ପଦ୍ମ ଧରିଲେ ରଶ୍ମି ମହାପାତ୍ର – Kalinga News
[ad_1]
ଭୁବନେଶ୍ବର: କଂଗ୍ରେସରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଗତକାଲି ଘୋଷଣା କରିଥିଲେ ଏକାମ୍ର ଭୁବନେଶ୍ବରର କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର। ଆଜି ସେ ସେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ଏକାମ୍ର ଅଞ୍ଚଳରେ ଶ୍ରୀମତୀ ମହାପାତ୍ର ଲୋକପ୍ରିୟ। ତାଙ୍କ ସହ ବହୁତ ମହିଳା ଅଛନ୍ତି। ସେ ମିଶିବା ପରେ ଏକାମ୍ର ଅଞ୍ଚଳରେ ବିଜେପି ସଶକ୍ତ ହେବ। ଶ୍ରୀମତୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ‘‘କଂଗ୍ରେସ ଦଳରେ ବାରମ୍ବାର ନେତୃତ୍ବ ପରିବର୍ତ୍ତନ ହେଉଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ଓଡ଼ିଶାର ସ୍ବାର୍ଥକୁ ଗୁରୁତ୍ବ ଦେଉ ନାହାନ୍ତି। ନିର୍ବାଚନ ଲଢ଼ିବା ବଡ଼ କଥା ନୁହେଁ, ପରିଚାଳନା ବଡ଼ କଥା। ହେଲେ କଂଗ୍ରେସ ନିର୍ବାଚନ ପରିଚାଳନାରେ ପଛରେ ପଡ଼ିଛି। ପ୍ରାୟ ୧୫ ବର୍ଷ ହେବ ଏକାମ୍ରବାସୀଙ୍କ ପାଇଁ କାମ କରିଛି। କଂଗ୍ରେସ ଯେଉଁ ଦାୟିତ୍ବ ଦେଇଛି ନିଷ୍ଠାର ସହ ନିର୍ବାହ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ ମୁଁ ଯେଉଁଭଳି କାମ କରିବାକୁ ଚାହୁଁଥିଲି ତାହା କରିପାରିଲି ନାହିଁ। ଏବେ ବିଜେପିରେ ଯୋଗଦେବା ପରେ ମୁଁ ଯେମିତି ଭୁବନେଶ୍ବରବାସୀଙ୍କୁ ସେବା ଦେବାକୁ ଚାହୁଁଛି ସେ ସୁଯୋଗ ମିଳିବ। ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବି। ଅପରାଜିତା ମୋର ଭଲ ବନ୍ଧୁ। ମୋର ସୌଭାଗ୍ୟ ତାଙ୍କ ସାଙ୍ଗରେ କାମ କରିବି।’’ ତେବେ ବିଜେପିରୁ ଏକାମ୍ର ଟିକେଟ୍ ନେଇ ନିର୍ବାଚନ ଲଢ଼ିବେ କି ନାହିଁ ପ୍ରଶ୍ନର ଉତ୍ତର ରଖି କହିଲେ, ‘‘ଦଳ ଯାହା ଦାୟିତ୍ବ ଦେବ ମୁଁ ପାଳନ କରିବି। ମିଶ୍ରଣ ପର୍ବରେ ସାନ ଭାଇ ବାବୁ ସିଂଙ୍କ ସମେତ ବରିଷ୍ଠ ନେତା ସମୀର ମହାନ୍ତି ଓ ଜଗନ୍ନାଥ ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି। ଆମେ ମିଶିକି କାମ କରିବୁ।’’ ଆଜି ମିଶ୍ରଣ ପର୍ବରେ ବିଜେପି ନେତା ପ୍ରଶାନ୍ତ ଜଗଦେବ, ଅରିନ୍ଦମ ରାୟ, ଅରବିନ୍ଦ ଢାଲି ଓ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ।
[ad_2]