ଖେଳ ଖବର

ହାର୍ଦ୍ଦିକଙ୍କ ମୁଣ୍ଡ ଖରାପ କରିଛ ତୁମେ, ସ୍ତ୍ରୀ ନତାସାଙ୍କୁ ‌ଟ୍ରୋଲ୍ କଲେ ପ୍ରଶଂସକ – Kalinga News

[ad_1]

କୋଲକାତା: ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ଅଧିନାୟକତ୍ବ ଏବଂ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ଚର୍ଚ୍ଚା ହେଉଛି।

୫ ଥର ଆଇପିଏଲ ଟ୍ରଫି ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୨୦୨୪ର ଆଇପିଏଲର ୧୭ ତମ ସିଜିନରେ ଖରାପ ପ୍ରଦର୍ଶନ ଜାରି ରଖିଛି। ଏନେଇ ପ୍ରଶଂସକ ପାଣ୍ଡ୍ୟାଙ୍କ ସ୍ତ୍ରୀ ନତାସାଙ୍କୁ ଦାୟୀ କରିଛନ୍ତି। ସୋସିଆଲ ମିଡ଼ିଆରେ ୟୁଜର ଲେଖିଛନ୍ତି ଯେ ନତାସା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁଣ୍ଡ ଖରାପ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ନେଇ ୟୁଜର ନତାସାଙ୍କୁ ‌ଟ୍ରୋଲ୍ କରୁଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନେଇ ପ୍ରଶଂସକ କ୍ରୋଧିତ ହୋଇଛନ୍ତି। ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍‌ର ୨୭୮ ରନ୍‌ର ଟାର୍ଗେଟ୍ ହାସଲ କରିବାରେ ମୁମ୍ବାଇ ଇଣ୍ଡିଆନ୍ସର ଅବସ୍ଥା ଖରାପ ହୋଇ ଯାଇଥିଲା। ଦଳ ୩୧ ରନ୍‌ରେ ପରାଜିତ ହୋଇଥିଲା। ଏହା ପରେ ଅସନ୍ତୁଷ୍ଟ ପ୍ରଶଂସକ ପାଣ୍ଡ୍ୟାଙ୍କ ବଦଳରେ ତାଙ୍କ ସ୍ତ୍ରୀ ନତାସାଙ୍କ ପ୍ରତି ନକାରାତ୍ମକ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏହି ମ୍ୟାଚ୍‌ରେ ପାଣ୍ଡ୍ୟା ୨୪ ରନ୍ କରିଥିଲେ। କିନ୍ତୁ ହାଇ ଭୋଲଟେଜ୍ ମ୍ୟାଚ୍‌ରେ ତାଙ୍କ ଠାରୁ ଅଧିକ କିଛି ଆଶା କରାଯାଉଥିଲା। ୟୁଜର ସୋସିଆଲ ମିଡ଼ିଆରେ ନତାସାଙ୍କକ ଫଟୋ ସେୟାର କରି ଟ୍ରୋଲ୍ କରିବାରେ ଲାଗିଛନ୍ତି। ସେ ପାଣ୍ଡ୍ୟାଙ୍କ ଖରାପ ପ୍ରଦର୍ଶନ ପାଇଁ ଦାୟୀ ବୋଲି ୟୁଜର କହିଛନ୍ତି।

ସୂଚନାଯୋଗ୍ୟ, ପାଣ୍ଡ୍ୟା ଏବଂ ନତାସାଙ୍କ ପ୍ରଥମ ସାକ୍ଷାତ୍ ନାଇଟ୍ କ୍ଲବ୍‌ରେ ହୋଇଥିଲା। ଏହା ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନେ ୨ ଥର ବିବାହ କରିଛନ୍ତି। ୧୪ ଫେବ୍ରୁୟାରୀ ୨୦୨୩ରେ ସେମାନେ ରାଜସ୍ଥାନର ଉଦୟପୁରରେ ରାଜକୀୟ ଶୈଳୀରେ ବିବାହ କରିଥିଲେ।
ସେମାନଙ୍କ ପ୍ରଥମ ଥର ବିବାହ ସମୟରେ ନତାସା ଗର୍ଭବତୀ ଥିଲେ। ସେଥି ପାଇଁ ସେମାନେ ଶୀଘ୍ର ବିବାହ କରିଥିଲେ। ଏହାକୁ ନେଇ ପ୍ରଶଂସକ ପାଣ୍ଡ୍ୟାଙ୍କ ବିରୋଧରେ ବିଭିନ୍ନ ନକାରାତ୍ମକ ମନ୍ତବ୍ୟ ପ୍ରଦାନ କରିଥିଲେ।
ସର୍ବିୟାରେ ବାସ କରୁଥିବା ନତାସା ଜଣେ ମଡ଼େଲ। ଏହା ସହିତ ସେ ଜଣେ ଉଚ୍ଚକୋଟିର ବେଲେ ଡ୍ୟାନ୍ସର ମଧ୍ୟ। ସେ ବଲିଉଡ୍‌ରେ ହଟ୍ ଆଇଟମ୍ ଡ୍ୟାନ୍ସର ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ସେ ବିଗ୍ ବସ୍ ସିଜିନ ୮ରେ ନଜର ଆସିଥିଲେ। ତେବେ ଖ୍ୟାତିସମ୍ପନ୍ନ ରାପର ବାଦଶାହାଙ୍କ ରାପ ଗୀତ ‘ଡିଜେ ୱାଲେ ବାବୁ’ରେ ସେ ଅଭିନୟ କରିଥିଲେ। ସେ ଡିଜେ ଗର୍ଲ ଭାବେ ମଧ୍ୟ ପରିଚିତି ହାସଲ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button