ରାଜନୀତି

କଟକରୁ ଲଢ଼ିବେ ଭର୍ତ୍ତୃହରି: ଯାଜପୁରରୁ ରବୀନ୍ଦ୍ର, କନ୍ଧମାଳରୁ ସୁକାନ୍ତ ବିଜେପି ଲୋକସଭା ପ୍ରାର୍ଥୀ – Kalinga News

[ad_1]

ଭୁବନେଶ୍ବର: ବିଜେପି ଆଜି କଟକ, ଯାଜପୁର ଓ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିଜେପି କଟକରୁ ପ୍ରାର୍ଥୀ କରିଛି। ଏହାସହ କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ, ଯାଜପୁରରୁ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ପ୍ରା‌ର୍ଥୀ କରିଛି। ସୁକାନ୍ତ କୁମାର ପାଣିଗ୍ରାହୀ ଆର୍‌ଆର୍‌ଏସ୍‌ କ୍ୟାଡର ନେତା ହୋଇଥିବା ବେଳେ ସେ ପୂର୍ବରୁ ୨୦୧୪ରେ କନ୍ଧମାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଥିଲେ। ହେଲେ ସେତେବେଳେ ସେ ତୃତୀୟ ସ୍ଥାନରେ ଥିଲେ। ସେହିପରି ଯାଜପୁରରୁ ପ୍ରାର୍ଥୀ ହୋଇଥିବା ଡ. ରବୀନ୍ଦ୍ର ନାରାୟଣ ବେହେରା ସରକାରୀ ଚାକିରିରୁ ଅବସର ନେବା ପରେ ବିଜେପିରେ ମିଶିଥିଲେ। ‌ସୂଚନାଯୋଗ୍ୟ ଯେ ବିଜେପି ଗତ ସପ୍ତାହରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ଆଜି ବାକି ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ୧୪୭ଟି ବିଧାନସଭା ଆସନରୁ କୌଣସି ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button