ଦେଶ- ବିଦେଶ

ପୁରୁଣା ଦିଶୁଛି କି ଆପଣଙ୍କ ମାର୍ବଲ ଚଟାଣ? କାମରେ ଲଗାନ୍ତୁ ଏହି ୫ଟି ଘରୋଇ ଟିପ୍ସ

ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ମାର୍ବଲ ଚଟାଣ ଦେଖିବାକୁ ମିଳୁଛି। ଏହା ଘରର ସୁନ୍ଦରତାକୁ ବଢ଼ାଇଥାଏ। କିନ୍ତୁ ଏଥିପାଇଁ ଆମକୁ ବହୁତ ଧ୍ୟାନ ରଖିବାକୁ ପଡ଼େ। ବେଳେବେଳେ ଏହାର ଯତ୍ନ ନ ନେଲେ ମାର୍ବଲ ଧୀରେ ଧୀରେ ମଇଳା ହେବାକୁ ଲାଗେ। ଚଟାଣ ହଳଦିଆ ପଡ଼ିଯାଏ। ଯଦି ଆପଣଙ୍କ ଘରର ମାର୍ବଲ ଚଟାଣ ଏମିତି ହଳଦିଆ ପଡ଼ିଯାଇଥାଏ, ତା’ହେଲେ ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ବତେଇବାକୁ ଯାଉଛୁ, ଯଦ୍ଦ୍ଵାରା ଚଟାଣ ପୂର୍ବଭଳି ଚମକି ଉଠିବ।

m2

୧. ମାର୍ବଲ ଚଟାଣ ସଫେଇ ପାଇଁ ଆପଣ ଭିନେଗାର ବ୍ୟବହାର କରିପାରିବେ। ଏହାଦ୍ୱାରା ମାର୍ବଲରେ ଜମିଥିବା ମାଟି, ଧୂଳି ଆଦି ସଫା ହୋଇଯାଇଥାଏ।

୨. ଆପଣ ଚାହିଁଲେ କ୍ଲିନର ଉପଯୋଗ କରିପାରିବେ। ହାଲୁକା ଗରମ ପାଣିରେ କ୍ଲିନର ପକାଇ ପୋଛା ଲଗାନ୍ତୁ।

୩. ଆପଣ ବେକିଂ ସୋଡାର ଗାଢ଼ ପେଷ୍ଟ ତିଆରି କରନ୍ତୁ। ଏହାକୁ ଚଟାଣରେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଏହାପରେ ପୋଛା ଲଗାନ୍ତୁ, ଦେଖିବେ ଚଟାଣର ହଳଦିଆପଣ ଦୂର ହୋଇଯିବ।

m1

୪. ଯଦି ମାର୍ବଲ ଚଟାଣରେ ପେନ୍‌, ପେନ୍‌ସିଲ କିମ୍ବା ସ୍ୟାହିର ଦାଗ ଲାଗିଛି, ତା’ହେଲେ ଲେମ୍ବୁ ରସ ବ୍ୟବହାର କରିପାରିବେ।

୫. ଚଟାଣରେ ତେଲ, ଘିଅ କିମ୍ବା କ୍ଷୀର ଢାଳି ହୋଇଗଲେ, ଚିକ୍କଣ ଛଡ଼ାଇବା ପାଇଁ ଶୁଖିଲା ଅଟା ଛିଞ୍ଚନ୍ତୁ। ଏହାଦ୍ୱାରା ତେଲିଆ ଅଂଶ ଦୂର ହୋଇଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button