ରାଜନୀତି

ଆଗାମୀ ନିର୍ବାଚନରେ କିଏ ହେବ ପାଟକୁକା ଭବିଷ୍ୟତ ; ଅମରେଶକୁ ନେଇ ବଢୁଛି ରାଜନୈତିକ ଚର୍ଚ୍ଚା

କେନ୍ଦ୍ରାପଡ଼ା:ବର୍ଷ ତମାମ ଚର୍ଚ୍ଚାରେ ଥିବା ନିର୍ବାଚନ ମଣ୍ଡଳି ହେଉଛି ପାଟକୁରା । ଯେଉଁଠାରେ ଆଗାମୀ ନିର୍ବାଚନକୁ ନେଇ ଦେଖାଦେଲାଣି ରାଜନୈତିକ ଉଷ୍ମତା । ମନ୍ତ୍ରୀ ପଡା କୁହାଯାଉଥିବା ପାଟକୁରାରେ ଆରମ୍ଭ ହେଲାଣି ଘମାଘୋଟ ଲଢେଇ । କିଏ ସାଜିବ ପାଟକୁରାର ବାକ୍ସା ତାକୁ ନେଇ ଚାଲିଲାଣି ଅନେକ ଚର୍ଚ୍ଚା । ବିଜେପି ଓ କଂଗ୍ରେସ ନିଜ ଦଳକୁ ସୁଦୃଢ କରିବା ପାଇଁ ଅଙ୍କ କସା ଆରମ୍ଭ କରିଦେଇଥିବା ବେଳେ ବିଜେଡି ଆପଣାଇଛି ନୂଆ ଫଣ୍ଡା । ଚଳିତ ଥର ନର୍ବାଚନରେ ପାଟକୁରାରେ ନୂଆ ମୁହଁ ଆସିବା ଏକ ରକମ ସ୍ପଷ୍ଟ ହୋଇଯାଇଛି ।

ବିଜୁ ଜନତା ଦଳର କିଛି ରାଜ୍ୟ ସ୍ତରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ଉଠା ଜଳ ସେଚନ ନିଗମ ଅଧକ୍ଷ ଅମରେଶ ପତ୍ରି ନୂଆ ମୁହଁ ଭାବେ ବାରମ୍ବାର ପାଟକୁରା ଗସ୍ତ କରି ଲୋକ ଙ୍କ ସମସ୍ୟା ଓ ବିକାଶ ର ଅଙ୍କ କସୁଛନ୍ତି । ଏକ ବର୍ଷ ହେବ ଅମରେଶ ନିଜ ସମର୍ଥକଙ୍କ ସହ ପାଟକୁରା ର ତିନି ବ୍ଲକ ଗରଦପୁର, ଡେରାବିଶ ଓ ମାର୍ଶାଘାଇ ସାତ ପଞ୍ଚାୟତ ଗସ୍ତ କରିବା ସହ ବିଭିନ୍ନ ସାମାଜିକ, ରାଜନୈତିକ ଓ ସଂକୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଉପସ୍ଥିତି ଜାହିର କରିଛନ୍ତି ।

ଅମରେସ ପତ୍ରି ନିର୍ବିବାଦୀୟ ହୋଇ ରାଜନୀତି କରିବା ସହ ସମାଜ ସେବା କରି ବିଜୁ ଜନତା ଦଳ ର ଆସ୍ତା ଭାଜନ ହୋଇ ପାରିଛନ୍ତି । ଏହା ବ୍ୟତୀତ ସେ ପାଟକୁରା ରେ ନିଜ ର ସ୍ୱତନ୍ତ୍ର ସଂଗଠନ ଗଢି ସାରିଲେଣି । ପାଟକୁରାର ସମସ୍ତ ଛାମୁଆ ନେତାଙ୍କ ସହ ଅମରେଶ ସୁସମ୍ପର୍କ ସ୍ଥାପନ କରିଚାଲିଛନ୍ତି । ଏସବୁକୁ ଦେଖିଲେ ଆଗାମୀ ୨୦୨୪ ନିର୍ବାଚନ ପାଇଂ ବିରୋଧୀଙ୍କୁ ଟକ୍କର ଦେବାକୁ ବିଜେଡି ନିର୍ବିବାଦୀୟ ଓ ନୂଆ ମୁହଁ ଭାବେ ଅମରେଶ ପତ୍ରି ଙ୍କୁ ବିଜେଡି ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ସମାଜ ସେବି ଅଜୟ ରାଉତ, ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଙ୍କ ସହ ଅମରେଶ ପତ୍ରି ମଧ୍ୟ ପାଟକୁରା ଟିକେଟ ରେସ ରେ ବହୁ ଆଗରେ. ତେବେ ବିଜେଡି ସୁପ୍ରିମୋ ଏଥର ୨୦୨୪ ସାଧାରଣ ନିର୍ବାଚନ ପାଇଁ ପାଟକୁରା ରେ ଅଭିଜ୍ଞ ଙ୍କ ଉପରେ ଭରସା କରିବେ ନା ଯୁବ ନେତୃତ୍ୱ ଙ୍କୁ ସୁଯଗ ଦେବେ ତାହା ସମୟ ସାପେକ୍ଷ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button