ରାଜନୀତି

ବାଲଟ୍ ପେପର ବ୍ୟବସ୍ଥାକୁ ଫେରିଲେ ବି ସମସ୍ୟା : ଇଭିଏମ ସମ୍ପର୍କିତ ଶୁଣାଣିବେଳେ କହିଲେ ସୁପ୍ରିମକୋର୍ଟ – Kalinga News

[ad_1]

ନୂଆଦିଲ୍ଲୀ: ନିର୍ବାଚନରେ ଇଭିଏମ୍ ପରିବର୍ତ୍ତେ ବାଲାଟ୍ ପେପର ବ୍ୟବହାରକୁ ନେଇ ଚାଲିଥିବା ଆଲୋଚନା ମଧ୍ୟରେ  ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି ଯେ ବାଲାଟ୍ ପେପରକୁ ଫେରିବାର ଅନେକ ଅସୁବିଧା ରହିଛି। ସୁପ୍ରିମକୋର୍ଟରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଇଭିଏମ ହଟାଇବା ପାଇଁ ଆବେଦନ ସପକ୍ଷରେ ଯୁକ୍ତି କରୁଥିବା ପ୍ରଶାନ୍ତ ଭୂଷଣଙ୍କୁ ପଚାରିଥିଲେ, ଏବେ ଆପଣ କ’ଣ ଚାହୁଁଛନ୍ତି? ପ୍ରଶାନ୍ତ ଭୂଷଣ କହିଥିଲେ ଯେ ବାଲଟ୍ ପେପରକୁ ପ୍ରତ୍ୟାବର୍ତ୍ତନ । ଦ୍ବିତୀୟଟି ହେଉଛି ବର୍ତ୍ତମାନ ଶତ ପ୍ରତିଶତ ଭିଭିପିଏଟି ସ୍ଲିମ ସହ ମେଳ କରାଇବା ।

କୋର୍ଟ କହିଛନ୍ତି ଯେ ଦେଶରେ ୯୮ କୋଟି ପଂଜୀକୃତ ଭୋଟର ଅଛନ୍ତି। ତାମଧ୍ୟରୁ ପ୍ରାୟ ୬୦ କୋଟି ଭୋଟ ଦିଅନ୍ତି । ଆପଣ ଚାହୁଁଛନ୍ତି ୬୦ କୋଟି ଭୋଟ୍ ଗଣତି ହେଉ। ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ମତଦାନ ବାଲାଟ୍ ମାଧ୍ୟମରେ କରାଯାଇପାରିବ କିମ୍ବା ଭିଭିପିଏଟିରେ ସ୍ଲିପ୍ ଭୋଟରମାନଙ୍କୁ ଦିଆଯାଉ ।

ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ସାଧାରଣତଃ ମଣିଷର ହସ୍ତକ୍ଷେପ ସମସ୍ୟା ସୃଷ୍ଟି କରିଥାଏ। ଯେତେବେଳେ ମଣିଷର ହସ୍ତକ୍ଷେପ ହୁଏ କିମ୍ବା ସଫ୍ଟୱେୟାର କିମ୍ବା ମେସିନରେ ଅନଧିକୃତ ପରିବର୍ତ୍ତନ ହୁଏ ସେତେବେଳେ ଏହି ସମସ୍ୟା ଉପୁଜିଥାଏ । ଏହାକୁ ରୋକିବା ପାଇଁ ଯଦି ଆପଣଙ୍କର କୌଣସି ପରାମର୍ଶ ଅଛି, ତେବେ ଆପଣ ଏହାକୁ ଆମକୁ ଦେଇପାରିବେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button