରହିପାରିବେ କି? ଏହାକୁ ନେଇ ସମ୍ବିଧାନରେ କୌଣସି ବ୍ୟବସ୍ଥା/କଟକଣା ନାହିଁ। କେଜ୍ରିୱାଲଙ୍କୁ ନେଇ ସଂପୂର୍ଣ୍ଣ ନୂଆ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାକୁ ନେଇ କେନ୍ଦ୍ର ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ଆଇନ ବିଶାରଦଙ୍କ ମଧ୍ୟ ମତଭେଦ ସୃଷ୍ଟି ହୋଇଛି। ଗୋଟିଏ ଗୋଷ୍ଠୀର ଯୁକ୍ତି ହେଉଛି ‌ଯେ ଜେଲରେ ରହିକି ମଧ୍ୟ ସେ ଶାସନ କରିପାରିବେ। ତେବେ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଲେ ଭଲ। କିନ୍ତୁ ଏଥିପାଇଁ ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। ଅନ୍ୟ ଏକ ଗୋଷ୍ଠୀର ଯୁକ୍ତି ହେଉଛି ଯେ କେଜ୍ରିୱାଲ ଇସ୍ତଫା ନଦେଲେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇପାରେ। ତେବେ କେନ୍ଦ୍ର ସରକାର ଚାହିଁଲେ ତାଙ୍କୁ ବରଖାସ୍ତ କରିପାରିବେ। ମୁଖ୍ୟମନ୍ତ୍ରୀ ଜଣେ ସରକାରୀ କର୍ମଚାରୀ ହୋଇଥିବାରୁ, ଅନ୍ୟ କର୍ମଚାରୀଙ୍କ ଭଳି ତାଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଯାଇପାରିବ। ଏହାକୁ ନେଇ ଏବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧିକାରୀମାନଙ୍କ ମଧ୍ୟରେ ବିଚାରବିମର୍ଶ ଚାଲିଛି। ଦରକାର ପଡ଼ିଲେ କେଜ୍ରିୱାଲଙ୍କୁ ତାଙ୍କ ପଦରୁ ବରଖାସ୍ତ ମଧ୍ୟ କରାଯାଇପାରେ।

କେଜ୍ରିୱାଲଙ୍କୁ ଏବେ ତିହାର ଜେଲରେ ରଖାଯିବ। ‌ତେବେ ଜେଲରେ ରହି ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇବା ଭଳି କୌଣସି ବ୍ୟବସ୍ଥା ଜେଲ୍ ମାନୁଆଲରେ ନାହିଁ। ତେଣୁ ‌ତିହାର କର୍ତୃପକ୍ଷ କେଜ୍ରିୱାଲଙ୍କୁ ଏହି ସୁବିଧା ଦେଇପାରିବେ ନାହିଁ। କିନ୍ତୁ କେତେକ ଆଇନ ବିଶେଷଜ୍ଞ କହୁଛନ୍ତି ଯେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ତାଙ୍କ ହାତରେ କୌଣସି ବିଭାଗ ନାହିଁ। ତେଣୁ ଜେଲ ଭିତରକୁ ଫାଇଲ ଯିବାର ପ୍ରଶ୍ନ ଆସିଲା କେଉଁଠି? କ୍ଷମତାରେ ଥାଇ ଗିରଫ ହେବାରେ କେଜ୍ରିୱାଲ ‌ସ୍ବାଧୀନ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏହାପୂର୍ବରୁ ଯେଉଁ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଗିରଫ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ ସେମାନେ ହେଲେ ବିହାରର ଲାଲୁ ପ୍ରସାଦ ଯାଦବ ଏବଂ ଝାଡ଼ଖଣ୍ଡର ହେମନ୍ତ ସୋରେନ। ସେମାନେ ଇସ୍ତଫା ଦେଇଥିବ‌ାରୁ ଏଭଳି ସଙ୍କଟ ସୃଷ୍ଟି ହୋଇନଥିଲା।
ଯଦି କେଜ୍ରିୱାଲ ଇସ୍ତଫା ଦିଅନ୍ତି କିମ୍ବା ତାଙ୍କୁ ବରଖାସ୍ତ କରାଯାଏ, ତାହାହେଲେ ତାଙ୍କ ସ୍ଥାନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବେ। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ଏହି ପଦ ଲାଗି ତିନି ଜଣଙ୍କର ନାମ ଶୁଣାଯାଉଛି। ସେମାନେ ହେଲେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ଦିଲ୍ଲୀ କ୍ୟାବିନେଟର ଦୁଇ ନମ୍ବର ଆତିଶୀ ଏବଂ ଅନ୍ୟତମ ମନ୍ତ୍ରୀ ସୌରଭ ଭରଦ୍ବାଜ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button