୪ ବିଧାନସଭା ଆସନ ବଦଳାଇ ଦେଲା ଜଗତସିଂହପୁର ଲୋକସଭାର ଚିତ୍ର – Kalinga News

[ad_1]
ଜଗତସିଂହପୁର: ୨୦୧୯ ସାଧାରଣ ନିର୍ବାଚନରେ ଜଗତସିଂହପୁର ଲୋକସଭାରୁ ବିଜେଡି ପ୍ରାର୍ଥୀ ଭାବେ ଡାକ୍ତର ରାଜଶ୍ରୀ ମଲ୍ଲିକ ରାଜ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ରେକର୍ଡ କରିଥିଲେ। କିନ୍ତୁ ଏଥର ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ବିଭୂ ପ୍ରସାଦ ତରାଇଙ୍କ ଠାରୁ ୪୦ ହଜାର ୬୯୬ ଖଣ୍ଡ ଭୋଟରେ ହାରିବା ଉଭୟ ରାଜଶ୍ରୀ ଓ ବିଜେଡି ପାଇଁ ବଡ଼ ବିପର୍ଯ୍ୟୟ ହୋଇଛି। ଅନ୍ୟ ପଡୋଶୀ ଜିଲ୍ଲାର ଲୋକସଭା ଆସନ ତୁଳନାରେ ଜଗତସିଂହପୁର ଲୋକସଭା ଆସନ ବିଜେଡି ପାଇଁ ଅନୁକୂଳ ସ୍ଥିତିରେ ଅଛି ବୋଲି ଆରମ୍ଭରୁ ଆକଳନ କରାଯାଉଥିଲା। କିନ୍ତୁ ନିର୍ବାଚନ ପ୍ରକ୍ରିୟା ଭିତରେ ଦୁଇ ତିନିଟି ଘଟଣା ଜଗତସିଂହପୁର ଲୋକସଭାର ସଂପୂର୍ଣ୍ଣ ଚିତ୍ରକୁ ବଦଳାଇ ଦେଲା।

Sambad is now on WhatsApp
Join and get latest news updates delivered to you via WhatsApp
ଜଗତସିଂହପୁର ବିଧାନସଭା ଆସନରୁ ଅମରେନ୍ଦ୍ର ଦାସ, ନିମାପଡ଼ାରୁ ସମୀର ଦାସ ଓ କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ବିଜେପିରେ ମିଶିବା ପରେ ସମୀକରଣ ବଦଳିବା ଆରମ୍ଭ କରିଥିଲା। ବିଜେପିର ଶକ୍ତି ବଢ଼ିଥିଲା। ପାରାଦୀପ, ଜଗତସିଂହପୁର, ନିଆଳି, ନିମାପଡ଼ାରେ ବିଜେପିର ଭୋଟ୍ ହାର ବୃଦ୍ଧି ପାଇଥିଲା। ଯାହାକି ବିଜେପି ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇଙ୍କୁ ସୁହାଇଥିଲା। ସେହିପରି ୧୯୯୯ରୁ ବିଜେଡି ହାତରେ ରହି ଆସୁଥିବା ଜଗତସିଂହପୁର ଲୋକସଭା ଆସନ(୨୦୦୯ରେ ବିଜେଡି ସମର୍ଥନରେ ସିପିଆଇରୁ ବିଭୁ ପ୍ରସାଦ ଜିତିଥିଲେ) ଶେଷରେ ବିଜେପି ଖାତାକୁ ଚାଲି ଯାଇଥିଲା। ଏଥର ବିଭୁ ପ୍ରସାଦ ତରାଇ ୫ ଲକ୍ଷ ୮୯ ହଜାର ୯୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ରାଜଶ୍ରୀଙ୍କୁ ୫ ଲକ୍ଷ ୪୮ ହଜାର ୩୯୭ ଖଣ୍ଡ ଭୋଟ୍ ମିଳିଥିଲା। ୨୦୧୯ ତୁଳନାରେ ୨୦୨୪ରେ ଜଗତସିଂହପୁର ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ସବୁ ବିଧାନସଭା ଆସନରେ ବିଜେପିର ଭୋଟ୍ ବୃଦ୍ଧି ପାଇଛି। କିନ୍ତୁ ପାରାଦୀପ, ଜଗତସିଂହପୁର, ନିଆଳି, ନିମାପଡ଼ାରେ ବିଭୂ ରାଜଶ୍ରୀଙ୍କ ଠାରୁ ଅଧିକ ଭୋଟ ପାଇଥିବା ବେଳେ ବାଲିକୁଦା-ଏରସମା, ତିର୍ତ୍ତୋଲ, କାକଟପୁରରେ ରାଜଶ୍ରୀ ବିଭୂଙ୍କ ତୁଳନାରେ ଅଧିକ ଭୋଟ ପାଇଥିଲେ। ବିଭୂଙ୍କୁ ସବୁଠୁ ଅଧିକ ଲିଡ୍ ନିମାପଡ଼ାରେ ମିଳିଥିଲା। ସେଠାରୁ ରାଜଶ୍ରୀଙ୍କ ତୁଳନାରେ ବିଭୂ ପ୍ରାୟ ୧୮ ହଜାରରୁ ଅଧିକ ଭୋଟ ପାଇଥିଲେ। ପାରାଦୀପ ଓ ଜଗତସିଂହପୁରରେ ବି ବିଭୂ ରାଜଶ୍ରୀଙ୍କ ତୁଳନାରେ ପାଖାପାଖି ୧୫ ହଜାରରୁ ଅଧିକ ଭୋଟ ପାଇଥିଲେ। ନିଆଳିରେ ବିଭୂ ପ୍ରାୟ ୮ ହଜାର ପାଖାପାଖି ଅଧିକ ଭୋଟ ପାଇଥିଲେ। ତିର୍ତ୍ତୋଲ କିନ୍ତୁ ରାଜଶ୍ରୀଙ୍କୁ ବିଭୂଙ୍କ ତୁଳନାରେ ପାଖାପାଖି ୧୦ ହଜାର ଅଧିକ ଭୋଟ୍ ଦେଇଥିବା ବେଳେ କାକଟପୁରପାଖାପାଖି ୮ ହଜାର ଭୋଟ ଅଧିକ ଦେଇଥିଲା। ବାଲିକୁଦା-ଏରସମାରେ ରାଜଶ୍ରୀ ବିଭୂଙ୍କ ତୁଳନାରେ ଅଢେଇ ହଜାର ପାଖାପାଖି ଅଧିକ ଭୋଟ ପାଇଥିଲେ।
[ad_2]