ଖେଳ ଖବର

ରାଜସ୍ଥାନ ରୟାଲ୍ସଠାରୁ ହାରିବା ପଛର କାରଣ କହିଲେ ପାଣ୍ଡ୍ୟା – Kalinga News

[ad_1]

ଜୟପୁର: ସନ୍ଦୀପ ଶର୍ମାଙ୍କ ୫ ୱିକେଟ୍ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଜମାଣିଆ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ରେ ବିଜୟ ଧାରା ଜାରି ରଖିଛି। ସୋମବାର ଖେଳାଯାଇଥିବା ୩୮ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୯ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଶୀର୍ଷ ସ୍ଥାନକୁ ଦୃଢ଼ କରିବା ସହ ପ୍ଲେ ଅଫ୍‌ ଆଡ଼କୁ ପାଦେ ଆଗକୁ ବଢ଼ିଥିଲା । ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଅଷ୍ଟମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରି ଚାପରେ ପଡ଼ିଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୪ରେ ଭଲ ପ୍ରଦର୍ଶନ କରିପାରୁନଥିବାରୁ ମ୍ୟାଚ୍ ପରେ ଅଧିନାୟକ ହାର୍ଦ୍ଦିକ ତାଙ୍କ ଦଳ ହାରିବା ପଛର କାରଣ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, “ଆମେ ଆରମ୍ଭରୁ ହିଁ ନିଜକୁ ଅସୁବିଧାରେ ପକାଇଥିଲୁ | କିନ୍ତୁ ତିଳକ ବର୍ମା ଏବଂ ନିହାଲ ୱା‌ଧେରା ଚମତ୍କାର ଖେଳିଥିଲେ। ଆଶା ଅନୁଯାୟୀ ଆମେ ଶେଷ ଆଡକୁ ଭଲ ଖେଳି ପାରିଲୁ ନାହିଁ | ସେଥିପାଇଁ ଆମେ ୧୦ରୁ ୧୫ରନ୍ କମ୍ ସ୍କୋର କଲୁ। ହରିବାର ଆଉ ଏକ କାରଣ ହେଲା ବୋଲିଂରେ ଆମକୁ ବଲଗୁଡିକ ଷ୍ଟମ୍ପରେ ରଖିବାର ଥିଲା | କିନ୍ତୁ ପାୱାରପ୍ଲେରେ ଆମେ ଶରୀରରୁ ବଲକୁ ଦୂରେଇ ବୋଲିଂ କରିଥିଲୁ। ପଡ଼ିଆରେ ଏହା ଆମର ସର୍ବୋତ୍ତମ ଦିନ ନଥିଲା। ଆମେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିନାହୁଁ। ସମସ୍ତେ ସେମାନଙ୍କର ଭୂମିକା ଜାଣନ୍ତି | ଆମକୁ ଆମର କିଛି ଭୁଲକୁ ସଂଶୋଧନ କରିବାକୁ ପଡିବ ଏବଂ ଆମେ ତାକୁ କରିବୁ ମଧ୍ୟ |”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button