ବିରାଟଙ୍କୁ ଆଲିଙ୍ଗନ କଲେ ଗମ୍ଭୀର, ଏହା ଦେଖି ଓସ୍କାର ମିଳିବା ଉଚିତ୍ ବୋଲି କହିଲେ ଗାଭାସ୍କର – Kalinga News

[ad_1]
ବେଙ୍ଗାଲୁରୁ: ଭେଙ୍କଟେଶ ଅୟରଙ୍କ ଅର୍ଦ୍ଧଶତକ ଏବଂ ସୁନୀଲ ନାରିନଙ୍କ ଭଲ ପ୍ରଦର୍ଶନ ପାଇଁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଶୁକ୍ରବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୭ଟି ୱିକେଟରେ ପରାସ୍ତ କରିଥିଲା। ବେଙ୍ଗାଲୁରୁ ଦ୍ବାରା ରଖାଯାଇଥିବା ୧୮୩ ରନର ବିଜୟ ଲକ୍ଷ୍ୟକୁ କୋଲକାତା ଦଳ ୧୬.୫ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଭେଙ୍କଟେଶ ଆୟର ୫୦ ରନ ଓ ସୁନୀଲ ନାରିନ ୪୭ ରନ କରିଥିଲେ । ଶ୍ରେୟସ ଆୟର ଅପରାଜିତ ୩୩ ରନ ଓ ଫଲିପ ସଲ୍ଟ ୩୦ ରନ କରିଥିଲେ ।

Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଶୁକ୍ରବାର କ୍ରିକେଟ୍ ପ୍ରତିଦ୍ୱନ୍ଦ୍ୱିତାକୁ ଛାଡି ପଡ଼ିଆରେ ଆଉ ଏକ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତାହା ଥିଲା ଷ୍ଟାର କ୍ରିକେଟର ବିରାଟ କୋହଲି ଓ କେକେଆରର ମେଣ୍ଟର ଗୌତମ ଗମ୍ଭୀର ପରସ୍ପରକୁ ଆଲିଙ୍ଗନ କରିବାର ଦୃଶ୍ୟ। ଆଇପିଏଲ୍ ୨୦୨୩ ସମୟରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ(ଏଲଏସଜି) ର ପରାମର୍ଶଦାତା ଥିଲେ ଗମ୍ଭୀର। ଏଲଏସଜିର ଖେଳାଳି ନବୀନ ଉଲ୍ ହକଙ୍କ ସହ ବିରାଟଙ୍କ ବିବାଦ ପରେ କୋହଲିଙ୍କ ସହ ଯୁକ୍ତିତର୍କ କରିଥିଲେ ଗମ୍ଭୀର। ଦୁଇ ଷ୍ଟାର କ୍ରିକେଟରଙ୍କ ମଧ୍ୟରେ ବିତର୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
Things we love to see
VK
GG
Follow the Match
https://t.co/CJLmcs7aNa#TATAIPL | #RCBvKKR pic.twitter.com/jAOCLDslsZ
— IndianPremierLeague (@IPL) March 29, 2024
ହେଲେ ବର୍ଷକ ପରେ ଦୁହେଁ ଝଗଡ଼ା ଭୁଲି ପରସ୍ପରକୁ ଆଲିଙ୍ଗନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଦୃଶ୍ୟ ଦେଖି କମେଣ୍ଟ୍ରି କରୁଥିବା ରବି ଶାସ୍ତ୍ରୀ କହିଥିଲେ ଯେ, କେକେଆରକୁ ଫେୟାର ପ୍ଲେର ପୁରସ୍କାର ମିଳିବା ଉଚିତ୍। ଏହା ଶୁଣି ମଜାଳିଆ ଢ଼ଙ୍ଗରେ ସୁନୀଲ ଗାଭାସ୍କର କହିଥିଲେ କେବଳ ଫେୟାର ପ୍ଲେ ନୁହେଁ ଓସ୍କାର ଆୱାର୍ଡ ମଧ୍ୟ ମିଳିବା ଉଚିତ୍।
[ad_2]