ବରୁଣଙ୍କୁ ନେଇ ହେଉଥିବା ଆଲୋଚନାରେ ପୂର୍ଣ୍ଣଛେଦ ପକାଇଲେ ମେନକା – Kalinga News

[ad_1]
ନୂଆଦିଲ୍ଲୀ: ସୁଲତାନପୁର ସାଂସଦ ମେନକା ଗାନ୍ଧୀ ପୁଅ ବରୁଣ ଗାନ୍ଧୀଙ୍କୁ ନେଇ ହେଉଥିବା ଆଲୋଚନାରେ ପୂର୍ଣ୍ଣଛେଦ ପକାଇଛନ୍ତି। ବରୁଣ ଲୋକସଭା ନିର୍ବାଚନ ଲଢ଼ିବା ନେଇ ମେନକା କହିଛନ୍ତି ବିଜେପି ଦଳ ଛାଡି ବରୁଣ କୁଆଡ଼େ ଯାଉ ନାହାନ୍ତି। ସେ ଏବେ ରାଜନୀତିରୁ ସାମୟିକ ବିରତି ନେଇ ନିଜ ପରିବାର ସହିତ ବ୍ୟସ୍ତ ଅଛନ୍ତି। ଅନ୍ୟ କୌଣସି ଦଳର ଟିକେଟ ବଣ୍ଟା ନେଇ ଆମର କିଛି ଯାଏ ଆସେ ନାହିଁ।

Sambad is now on WhatsApp
Join and get latest news updates delivered to you via WhatsApp
ବରୁଣ ନିର୍ବାଚନ ପ୍ରଚାର କରିବେ କି ନାହିଁ ପ୍ରଶ୍ନର ଉତ୍ତରରେ ମେନକା ପାଲଟା ପ୍ରଶ୍ନ କରିଛନ୍ତି ମୁଁ କ’ଣ ପ୍ରଚାର ପାଇଁ ପ୍ରର୍ଯ୍ୟାପ୍ତ ନୁହେଁ କି ? କେଉଁଠାରୁ ନିର୍ବାଚନ ଲଢ଼ିବି ସେ ନେଇ ସ୍ଥିର ନ କରି ପାରିବାରୁ ମୋତେ ଟିକେଟ ମିଳିବାରେ ବିଳମ୍ବ ହୋଇଥିବା ମେନକା କହିଛନ୍ତି।
ସୁଲତାନପୁର ଲୋକସଭା ଆସନରୁ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମିଳିବା ପରେ ପ୍ରଚାର କାର୍ଯ୍ୟକ୍ରମରେ ଆସି ମେନକା ଏଭଳି କହିଛନ୍ତି। ସେ କହିଛନ୍ତି ମୁଁ ଖୁସି ଯେ, ବିଜେପିରେ ମୁଁ ରହିଛି। ମୋ ନିର୍ବାଚନ କ୍ଷେତ୍ରରେ ଚିନିକଳର ପୁନଃଉଦ୍ଧାର କାର୍ଯ୍ୟ ନିର୍ବାଚନୀ ପ୍ରଚାରରେ ମୁଖ୍ୟ ପ୍ରସଙ୍ଗ ହେବ।
ସୁଲତାନପୁର ଆସନରେ ଲଢୁଥିବା ସମାଜବାଦୀ ପାର୍ଟି ପ୍ରାର୍ଥୀ ଭୀମ ନିଷାଦଙ୍କ ଭାବମୂର୍ତ୍ତି ବେଶ୍ ଉଚ୍ଚକୋଟୀର ବୋଲି ମେନକା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳ ଲୋକାଭିମୁଖୀ ଯୋଜନାର ପ୍ରତିଫଳନ ଆଧାରରେ ଆମେ ନିର୍ବାଚନ ଲଢ଼ିବୁ। ଆମେ ନିଶ୍ଚିତ ବିଜୟୀ ହେବୁ ବୋଇି ମେନକା କହିଛନ୍ତି।
[ad_2]