ଖେଳ ଖବର

ଇଡେନ୍ ଗାର୍ଡେନରେ ୨୬୨ ରନ୍ ପିଛା କରି ଇତିହାସ ରଚିଲା ପଞ୍ଜାବ କିଙ୍ଗସ୍‌ – Kalinga News

[ad_1]

ନୂଆଦିଲ୍ଲୀ: କେବଳ ଆଇପିଏଲ୍‌ ନୁହେଁ ଟ୍ବେଣ୍ଟି-୨୦ କ୍ରିକେଟ୍ ଇତିହାସରେ ଶୁକ୍ରବାର ନୂଆ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି। କୋଲ‌୍‌କାତାର ଇଡେନ୍ ଗା‌ର୍ଡେନ୍ସରେ ଅନୁଷ୍ଠିତ କୋଲ୍‌କାତା ନାଇଟ୍ ରାଇଡର୍ସ ବିପକ୍ଷ ଆଇପିଏଲ୍‌ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ୨୬୨ ରନ୍ ବିଜୟ ଲକ୍ଷ୍ୟକୁ ପଶ୍ଚାତ୍‌ଧାବନ କରି ଜିତି ନୂଆ କୀର୍ତ୍ତିମାନ କରିଛି।

ମାତ୍ର ୧୮ ଦଶମିକ ୨ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରିନେଇଛି ପଞ୍ଜାବ କିଙ୍ଗସ । କିଛି ଏଭଳି ରନ୍ ବର୍ଷା ଦେଖିବାକୁ ମିଳିଛି ଇଡେନ୍ ଗାର୍ଡେନରେ। ଆଇପିଏଲର ୪୨ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗସ ।

କେକେଆର ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୨୬୧ ରନର ବଡ଼ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ଫିଲ୍ ସଲ୍ଟ ୭୫ ରନ୍, ସୁନୀଲ ନାରାୟଣ ୭୧ ରନ୍ ଏବଂ ଭେଙ୍କଟେଶ ଆୟାର ୩୯ ରନ୍ କରିଥିଲେ। ଅଧିନାୟକ ଶ୍ରେୟସ ଆୟାର ୨୮ ଓ ଆନ୍ଦ୍ରେ ରସେଲ୍ ୨୪ ରନ୍ ଯୋଗଦାନ ଦେଇଥିଲେ । ୨୬୨ ରନର ପିଛା କରୁଥିବା ପଞ୍ଜାବ ମଧ୍ୟ ଆରମ୍ଭରୁ ଦ୍ରୁତ ରନ୍ କରିଥିଲା ଏବଂ ବଡ଼ ଲାଗୁଥିବା ଏହି ସ୍କୋରକୁ ୮ ବଲ୍ ବାକି ଥାଇ ହାସଲ କରିନେଇଥିଲା ।

ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକା ନାଁରେ ଥିଲା। ପଞ୍ଜାବ ପକ୍ଷରୁ ଜନ୍ନି ବେୟାରଷ୍ଟୋ ମାତ୍ର ୪୮ ବଲ୍‌ରେ ୧୦୮ ରନ୍ ଏବଂ ଶଶାଙ୍କ ସିଂ ୨୮ ବଲରେ ଦ୍ରୁତ ୬୮ ରନ୍ କରିଥିଲେ । ଏହାବ୍ୟତୀତ ପ୍ରବସିମରନ୍ ସିଂ ୫୪ ରନ୍ ଓ ରିଲି ରୁସୋ ୨୬ ରନର ଯୋଗଦାନ କରିଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button