ଖେଳ ଖବର

ଆଜି ଭାରତ-ଆଫଗାନିସ୍ତାନ: ଫୋକସ୍‌ରେ କୋହଲିଙ୍କ ଫର୍ମ – Kalinga News

[ad_1]

ଗ୍ରସ୍ ଆଇଲେଟ୍/ବ୍ରିଜଟାଉନ୍‌: ଭାରତୀୟ କ୍ରିକେଟ୍ ଦଳ ଗୁରୁବାରଠାରୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ଅଭିଯାନ ଆରମ୍ଭ କରୁଛି। ଟିମ୍ ଇଣ୍ଡିଆର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ହେଉଛି ଆତ୍ମବିଶ୍ବାସଭରା ଆଫଗାନିସ୍ତାନ। ତେବେ ସୁପର-୮ର ସୁପର ଫାଇଟ୍‌ରେ ଗୁରୁବାର ଗୋଟିଏ ନୁହେଁ, ଦୁଇଟି ମ୍ୟାଚ୍ ଖେଳାଯାଉଛି। ଭାରତୀୟ ସମୟ ସକାଳ ୬ଟାରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ଓ ଗତଥର ବିଜେତା ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। କ୍ରିକେଟ୍‌ପ୍ରେମୀଙ୍କ ସବୁ ନଜର କିନ୍ତୁ ରାତି ୮ଟାରେ ଖେଳାଯିବାକୁ ଥିବା ଭାରତ ଓ ଆଫଗାନିସ୍ତାନ ମୁକାବିଲା ଉପରେ ରହିଛି। ଏହି ପ୍ରତୀକ୍ଷିତ ଟକ୍କର ବ୍ରିଜଟାଉନ୍‌ର କେନିଙ୍ଗଟନ୍ ଓଭାଲଠାରେ ହେବ। ସେଥିପାଇଁ ଭାରତ ସହ ବାର୍ବାଡସ୍‌‌ରେ ରହୁଥିବା ଭାରତୀୟ ବଂଶୋଦ୍ଭବ ମଧ୍ୟ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଦଳୀୟ ସନ୍ତୁଳନ, ପୂର୍ବ ପରିସଂଖ୍ୟାନ ତଥା ଖେଳାଳିଙ୍କ ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ଭାରତର ପଲା ଏହି ମ୍ୟାଚ୍‌ରେ ବେଶ୍ ଭାରୀ ରହିବ। ତେବେ ଆଫଗାନିସ୍ତାନ ଦଳରେ ଅନେକ ପ୍ରତିଭାସଂପନ୍ନ, ଦକ୍ଷ ତଥା ଅଭିଜ୍ଞ ଖେଳାଳି ଥିବାରୁ ଏହି ଦଳ ମଧ୍ୟ ଆଉ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।

କେନିଙ୍ଗଟନ୍ ପିଚ୍‌ ସ୍ପିନରଙ୍କୁ ସୁହାଉଥିବାରୁ ମହମ୍ମଦ ସିରାଜ କିମ୍ବା ଅର୍ଶଦୀପ ସିଂହଙ୍କ ମଧ୍ୟରୁ ଜଣକୁ ବସାଇ କଚଟି ସ୍ପିନର କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରିବାର ବିକଳ୍ପ ଭାରତ ପାଖରେ ଖୋଲା ରହିଛି। ସେଥିପାଇଁ କୁଲଦୀପଙ୍କ ସହ ଲିଗ୍ ପର୍ଯ୍ୟାୟରେ ସଂଘର୍ଷ କରିଥିବା ଓପନର ବିରାଟ କୋହଲିଙ୍କ ଉପରେ ଫୋକସ୍ ରହିବ। ବ୍ୟକ୍ତିଗତ ଭାବେ କୋହଲି ମଧ୍ୟ ବଡ଼ ସ୍କୋର୍ କରି ଦଳ ପାଇଁ ନିଜ ଅବଦାନ ଛାଡ଼ିବା ଲକ୍ଷ୍ୟରେ ରହିବେ। ଟ୍ବେଣ୍ଟି-୨୦ରେ ଭାରତ ଓ ଆଫଗାନିସ୍ତାନ ୮ଥର ଭେଟାଭେଟି ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୭ଟି ଜିତିଥିଲା ବେଳେ ଗୋଟିଏ ମ୍ୟାଚ୍‌ର ଫଳାଫଳ ମିଳିନି। ଚଳିତବର୍ଷ ବେଙ୍ଗାଲୁରୁଠାରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ମ୍ୟାଚ୍ ଟାଇ ରହିବା ପରେ ଭାରତ ଏହାକୁ ସୁପରଓଭରରେ ଜିତିଥିଲା। ବିଶ୍ବକପ୍‌ରେ ଉଭୟ ଦଳ ତିନି ଥର ସାମ୍ନାସାମ୍ନି ହୋଇଛନ୍ତି, ସବୁଥର ଭାରତ ବିଜୟୀ ହୋଇଛି। ଉଭୟ ଦଳ ପ୍ରଥମ ଥର ପାଇଁ କେନିଙ୍ଗଟନ୍ ଓଭାଲରେ ପରସ୍ପରର ମୁକାବିଲା କରିବେ। ଭାରତ ଏଠାରେ ଦୁଇଟି ମ୍ୟାଚ୍ ଖେଳି ଦୁଇଟି ଯାକ ଜିତିଥିଲା ବେଳେ ଆଫଗାନିସ୍ତାନ ଗୋଟିଏ ମ୍ୟାଚ୍ ଖେଳି ପରାଜିତ ହୋଇଛି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ୟାଦବ, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍‌ରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ।

ସମ୍ଭାବ୍ୟ ଆଫଗାନିସ୍ତାନ: ରହମାନୁଲ୍ଲା ଗୁରବାଜ୍‌, ଇବ୍ରାହିମ ଜର୍ଦ୍ଦାନ, ଗୁଲବଦ୍ଦିନ ନୈବ, ଅଜମତୁଲ୍ଲା ଓମାରଜାଇ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ନବି, କରିମ ଜନତ, ରସିଦ ଖାନ୍ (ଅଧିନାୟକ), ନୁର୍ ଅହମଦ, ନବୀନ-ଉଲ୍‌-ହକ୍, ଫଜଲହକ୍ ଫାରୁକି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button