ରାଜନୀତି

ଭର୍ତ୍ତୃହରିଙ୍କ ହାତରେ ପଦ୍ମ: ସିଦ୍ଧାନ୍ତ, ଦମୟନ୍ତୀ ବି ବିଜେପିରେ ମିଶିଲେ – Kalinga News

[ad_1]

ନୂଆଦିଲ୍ଲୀ: ବିଜେଡିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେଡିର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ବାରିପଦାର ଜଣାଶୁଣା ସମାଜସେବୀ ଓ ଲେଖିକା ଦମୟନ୍ତୀ ବେଶ୍ରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଆଜି ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଏହି ତିନି ଜଣଙ୍କୁ ଦଳକୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଦଳର ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡ଼େ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଉପସ୍ଥିତ ଥିଲେ। ବିଜେପିରେ ମିଶିଲା ପରେ ତିନି ଜଣ ନେତା ଦଳର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ତାୱଡ଼େ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ଲଗାତାର ଭାବେ ସମାଜର ବିଭିନ୍ନ କ୍ଷେତ୍ରରୁ ଅନେକ ନେତା ଓ ବ୍ୟକ୍ତିବିଶେଷ ବିଜେପିରେ ସାମିଲ ହେଉଛନ୍ତି। ଓଡ଼ିଶାରେ ରାଜନୈତିକ ସ୍ଥିତି ବଦଳିଛି ଏବଂ ଏମିତି ସ୍ଥିତିରେ ବିଜେପିରେ ତିନି ଜଣ ନେତାଙ୍କ ଯୋଗଦାନ ଦଳକୁ ଆହୁରି ସୁଦୃଢ଼ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ବିଜେପିରେ ସାମିଲ ହେବା ପରେ ଶ୍ରୀ ମହତାବ କହିଥିଲେ, ଜୀବନର କିଛି ପର୍ଯ୍ୟାୟରେ ନିଷ୍ପତ୍ତି ନେବା ଅପରିହାର୍ଯ୍ୟ ହୋଇଥାଏ। ଗତ ୨୬ -୨୮ ବର୍ଷର ମୋର ଯେଉଁ ଅନୁଭୂତି ରହିଛି ସେଥିରେ ରାଷ୍ଟ୍ରବାଦ, ଏକାତ୍ମତା ଓ ପୂର୍ବୋଦୟ ତିନିଟିର ସମାବେଶ ବିଜେପି ଜରିଆରେ ହିଁ ହୋଇପାରିବ। ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶକ୍ତି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିଶ୍ବାସ ଓ ଶ୍ରୀ ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ। ଏକ ନୂଆ ଟିମ ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛି। ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି ତାହାର ଆଭାସ ଆପଣମାନେ ଓଡିଶା ଆସିଲେ ଦେଖିପାରିବେ। ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ ୨୦୦୯ରେ ମୁଁ ଯେତେବେଳେ ଗୁଜରାଟ ଗସ୍ତ କରିଥିଲି ସେହି ସମୟରେ ସେଠାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀରେ ବେଶ୍‌ ପ୍ରଭାବିତ ହୋଇଥିଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁଭଳି ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଦେଶରେ ହେଉଥିବା ପରିବର୍ତ୍ତନର ଧାରା ଓଡ଼ିଶାରେ ମଧ୍ୟ ପ୍ରତିଫଳିତ ହେବ। ଏଥର ଓଡ଼ିଶାରେ ଡବଲ ଇଂଜିନର ସରକାର ହେବ ବୋଲି ସେ ଆଶାପ୍ରକାଶ କରିଥିଲେ। ସେ କେଉଁଠାରୁ ନିର୍ବାଚନ ଲଢ଼ିବେ ବୋଲି ପ୍ରଶ୍ନରରେ ସିଦ୍ଧାନ୍ତ ଉତ୍ତର ରଖି କହିଥିଲେ, ଦଳର ନିଷ୍ପତ୍ତି ଶି‌ରୋଧାର୍ଯ୍ୟ ହେବ। ଦମୟନ୍ତୀ ବେଶ୍ରା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଧାରା ମୋତେ ପ୍ରଭାବିତ କରିଛି। ସେଥିପାଇଁ ଜନସେବା କରିବାକୁ ଦଳରେ ସାମିଲ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମହିଳା ସଶକ୍ତୀକରଣ କାର୍ଯ୍ୟ ପାଇଁ ନିଜକୁ ସମର୍ପିତ କରିବି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button