ଦେଶରେ ଲାଗିଯିବ ନିଆଁ, ଏହା କ’ଣ ଗଣତନ୍ତ୍ରର ଭାଷା: ରାହୁଲଙ୍କୁ ମୋଦୀଙ୍କ ପ୍ରଶ୍ନ – Kalinga News

[ad_1]
ଡେରାଡୁନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉତ୍ତରାଖଣ୍ଡରେ ଏକ ଜନସମାବେଶକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ନିକଟରେ ଦେଇଥିବା ମନ୍ତବ୍ୟକୁ ନେଇ କଡ଼ା ସମାଲୋଚନା କରିବା ସହ ପ୍ରଶ୍ନ କରିଛନ୍ତି। ରାହୁଲ କହିଥିଲେ ଯେ ଯଦି ବିଜେପି ତୃତୀୟ ଥର କ୍ଷମତାକୁ ଆସିବ ତେବେ ଭାରତରେ ନିଆଁ ଲାଗିବ, ସମଗ୍ର ଦେଶ ଜଳିଯିବ। ପ୍ରଧାନମନ୍ତ୍ରୀ ମୋଦୀ ରାହୁଲଙ୍କ ଏଭଳି ମନ୍ତବ୍ୟ ନେଇ ପ୍ରଶ୍ନ କରିଛନ୍ତି, ଏହା କ’ଣ ଗଣତନ୍ତ୍ରର ଭାଷା କି?
ରବିବାର ଦିନ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ବିରୋଧୀଦଳ ରାମଲୀଳା ମଇଦାନ ରାଲିରେ ରାହୁଲ ଗାନ୍ଧୀ କହିଥିଲେ ଯଦି ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ଜିତିବ ଏବଂ ସମ୍ବିଧାନରେ ପରିବର୍ତ୍ତନ ଆଣିବ ତେବେ ଦେଶରେ ନିଆଁ ଲାଗିବ। କିଛି ରହିବ ନାହିଁ। ଏହକୁ ସଭିଏଁ ମନେରଖନ୍ତୁ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ ରାଜ ପରିବାରର ରାଜକୁମାର କହିଛନ୍ତି ଯଦି ଦେଶ ତୃତୀୟ ଥର ପାଇଁ ବିଜେପିକୁ ଚୟନ କରେ ତେବେ ଦେଶରେ ନିଆଁ ଲାଗିବ। ୭୦ ବର୍ଷ ଧରି ଶାସନ କରିବା ପରେ ସେମାନେ କ୍ଷମତାରୁ ଦୂରେଇ ଯାଇଛନ୍ତି। ୧୦ ବର୍ଷ ଧରି କ୍ଷମତା ବାହାରେ ଅଛନ୍ତି। ବର୍ତ୍ତମାନ ସେମାନେ ଦେଶକୁ ନିଆଁ ଲଗାଇବା ବିଷୟରେ କହୁଛନ୍ତି! ଆପଣ ଏହାକୁ ଗ୍ରହଣ କରୁଛନ୍ତି କି? ଆପଣମାାନେ ଦେଶକୁ ନିଆଁ ଲଗାଇବାକୁ ଦେବେ କି? ଏହି ଭାଷା ଗ୍ରହଣୀୟ କି? ଏହା ଗଣତନ୍ତ୍ରର ଭାଷା କି? ଯେଉଁମାନେ ଏହା କହୁଛନ୍ତି ଆପଣମାନେ ସେମାନଙ୍କୁ ଦଣ୍ଡ ଦିଅନ୍ତୁ।
ଏଥି ସହିତ ମୋଦୀ କର୍ଣ୍ଣାଟକର ନେତା ଡି.କେ ସୁରେଶଙ୍କ ନାମ ନ ନେଇ ମୋଦୀ କହିଛନ୍ତି ଉତ୍ତର-ଦକ୍ଷିଣ ମନ୍ତବ୍ୟ କେନ୍ଦ୍ର ବଜେଟ୍ ପାରିତ ହେବା ପରେ ବିବାଦ ସୃଷ୍ଟି । କଂଗ୍ରେସର ଜଣେ ବରିଷ୍ଠ ନେତା ଦେଶକୁ ଉତ୍ତର ଏବଂ ଦକ୍ଷିଣରେ ବିଭକ୍ତ କରିବାକୁ କହିଥିଲେ। ଏପରି ଜଣେ ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବା ଉଚିତ କି ନୁହେଁ ତାହା ଦେଶର ଜନସାଧାରଣ ନିଷ୍ପତ୍ତି ନେବା ଆବଶ୍ୟକ। ସେଭଳି ନେତାଙ୍କୁ କଂଗ୍ରେସ ଦଳ ଟିକେଟ ଦେବା ଲଜ୍ଜାଜନକ ବୋଲି ମୋଦୀ କହିଛନ୍ତି।
[ad_2]




