ଅପରାଧ

ମଙ୍ଗୁଲ୍‌ ଗ୍ୟାଙ୍ଗ୍‌ର ୫ ଡକାୟତ କାବୁ: ବୋମା, ଖଣ୍ଡା ଓ ରଡ୍‌ ଜବତ – Kalinga News

[ad_1]

ଜଟଣୀ: ବୋମାମାଡ଼ରେ ଲୋକଙ୍କୁ ଭୟଭୀତ କରି ଡକାୟତି କରୁଥିବା କୁଖ୍ୟାତ୍ ମଙ୍ଗୁଲ୍‌ ଗ୍ୟାଙ୍ଗ୍‌ ଶେଷରେ ଧରାପଡ଼ିଛି। ଜଟଣୀ ଥାନା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିବା ଏହି ଗ୍ୟାଙ୍ଗ୍‌ର ମୁଖିଆ ମଙ୍ଗୁଲ୍‌ ସମେତ ୫ଜଣଙ୍କୁ ଗତକାଲି ରାତିରେ ପୁଲିସ କାବୁ କରିଛି। ସେମାନେ ହେଲେ ବେଣାପଞ୍ଜରୀର ମହମ୍ମଦ ଅରବାଜ୍ ଓରଫ୍ ମଙ୍ଗୁଲ୍‌ (୨୨), ସରିଫ୍ ଖାଁ ଓରଫ୍ ଚିଣ୍ଟୁ (୨୦), ସେକ୍‌ ଇସ୍ତାକ୍ୟୁ ଅହମ୍ମଦ୍ ଓରଫ୍ ସକିଲ୍‌ (୨୨), ତିରିମଲ ପାତ୍ରସାହିର ଦୀପ୍ତିରଞ୍ଜନ ଭୁଜବଳ ଓରଫ୍ ପିଣ୍ଟୁ(୨୫) ଓ ସୁମନ୍ତ ପାତ୍ର ଓରଫ୍ କାହ୍ନୁ (୨୯)। ସେମାନଙ୍କ ନିକଟରୁ ପୁଲିସ ୫ଟି ଜୀବନ୍ତ ବୋମା, ଖଣ୍ଡା, ଲୁହା ରଡ୍‌, ୩ଟି ବାଇକ୍, ଗୋଟିଏ ସ୍କର୍ପିଓ, ୪ଟି ମୋବାଇଲ ଫୋନ୍ ଜବତ କରିଛି। ଚଢ଼ଉ ବେଳେ ଗ୍ୟାଙ୍ଗ୍‌ର କିଛି ସଦସ୍ୟ ଅନ୍ଧାରରେ ଦୌଡ଼ି ଚମ୍ପଟ ମାରିଛନ୍ତି। ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ବୋମା, ଖଣ୍ଡା ଓ ରଡ୍‌ ଜବତ
ସମସ୍ତେ ବୋମା ଭିଡ଼ାରେ ଓସ୍ତାଦ୍‌
ଦୟା ନଦୀ ପଠା ଥିଲା ଆଡ଼ା

ଦୟା ନଦୀ ପଠାରେ ଆଡ଼ା କରିଥିବା ଗ୍ୟାଙ୍ଗ୍‌ ମୁଖିଆ ମଙ୍ଗୁଲ୍‌ କମ୍ ବୟସର ହୋଇଥିଲେ ହେଁ ବୋମା ତିଆରିରେ ଓସ୍ତାଦ୍‌। ସେ ଜଣେ ହାର୍ଡକୋର୍‌ ଅପରାଧୀ ଭାବେ ଜଣାଶୁଣା। ତା’ ନାଁରେ ଜଟଣୀ ଓ ଖୋର୍ଦ୍ଧା ଥାନାରେ ୧୦ରୁ ଅଧିକ ମାମଲା ରହିଛି। ଏହି ଗ୍ୟାଙ୍ଗ୍‌ ଜଟଣୀ, ଖୋର୍ଦ୍ଧା, ଡେଲାଙ୍ଗ, ପିପିଲି ଓ ରାଜଧାନୀ ଉପକଣ୍ଠରେ ବେଶ୍ ସକ୍ରିୟ ଥିଲେ। ବିଶେଷକରି ଜାତୀୟ ରାଜପଥ ଓ ଭାରୀଯାନ ଚଳାଚଳ କରୁଥିବା ରାସ୍ତାରେ ଗାଡ଼ି ଅଟକାଇ ଲୁଟ୍‌ପାଟ କରୁଥିଲେ। ମଙ୍ଗୁଲ୍‌ ସମେତ ଏହି ଗ୍ୟାଙ୍ଗ୍‌ର ପ୍ରାୟ ସମସ୍ତେ ବୋମା ଭିଡ଼ିବା ଶିଖିଛନ୍ତି। ଡକାୟତି କରିବା ବାଦ୍‌ ଏମାନେ ଅପରାଧୀମାନଙ୍କୁ ବୋମା ଚାଲାଣ କରୁଥିଲେ। ଭୁବନେଶ୍ବର, ଖୋର୍ଦ୍ଧା, ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଅପରାଧୀମାନେ ଏମାନଙ୍କଠାରୁ ବୋମା ନେଉଥିଲେ। ଏମାନେ ଜଟଣୀ, ଖୋର୍ଦ୍ଧା ଓ ଡେଲାଙ୍ଗ ଥାନାର ସୀମାବର୍ତ୍ତି ଅଞ୍ଚଳରେ ବେଶି ସକ୍ରିୟ ଥିବାରୁ ପୁଲିସ ସେମାନଙ୍କୁ ଧରିବା ମୁସ୍କିଲ ହୋଇପଡ଼ୁଥିଲା। ଗୋଟିଏ ଅଞ୍ଚଳରେ ଡକାୟତି କରିବା ପରେ ଏହି ଗ୍ୟାଙ୍ଗ୍‌ ଅନ୍ୟ ଅଞ୍ଚଳରେ ଲୁଚି ରହୁଥିଲେ। ଦୟାନଦୀ ପଠାରେ ଥିଲା ଏମାନଙ୍କ ଆଡ଼ା। ପୁଲିସ ଚଢ଼ଉ ବେଳେ ନଦୀକୁ ଡେଇଁ ଏମାନେ ଚମ୍ପଟ ମାରୁଥିଲେ। ଗତକାଲି ରାତିରେ ଏହି ଗ୍ୟାଙ୍ଗ୍‌ ବେଣାପଞ୍ଜରୀ ହାଇସ୍କୁଲ୍‌ ପଡ଼ିଆରେ ଏକାଠି ହୋଇଥିବା ନେଇ ପୁଲିସକୁ ଖବର ମିଳିଥିଲା। ପୁଲିସ ଟିମ୍‌ କାଳବିଳମ୍ବ ନ କରି ସେଠାରେ ଚଢ଼ଉ କରିଥିଲା। ଖସିବାକୁ ସେମାନେ ବୋମା ଫିଙ୍ଗିବାକୁ ଉଦ୍ୟମ କରିବା ପୂର୍ବରୁ ବନ୍ଧୁକଧାରୀ ପୁଲିସ ଟିମ୍‌ ସେମାନଙ୍କୁ ଘେରି ସାରିଥିଲା। ତଥାପି ୨/୪ ଜଣ ଡେଇଁ ଛୁ’ ମାରିଥିଲେ। ମଙ୍ଗୁଲ୍‌ ନାଁରେ ୧୦, ଚିଣ୍ଟୁ, ପିଣ୍ଟୁ ଓ ସକିଲ୍ ନାଁରେ ୩ ଲେଖାଏଁ ଏବଂ କାହ୍ନୁ ନାଁରେ ୪ ମାମଲା ରହିଛି। ନିର୍ବାଚନ ପୂର୍ବରୁ ଏହି ଗ୍ୟାଙ୍ଗ୍‌ ଧରାପଡ଼ିଥିବାରୁ ନିର୍ବାଚନ ବେଳେ ଜଟଣୀରେ ବୋମା ଆତଙ୍କ କିଛିଟା ହ୍ରାସ ପାଇବ ବୋଲି ଆଶା କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button