କାକଟପୁର ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ୍ ଉପରେ ସମସ୍ତଙ୍କ ନଜର – Kalinga News

[ad_1]
ଅସ୍ତରଙ୍ଗ: କାକଟପୁର ନିର୍ବାଚନମଣ୍ଡଳୀରେ ରାଜନୀତି ଉଷ୍ମତା ବଢ଼ୁଛି। ପୁରୀ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିବା ବେଳେ କାକଟପୁର ଓ ନିମାପଡ଼ା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ତେଣୁ ବିଜେଡି ଟିକେଟ୍ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟ ପକ୍ଷେ ବିଜେଡି ପାଇଁ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଜେପି ପାଇଁ ଯୁବନେତା ଅଧିକାରୀ ବେହେରା ଓ ବାଇଧର ମଲ୍ଲିକ, କଂଗ୍ରେସର ବିଶ୍ୱଭୂଷଣ ଦାଶଙ୍କ ନାମ ଆସୁଛି। କିନ୍ତୁ ଗୋଟିଏ ଗୋଷ୍ଠୀ କଂଗ୍ରେସ ନେତା ବିଶ୍ୱଭୂଷଣ ଦାଶ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା କରୁଛନ୍ତି। ବିଜେଡି ନେତା ତଥା ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଗତ ନିର୍ବାଚନରେ ଟିକେଟ ପାଇ ମଧ୍ୟ ଶେଷ ପର୍ଯ୍ୟାୟରେ ନିରାଶ ହୋଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ବିଜେପିରୁ ତୁଷାରକାନ୍ତିଙ୍କୁ ଆଣି ବିଜେଡି ଦଳୀୟ ଟିକେଟ ଦେଇଥିଲା ଓ ଦଳ ନିର୍ଦ୍ଦେଶରେ ଶ୍ରୀ ସେଠୀ ଓ ତାଙ୍କ ସମର୍ଥକମାନେ ଶ୍ରୀ ବେହେରାଙ୍କୁ ସମର୍ଥନ ଜଣାଇଥିଲେ। କିନ୍ତୁ ପୁରୁଣା କର୍ମୀ ଦଳରେ ଅଣଦେଖା ହେଉଥିବା ଅଭିଯୋଗ ଉଠିବା ପରେ ବିଜେଡିରେ ଅନ୍ତଃକନ୍ଦଳ ବଢ଼ିଛି। ସୂଚନା ମୁତାବକ, ଅକ୍ଟୋବର ୨୦୨୧ରେ ଶିଶୁଅ ପଞ୍ଚାୟତର ତଣ୍ଡାହାର ଗ୍ରାମରେ ମନ୍ତ୍ରୀ ଶ୍ରୀ ବେହେରା ଏକ କାର୍ଯ୍ୟକ୍ରମରୁ ଫେରିବା ବେଳେ ଲୋକେ ରାସ୍ତା ଖୋଳି ଦେବାରୁ ସେ ହଟହଟା ହୋଇଥିଲେ। କାକଟପୁରର ବୋଇତିକୁଦଠାରେ ବିଦ୍ୟୁତ୍ କାଟିଦେଇ ଲୋକେ ହୋହଲ୍ଲା କରିବା, ୨୦୨୨ରେ ମନ୍ତ୍ରୀ ନିଜ ପଞ୍ଚାୟତରେ ଆକ୍ରୋଶର ଶିକାର ହୋଇ ବିଳମ୍ବିତ ରାତିରେ ପୁଲିସ ଦ୍ବାରା ଉଦ୍ଧାର ହେବା, ଅସ୍ତରଙ୍ଗ, ନୂଆଗଡ଼ ଓ ଆଳଙ୍ଗପୁର ପଞ୍ଚାୟତରେ ସ୍ଥାନୀୟ ମହିଳା ସରପଞ୍ଚ ଭାନୁପ୍ରିୟା ଭୋଳ ମଞ୍ଚ ଉପରେ ବିକାଶର ହିସାବ ମାଗିବା ଭଳି ଘଟଣା ଅନ୍ୟୂନ ୬ଥର ଘଟିଛି।
ଯାହାକି ଦଳୀୟ ଅନ୍ତଃକନ୍ଦଳକୁ ପଦାରେ ପକାଇଛି। ଅନ୍ୟପଟେ ଅସ୍ତରଙ୍ଗ, କାକଟପୁର, ଗୋପ ଓ କୋଣାର୍କରେ ସୁରେନ୍ଦ୍ରଙ୍କ ପଛରେ ସଂଗଠନର ସମର୍ଥନ ରହିଥିବା ଚର୍ଚ୍ଚା ହେଉଛି। ସେ ଯଦି ଏଥର ବିଜେଡିରୁ ଟିକେଟ ନ ପାଆନ୍ତି ତେବେ ତାଙ୍କ ସମର୍ଥକମାନେ କେଉଁଆଡ଼କୁ ଢଳିବେ ସେ କଥା ମନସ୍ଥ କରି ସାରିଥିବା କିଛି କହିଛନ୍ତି। ତେବେ ବିଜେଡି ଟିକେଟ ଉପରେ ସମସ୍ତଙ୍କ ନଜର ରହିଥିଲା ବେଳେ ଏବେ ବିଧାୟକ ପ୍ରାର୍ଥୀ ସୁରେନ୍ଦ୍ର ନା ତୁଷାରକାନ୍ତି କିଏ ହେବ ତାହା ଛକ ବଜାରରେ ଚର୍ଚ୍ଚାର ବିଷୟ ପାଲଟିଛି।
[ad_2]