ଦେଶ- ବିଦେଶ

ଅବକାରୀ ନୀତି ମାମଲାରେ ଦିଲ୍ଲୀ ମନ୍ତ୍ରୀଙ୍କୁ ଇଡି ଜେରା – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ଶନିବାର ଦିନ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି କୈଳାଶ ଗେହଲଟଙ୍କୁ ସମନ କରିବାପରେ ଆଜି ସେ ଇଡିରେ ହାଜର ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବାପରେ ଆଜି ମନ୍ତ୍ରୀ କୈଳାଶ ଗେହଲଟ ଇଡିରେ ହାଜର ହୋଇଛନ୍ତି। ୨୦୨୧-୨୨ ପାଇଁ ତିଆରି ହୋଇଥିବା ବର୍ତ୍ତମାନର ରଦ୍ଦ ଦିଲ୍ଲୀ ସରକାରଙ୍କ ମଦ ନୀତି ପାଇଁ ଯେଉଁ କମିଟି ଚିଠା ପ୍ରସ୍ତୁତ କରିଥିଲେ କୈଳାଶ ସେହି କମିଟିର ଜଣେ ସଦସ୍ୟ। ସେ ନଜଫଗଡ଼ର ବିଧାୟକ। ଇଡି ଅନୁଯାୟୀ ଚିଠା ମଦ ନୀତି ସାଉଥ ଗ୍ରୁପ୍କୁ ଲିକ୍ ହୋଇଥିଲା। ଇଡିର ଦାବି ଅନୁଯାୟୀ ମଦ ନୀତି ପାଇଁ ଚିଠା ପ୍ରସ୍ତୁତ ସମୟରେ ଗେହଲଟ ଆପ୍ର ପୂର୍ବତନ କମ୍ୟୁନିକେସନ୍ ଇନଚାର୍ଜ ବିଜୟ ନେୟାରଙ୍କୁ ତାଙ୍କ ସରକାରୀ ବାସଭବନର ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ପୂର୍ବରୁ ଇଡି ଅଭିଯୋଗ କରିଥିଲା ଯେ ଗେହଲଟ ବାରମ୍ବାର ତାଙ୍କ ଫୋନ ନମ୍ବର ବଦଳାଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲଙ୍କୁ ଗତ ମାର୍ଚ୍ଚ ୨୮ ତାରିଖରେ କୋର୍ଟରେ ହାଜର କରାଯାଇଥିଲା। ମାର୍ଚ୍ଚ ୨୧ରେ ଗିରଫ ପରେ କୋର୍ଟ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇଥିଲେ। କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ରେ କୋର୍ଟରେ ହାଜର କରାଇବାପରେ କୋର୍ଟ ପୁଣିଥରେ କେଜ୍ରିୱାଲଙ୍କ ଇଡି ହାଜତ ମିଆଦ ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କେଜ୍ରିୱାଲ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button