ମନୋରଞ୍ଜନ

ରୟାଲ୍‌ ଷ୍ଟାଗ୍‌ ବୁମ୍‌ବକ୍ସ: ବଲିଉଡ୍‌-ହିପ୍‌ହପ୍‌ ସଙ୍ଗୀତରେ ମଜିଲେ ଦର୍ଶକ – Kalinga News

[ad_1]

ଭୁବନେଶ୍ବର: ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଶନିବାର ରାତିରେ ଅନୁଷ୍ଠିତ ହୋଇଯାଇଛି ରୟାଲ ଷ୍ଟାଗ୍‌ ବୁମ୍‌ବକ୍ସ ସଙ୍ଗୀତ କାର୍ଯ୍ୟକ୍ରମ। ଏଥିରେ ଦେଶର ଖ୍ୟାତନାମା ବଲିଉଡ କଣ୍ଠଶିଳ୍ପୀ ତଥା ରୢାପର୍‌ ବାଦ୍‌ଶାହା, କଣ୍ଠଶିଳ୍ପୀ ନୀତି ମୋହନ, ଇକ୍କା ଏବଂ ଅଲୀ ମର୍ଚ୍ଚାଣ୍ଟ ଯୋଗଦେଇ ସେମାନଙ୍କ ଲୋକପ୍ରିୟ ସଙ୍ଗୀତ ପରିବେଷଣ କରିଥିଲେ। ମଞ୍ଚରେ ବଲିଉଡ ସଙ୍ଗୀତ ଓ ହିପ୍‌ହପ୍‌ର ଏକ ଅପୂର୍ବ ମିଶ୍ରଣ ଦେଖିବାକୁ ମିଳିଥିଲା। ଦୀର୍ଘ ପ୍ରାୟ ୪ ଘଣ୍ଟା ଧରି କଳାକାରମାନେ ସଙ୍ଗୀତର ନୂଆ ସଙ୍ଗୀତର ଯାଦୁରେ ଶ୍ରୋତାକୁ ହଜା‌ଇ ଦେଇଥିଲେ। ଏପରିକି ଦର୍ଶକ ଏହି କଳାକାରମାନଙ୍କ ସଙ୍ଗୀତରେ ଏପରି ମଜି ଯାଇଥିଲେ ଯେ ମଞ୍ଚ ଆଡ଼କୁ ମାଡ଼ି ଆସିବା ଦେଖିବାକୁ ମିଳିଥିଲା। ‘ଲିଭିଂ ଇଟ୍‌ ଲାର୍ଜ’ ଉତ୍ସାହକୁ ପାଳନ କରିବାକୁ ଯାଇ ରୟାଲ ଷ୍ଟାଗ୍‌ ବୁମ୍‌ବକ୍ସର ଦ୍ବିତୀୟ ସଂସ୍କରଣର ଫାଇନାଲ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା। ପୂର୍ବରୁ ଏହା ଦେଶର ଅନ୍ୟ ୩ଟି ସହରରେ ହୋଇସାରିଛି।

 ସୁଯୋଗ ମିଳିଲେ ଓଡ଼ିଶାରେ ରୢାପ୍‌ ସଙ୍ଗୀତକୁ ଆଗକୁ ନେବି: ବାଦଶାହ
ମୁଁ ଏମିତି ସଙ୍ଗୀତ ତିଆରି କରେ ଯାହା ମୋତେ ନିଜକୁ ଭଲ ଲାଗିବା ସହିତ ଦର୍ଶକଙ୍କୁ ଆକୃଷ୍ଟ କରେ। ଭୁବନେଶ୍ବର ସୋ’ ପାଇଁ ମୁଁ ବହୁତ ଉତ୍ସାହିତ। କାରଣ ଷ୍ଟେଜ୍‌ ସୋ’ ହିଁ ଏମିତି ଏକ ସ୍ଥାନ ଯେଉଁଠି ଦର୍ଶକଙ୍କ ଅତି ନିକଟକୁ ଯାଇହୁଏ। ଆଞ୍ଚଳିକ ସଙ୍ଗୀତରେ ବଲିଉଡ୍‌ ଅପେକ୍ଷା ଅଧିକ ସୃଜନଶୀଳତା ଓ ସ୍ୱତନ୍ତ୍ରତା ଥାଏ। ରୢାପର ଓ କଣ୍ଠଶିଳ୍ପୀ ମଧ୍ୟରେ ଫରକ ହେଉଛି କି କଣ୍ଠଶିଳ୍ପୀମାନେ ସ୍ୱରକୁ ଗୁରୁତ୍ୱ ଦେଉଥିବା ବେଳେ ରୢାପରମାନେ ଗୀତକୁ ଗୁରୁତ୍ୱ ଦିଅନ୍ତି। ଯଦି ମତେ ସୁଯୋଗ ମିଳେ ତେବେ ମୁଁ ଓଡ଼ିଶାରେ ରୢାପ୍‌ ସଙ୍ଗୀତକୁ ଆଗକୁ ନେବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଲୋକପ୍ରିୟ ବଲିଉଡ୍‌ କଣ୍ଠଶିଳ୍ପୀ ତଥା ରୢାପର ବାଦ୍‌ଶାହ। ସଙ୍ଗୀତ ଜଗତରେ ଅରିଜିତ ତାଙ୍କର ଆଦର୍ଶ ବୋଲି ସେ କହିଥିଲେ। ସେହିଭଳି ଲିଭିଂ ଇଟ୍ ଲାର୍ଜ ସଂପର୍କରେ ସେ କହିଥିଲେ ଯେ ଖୋଲାମେଲା ଜୀବନ ବଞ୍ଚିବା, ଆଗପଛକୁ ନଦେଖି ପ୍ରତିମୁହୂର୍ତ୍ତକୁ ଭଲଭାବେ ଉପଭୋଗ କରିବା ହେଉଛି ଲିଭିଂ ଇଟ୍ ଲାର୍ଜ।

 ଓଡ଼ିଆମାନେ ସଙ୍ଗୀତ ଓ ସଂସ୍କୃତିକୁ ବହୁତ ଭଲପାଆନ୍ତି: ନୀତି ମୋହନ
ବଲିଉଡର ଅନ୍ୟତମ ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟିକା ନୀତି ମୋହନ ତାଙ୍କ ସାକ୍ଷାତକାରରେ କହିଥିଲେ ଆଜିକାଲି ଅନେକ ବ୍ୟକ୍ତି ହିପ୍‌ହପ୍‌ରେ ଅଧିକ ଆଗ୍ରହ ରଖୁଛନ୍ତି। ତେଣୁ ବଲିଉଡ୍‌ ସଙ୍ଗୀତ ଓ ହିପ୍‌ହପ୍‌ରେ ଯେଉଁ ନୂଆ ଶବ୍ଦ ସୃଷ୍ଟି ହେବ ତାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିବ। ପୂର୍ବରୁ ଭୁବନେଶ୍ବରରେ ଅନେକ ଥର ପ୍ରଦର୍ଶନ କରିଛି। ଓଡ଼ିଶା ଜଗନ୍ନାଥଙ୍କର ଭୂମି। ଏଠାରେ ଲୋକମାନେ ସଙ୍ଗୀତ ଓ ସଂସ୍କୃତିକୁ ବହୁତ ଭଲପାଆନ୍ତି। ଓଡ଼ିଆରେ ଏକ ଗୀତ ମଧ୍ୟ ସେ ଉଦିତ ନାରାୟଣଙ୍କ ସହ ମିଶି ଗାଇଛନ୍ତି ବୋଲି ଏହି ଅବସରରେ କହିଥିଲେ। ସଙ୍ଗୀତ ଦୁନିଆରେ ନଥିଲେ ସେ ସେନାରେ ଚାକିରି କରିବାକୁ ପସନ୍ଦ କରିଥାନ୍ତେ ବୋଲି ମତ ଦେଇଥିଲେ। ତାଙ୍କର ସବୁଠୁ ପସନ୍ଦର ସଙ୍ଗୀତ ନିର୍ଦ୍ଦେଶକ କିଏ ବୋଲି ପଚରାଯିବାରୁ ନୀତି ମୋହନ ଏହା କହିବା କଷ୍ଟକର ବୋଲି କହିଥିଲେ। କିନ୍ତୁ ଏଆର୍‌ ରହେମାନଙ୍କ ସହିତ ସେ କାମ କରିବାକୁ ଭଲପାଆନ୍ତି ବୋଲି ସୂଚନା ଦେଇଥିଲେ।

 ବାବୁସାନ ଓ ପ୍ରକୃତି ମୋର ଭଲ ବନ୍ଧୁ: ଅଲୀ ମର୍ଚ୍ଚାଣ୍ଟ
କଳାକାର ଅଲୀ ମର୍ଚ୍ଚାଣ୍ଟ ମଧ୍ୟ ଏହି ଅବସରରେ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ ଓଡ଼ିଶାକୁ ସେ ପୂର୍ବରୁ ବହୁଥର ଆସିଛନ୍ତି। ଓଡ଼ିଶାରେ ତାଙ୍କର ଅନେକ ବନ୍ଧୁ ଅଛନ୍ତି। ବାବୁସାନ ଓ ପ୍ରକୃତି ମିଶ୍ର ମଧ୍ୟ ତାଙ୍କର ଭଲ ବନ୍ଧୁ। ଭୁବନେଶ୍ବର ଓ ଓଡ଼ିଶାର ଦର୍ଶକ ଓ ଶ୍ରୋତାମାନଙ୍କର ସେ ବହୁତ ତାରିଫ୍‌ କରିଥିଲେ।

 ଭୁବନେଶ୍ୱର ଦର୍ଶକ ଜୀବନକୁ ଉପଭୋଗ କରିବା ଶିଖିଛନ୍ତି: ଇକ୍କା
କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଆଜି ହୋଟେଲ ଦ ଟ୍ରାଇଡେଣ୍ଟରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ରୢାପର ଇକ୍କା କହିଥିଲେ ଭୁବନେଶ୍ୱର ଦର୍ଶକମାନେ ଜୀବନକୁ ଉପଭୋଗ କରିବା ଶିଖିଛନ୍ତି। ପୂର୍ବରୁ ମୁଁ ପୁରୀକୁ ବିଚ୍‌ ଫେଷ୍ଟିଭାଲ ‌ଯୋଗଦେବାକୁ ମଧ୍ୟ ଆସିଥିଲି ସେଠାରେ ମଧ୍ୟ ଦର୍ଶକଙ୍କ ପ୍ରବଳ ଭଲ ପାଇବା ମିଳିଥିଲା। ସେଠାରେ ଦର୍ଶକଙ୍କ ମଧ୍ୟରେ ଭରପୂର ଉତ୍ସାହ ଥିଲା। କିଛି ସୋ’ ଥାଏ ଯାହା ହୃଦୟକୁ ଛୁଇଁଥାଏ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button