ଅପରାଧ

ଭାରୀ ପଡ଼ିଲା ଘରେ ବସି ରୋଜଗାର ନିଶା: ୪.୬୩ ଲକ୍ଷ ଟଙ୍କା ହରାଇଲେ ମହିଳା – Kalinga News

[ad_1]

ନୂଆଦିଲ୍ଳୀ: ଇଣ୍ଟର୍‌ନେଟ୍‌ ଠକାମୀର ଅନେକ ମାମଲା ଆପଣ ଦେଖିଥିବେ। ଘରେ ବସି ଟଙ୍କା ରୋଜଗାର କରିବାର ନିଶା ଜଣେ ମହିଳାଙ୍କ ଉପରେ ଭାରୀ ପଡ଼ିଛି। କୋଏମ୍ବାଟୁର୍‌ର ଜଣେ ମହିଳା ଘରେ ବସି ରୋଜଗାର କରିବା ନିଶାରେ ଲକ୍ଷ ଲକ୍ଷ ଟଙ୍କା ହରାଇ ଦେଇଛନ୍ତି। ଜାଣିବାକୁ ମିଳିଛି ଯେ ୩୫ ବର୍ଷୀୟା ମହିଳା ଜଣକ ଅନ୍‌ଲାଇନ୍‌ ଠକାମୀର ଶିକାର ହୋଇଛନ୍ତି।

ପୀଡ଼ିତା ଜଣକ ଏକ ସ୍କାମରେ ଫଶିଯିବା ପରେ ନିଜର ୪.୬୩ ଲକ୍ଷ ଟଙ୍କା ହରାଇ ଦେଇଛନ୍ତି। ପୀଡ଼ିତାଙ୍କ ନାମ ହେଉଛି ପ୍ରୀତି। ସେ ଜଣେ ଅଜଣା ବ୍ୟକ୍ତିଙ୍କ ସହ ଟେଲିଗ୍ରାମ୍‌ ଜରିଅ‌ାରେ‌ ଯୋଡ଼ି ହୋଇଥିଲେ। ପ୍ରଥମେ ଠକ ଜଣକ ପ୍ରୀତିଙ୍କ ମନରେ ଘରେ ବସି ଟଙ୍କା ରୋଜଗାର କରିବାର ଲାଳସା ସୃଷ୍ଟି କଲେ। ସେଥିପାଇଁ ତାଙ୍କୁ କେବଳ ଫେସ୍‌ବୁକ୍‌‌ରେ ବିଭିନ୍ନ କମ୍ପାନିର ରିଭ୍ୟୁ କରିବାର ଥିଲା।

ଆରମ୍ଭରୁ ସବୁ କିଛି ଠିକ୍‌ ଠାକ୍‌ ଚାଲିଥିଲା। ସ୍ଥିତି ସେତେବେଳେ ଖରାପ ହେଲା ଯେତେବେଳେ ଠକ ଜଣକ ମହିଳାଙ୍କୁ ଅଧିକ ଫେରସ୍ତ (ରିଟର୍ଣ୍ଣ) ପାଇଁ ଅଧିକ ଟଙ୍କା ଜମା କରିବାକୁ କହିଲେ। ଏହାପରେ ପ୍ରୀତି ବିଭିନ୍ନ ଟ୍ରାନ୍‌ଜାକ୍ସନରେ ତାଙ୍କ ପାଖ‌ରୁ ୪.୬୩ ଲକ୍ଷ ଟଙ୍କା ପଠାଇଲେ। ଯେବେ ବି ପ୍ରୀତି ନିଜ ଟଙ୍କା ଉଠାଇବାକୁ ଚାହୁଁଥିଲେ ଠକ ଜଣକ ତାଙ୍କୁ ଆହୁରି ବି ଟଙ୍କା ଜମା କରିବାକୁ କହୁଥିଲା। ଯେତେ ଚେଷ୍ଟା କରି ବି ମହିଳା ଜଣକ କୌଣସି ମତେ ଟଙ୍କା ଉଠାଇ ନପାରିବାରୁ ତାଙ୍କ ମନରେ ସ‌ନ୍ଦେହ ଆସିଲା। ତାପରେ ସେ କୋଏମ୍ବାଟୁର୍‌ ସାଇବର୍‌ କ୍ରାଇମ୍‌ରେ ଏକ ମାମଲା ରୁଜୁ କରାଇଲେ। ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button