ସ୍ୱାସ୍ଥ୍ୟ

15 ଦିନ ପିଇକରି ଦେଖନ୍ତୁ ଏହି ଜୁସ୍, ଲିଭର ସଂପୂର୍ଣ୍ଣ ଭାବେ ପରିଷ୍କାର ହେବାସହ ଭଲ ହୋଇଯିବ 100 ରୁ ଅଧିକ ରୋଗ

ଆଜି ଆମେ ଆପଣଙ୍କୁ ଏଭଳି ଏକ ଚମତ୍କାରୀ ଜୁସ୍ ବନେଇବା ଶିଖାଇବୁ ଯାହା ଆପଣଙ୍କ ଲିଭରକୁ ଏକଦମ ସୁସ୍ଥ ରଖିବ । ଏହା ବୈଜ୍ଞାନିକଙ୍କ ଦ୍ଵାରା ମଧ୍ୟ ପ୍ରମାଣିତ ଅଟେ । ଅତ୍ୟଧିକ ମଦ୍ୟପାନ କିମ୍ବା ତେଲ ମସଲାଯୁକ୍ତ ଖାଦ୍ୟା ଖାଇବା ଯୋଗୁଁ ଯଦି ଆପଣଙ୍କ ଲିଭରରେ ଯଦି କୌଣସି ପ୍ରକାର ସମସ୍ଯା କିମ୍ବା ଦୁର୍ବଳତା ରହିଛି ତେବେ ଏହି ଡ୍ରିଙ୍କ ଆପଣଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହେବ । ଏହି ଡ୍ରିଙ୍କ ବହୁତ ସୁସ୍ଵାଦୁ ମଧ୍ୟ ଅଟେ । ତେବେ ଚାଲନ୍ତୁ ଜାଣିବା କେମିତି ବନେଇବେ ଏହି ହେଲଥ ଜୁସ୍ ।

ଲିଭର ଆମ ଶରୀରର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯାହା ଶରୀରର ପ୍ରତ୍ଯେକ କାର୍ଯ୍ୟରେ କୌଣସି ନା କୌଣସି ପ୍ରକାରେ ସାହାଯ୍ୟ କରିଥାଏ । କୋଲେଷ୍ଟ୍ରୋଲ ଓ ବ୍ଲଡ଼ ସୁଗାର ନିୟନ୍ତ୍ରଣ, ଖାଦ୍ଯହଜମ, ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା, ଅନେକ ପ୍ରକାର ହରମୋନ ଏବଂ ଏନଜାଇମ ପ୍ରସ୍ତୁତି କରିବା ସହ ଆହୁରି ଅନେକ ଶାରୀରିକ କାର୍ଯ୍ୟରେ ଲିଭର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ଲିଭରର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ ।

ଆଜିକାଲି ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ଲିଭର ନିଜେ ନିଜକୁ ପରିଷ୍କାର କରିବେ ସକ୍ଷମ ହୋଇ ପାରୁନାହିଁ । ତେଣୁ ଲିଭରକୁ ଡିଟକ୍ସିଫାଏ କରିବା ଅତ୍ୟନ୍ତ ଜରୁରୀ ଅଟେ । ଆଜିର ଏହି ଡ୍ରିଙ୍କ ଏହି କାମ କରିଥାଏ । ଏହି ଡ୍ରିଙ୍କ ବନେଇବା ପାଇଁ ପ୍ରଥମ ସାମଗ୍ରୀ ଆବଶ୍ୟକ ହେବ ଅରେଞ୍ଜ ବା କମଳାଲେମ୍ବୁ, ଯାହାକି ଅନେକ ପ୍ରକାର ନ୍ୟୁଟ୍ରିସନ ର ପାୱାରହାଉସ ଅଟେ ।

ଏହି ଡ୍ରିଙ୍କ ପାଇଁ ଆବଶ୍ୟକ ଦ୍ଵିତୀୟ ଜିନିଷଟି ହେଉଛି ଗାଜର । ଏଥିରୁ ମିଳୁଥିବା କ୍ୟାରୋଟୋନାଇସ ଅତି ଉଚ୍ଚ ସ୍ତରର ଆଣ୍ଟି-ଅକ୍ସିଡାଣ୍ଟ ଅଟେ । ଏହା ଆମ ଲିଭର ସେଲରେ ହେଉଥିବା ଡ୍ୟାମେଜକୁ ଠିକ କରିବା କାମ କରିଥାଏ । ଡ୍ରିଙ୍କ ପାଇଁ ଆବଶ୍ୟକ ତୃତୀୟ ଜିନିଷ ହେଉଛି ସେଓ ବା ଆପେଲ । ସେଓ ମଧ୍ୟ ଆମ ଲିଭର ସେଲକୁ ସୁରକ୍ଷା ଦେବା ସହ ଫୁଲାକୁ କମ୍ କରିଥାଏ । ଚତୁର୍ଥ ଜିନିଷ ଏଥିରେ ପ୍ରୟୋଗ କରିବେ ତାହା ହେଉଛି ପୋଦିନା ପତ୍ର ।

ପୋଦିନା ପତ୍ର ଲିଭରରେ ଉତ୍ପନ୍ନ ହେଉଥିବା ସମସ୍ତ ବିଷାକ୍ତ ପଦାର୍ଥକୁ ବାହାରକୁ କାଢିବା କାମ କରିଥାଏ । ପ୍ରଥମେ ଚାରୋଟି ବଡ ଗାଜର ନେଇ ଏହାକୁ ଭଲଭାବେ ଧୋଇ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ଏହାପରେ ଏକ ବଡ ସେଓକୁ ଧୋଇ ଛୋଟ ଖଣ୍ଡରେ କାଟି ଦିଅନ୍ତୁ ।

ଏହାପରେ ଗୋଟିଏ କମଳାର ଚୋପାକୁ କାଢି ବାହାର କରି ଦିଅନ୍ତୁ ଏବଂ ଏକ ମୁଠାରୁ କମ୍ କିଛି ପୋଦିନା ପତ୍ର ଧୋଇକରି ନିଅନ୍ତୁ । ଏସବୁକୁ ଗ୍ରାଇଣ୍ଡିଂ କରି ଜୁସ୍ ପ୍ରସ୍ତୁତ କରନ୍ତୁ ଏବଂ ଏହି ଜୁସ୍ ରେ ଅନ୍ୟ କୌଣସି ଜିନିଷ ମିଶାନ୍ତୁ ନାହିଁ । ଜୁସ୍ କୁ ଏକ ଗ୍ଳାସରେ ଛାଣି ନିଅନ୍ତୁ । ଖଦଡା ଅଂଶ ଅଲଗା କରି ଏହାର ରସକୁ ସେମିତି ପାନ କରନ୍ତୁ ।

ସକାଳ ଜଳଖିଆର କିଛି ସମୟ ପୂର୍ବରୁ ଏହି ଜୁସ୍ ଏକ ଗ୍ଳାସ ସେବନ କରିବା ଅତ୍ୟନ୍ତ ଫାଇଦାକାରୀ ହୋଇଥାଏ । ଭୋକ ନ ଲାଗିବା, ଜଣ୍ଡିସ ଏବଂ ଲିଭର ଫୁଲିଥିଲେ ସେଥିରୁ ମଧ୍ୟ ଆରାମ ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button