ଖେଳ ଖବର

ଚନ୍ଦା ମୁଣ୍ଡରେ କେଶ କଅଁଳିବା ଘଟଣାକୁ ନେଇ ସାମିଙ୍କ ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ‌କେଶ ଛଡ଼ିବା ଓ ହେୟାରଲାଇନ କମ ହେବା ସାଧାରଣ କଥା ହୋଇଗଲାଣି। ଏହି କ୍ଷେତ୍ରରେ ଅନେକ ଅଭିନେତା ଓ ଖେଳାଳି ରହିଛନ୍ତି ଯେଉଁମାନଙ୍କ ଚନ୍ଦାମୁଣ୍ଡରେ କେଶ ଭରିଯାଇଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଏବେ କ୍ରିକେଟ ମହମ୍ମଦ ସାମିଙ୍କ ନାମ ସ‌ାମ୍ନ‌ାକୁ ଆସିଛି। ତାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି ଯେଉଁଥିରେ ପୂର୍ବ ଅପେକ୍ଷା ତାଙ୍କ ମୁଣ୍ଡରେ କେଶ ଭରି ଯାଇଥିବା ଦେଖିବାକୁ ମିଳିଛି।

ମହମ୍ମଦ ସାମି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, କ୍ରିକେଟର ରିଷଭ ପନ୍ଥ ସେ‌ପ୍ଟେମ୍ବର ୩ ତାରିଖରେ ମୋ ଜନ୍ମଦିନ ଦିନରେ କେଶକୁ ନେଇ ମଜାକ ଉଡ଼ାଇଥିଲେ। ଏହାପର ଠାରୁ  ମୁଁ ଏହାର ସମାଧାନ ‌ଖୋଜିବା ଆରମ୍ଭ କରିଥିଲି।

ତେଣୁ ମୁଁ ମୋ ହେୟାର ଟ୍ରାନ୍ସପ୍ଲାଣ୍ଟ କରାଇବା ପାଇଁ ସ୍ଥିର କରିଥିଲି। ମୋର ହେୟାର ଟ୍ରାନ୍ସପ୍ଲାଣ୍ଟ ଡାଇରେକ୍ଟ ହେୟାର ଟ୍ରାନ୍ସପ୍ଲାଣ୍ଟ ଉପାୟରେ ହୋଇଥିଲା। ଏହି ଉପାୟରେ କେଶ ପ୍ରତିରୋପଣ କରାଯିବା ସମୟରେ ଅନେକ ଦିଗ ପ୍ରତି ଧ୍ୟାନ ଦିଆଯାଇଥାଏ। ଯେମିତି କି କେଶର ଘନତ୍ବ କେତେ ଅଛି। ଏହା ପୂର୍ବ କେଶର ଘନତ୍ବ ସହିତ ମେଳା ଖାଉଛି କି ନାହିଁ ଇତ୍ୟାଦି ଇତ୍ୟାଦି।

ଏହି ଉପାୟକୁ ଆପଣାଇବାକୁ ହେଲେ ୨ସପ୍ତାହ ପୂର୍ବରୁ ସ୍ମୋକିଂ ଓ ମଦ ଛାଡ଼ିବାକୁ ହେବ। ନଚେତ ଏହି ହେୟାର ଟ୍ରାନ୍ସପ୍ଲାଣ୍ଟ କାମ ଦେବ ନାହିଁ ଏଥିସହିତ ବିଭିନ୍ନ ପାର୍ଶ୍ବ ପ୍ରତିକ୍ରିୟା ବି ଦେଖାଦେବାର ଅନେକ ସମ୍ଭାବନା ରହିଛି।’

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button