ରାଜନୀତି

ବିଜେଡିର ବ୍ରହ୍ମପୁର ଲୋକସଭା ଆସନ ଘୋଷଣା ଅଟକିଲା – Kalinga News

[ad_1]

ବ୍ରହ୍ମପୁର, ପାରଳା ଓ ମୋହନା ବିଧାନସଭା ଆସନ ବି ଝୁଲିଲା

ବ୍ରହ୍ମପୁର: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁଇଟି ଦଫାରେ ବିଜେଡି ଲୋକସଭା ଆସନ ପ୍ରାର୍ଥୀ ତାଲିକା ଓ ବିଧାନସଭା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ, ବ୍ରହ୍ମପୁର ଲୋକସଭା ଆସନ ପାଇଁ ଉଭୟ ଦଫାରେ କାହା ନାମ ଘୋଷଣା କରିନାହାନ୍ତି। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଚଳିତଥର ରିପିଟ୍‌ କରୁଛି କି ନାହିଁ, ତା’ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ସେଭଳି ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନ ବ୍ରହ୍ମପୁର, ପାରଳାଖେମୁଣ୍ଡି ଓ ମୋହନା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ଝୁଲି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର, ପାରଳାଖେମୁଣ୍ଡି ଓ ମୋହନା ଆସନରେ ପ୍ରାର୍ଥିତ୍ବକୁ ନେଇ ସଂଶୟ ରହିଛି। ଏହାର କାରଣ କ’ଣ, ସେ ନେଇ କିଛି ସ୍ପଷ୍ଟ ଜଣାପଡ଼ୁ ନଥିଲେ ହେଁ, ବ୍ରହ୍ମପୁର ବିଧାୟକଙ୍କୁ ଗୋପାଳପୁର ଆସନରୁ ପ୍ରାର୍ଥୀ କରାଯିବା ପରେ ବ୍ରହ୍ମପୁର ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ ପାଇଁ ଦଳୀୟ ନେତୃତ୍ବ ସମୟ ନେଇଛନ୍ତି। ସେଭଳି ଗଜପତି ଜିଲ୍ଲାର ଦୁଇଟି ଯାକ ଆସନ ବିଜେଡି ଗଲାଥର ହାତଛଡ଼ା କରିଥିଲା। ପାରଳାରେ ବିଜେପି ଓ ମୋହନାରେ କଂଗ୍ରେସ ବିଧାୟକ ଅଛନ୍ତି। ଏଣୁ ଏହି ତିନିଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରବର୍ତ୍ତୀ ତାଲିକାରେ ଘୋଷଣା ହେବ ବୋଲି କୁହାଯାଉଛି।

ଅପରପକ୍ଷେ, ୭ଟି ବିଧାନସଭା ଆସନ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ରହିଥିବା ଛତ୍ରପୁର, ଗୋପାଳପୁର, ଦିଗପହଣ୍ଡି ଓ ଚିକିଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଘୋଷିତ ତାଲିକାରେ ଛତ୍ରପୁର ବିଧାନସଭା ଆସନରୁ ବର୍ତ୍ତମାନର ସୁବାସ ବେହେରାଙ୍କ ନାମ ରହିଥିବା ବେଳେ ଗୋପାଳପୁର ପାଇଁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଦିଗପହଣ୍ଡି ପାଇଁ ଦିବଂଗତ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିପ୍ଳବ ପାତ୍ର ଓ ଚିକିଟି ପାଇଁ ବିଧାୟକା ତଥା ମନ୍ତ୍ରୀ ଉଷାଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କ ନାମ ଘୋଷଣା କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button